କୃଷି ଆଇନ ମନ୍ତବ୍ୟ: କ୍ଷମା ମାଗିଲେ କଙ୍ଗନା
ନୂଆଦିଲ୍ଲୀ, ୨୬।୯: ୨୦୨୧ରେ ମୋଦି ସରକାରଙ୍କ ଦ୍ୱାରା ରଦ୍ଦ କରାଯାଇଥିବା ୩ କୃଷି ଆଇନକୁ ଫେରାଇ ଆଣିବା ଉଚିତ ବୋଲି ମଙ୍ଗଳବାର ଭାଜପା ଏମ୍ପି କଙ୍ଗନା ରାଣାଓ୍ବତ ବୟାନ ଦେଇଥିଲେ। ତେବେ ବୁଧବାର ସେ ଏହି ବୟାନକୁ ନେଇ କ୍ଷମା ମାଗିଛନ୍ତି। କଙ୍ଗନା ଏକ୍ସ’ରେ ନିଜର ଏକ ଭିଡିଓ ପୋଷ୍ଟକରି କହିଛନ୍ତି, ୩ କୃଷି ଆଇନକୁ ଫେରାଇ ଅଣାଯାଉ ବୋଲି ତାଙ୍କର ବ୍ୟକ୍ତିଗତ ଭାବେ ଇଚ୍ଛା ରହିଛି। ଏହି ବ୍ୟକ୍ତିଗତ ମତକୁ ଭାଜପାର ମତ ବୋଲି ଧରିବା […] The post କୃଷି ଆଇନ ମନ୍ତବ୍ୟ: କ୍ଷମା ମାଗିଲେ କଙ୍ଗନା appeared first on Dharitri Odia News.
ନୂଆଦିଲ୍ଲୀ, ୨୬।୯: ୨୦୨୧ରେ ମୋଦି ସରକାରଙ୍କ ଦ୍ୱାରା ରଦ୍ଦ କରାଯାଇଥିବା ୩ କୃଷି ଆଇନକୁ ଫେରାଇ ଆଣିବା ଉଚିତ ବୋଲି ମଙ୍ଗଳବାର ଭାଜପା ଏମ୍ପି କଙ୍ଗନା ରାଣାଓ୍ବତ ବୟାନ ଦେଇଥିଲେ। ତେବେ ବୁଧବାର ସେ ଏହି ବୟାନକୁ ନେଇ କ୍ଷମା ମାଗିଛନ୍ତି। କଙ୍ଗନା ଏକ୍ସ’ରେ ନିଜର ଏକ ଭିଡିଓ ପୋଷ୍ଟକରି କହିଛନ୍ତି, ୩ କୃଷି ଆଇନକୁ ଫେରାଇ ଅଣାଯାଉ ବୋଲି ତାଙ୍କର ବ୍ୟକ୍ତିଗତ ଭାବେ ଇଚ୍ଛା ରହିଛି। ଏହି ବ୍ୟକ୍ତିଗତ ମତକୁ ଭାଜପାର ମତ ବୋଲି ଧରିବା ଠିକ୍ ନୁହେଁ। ଏବେ ସେ କେବଳ ଜଣେ ଅଭିନେତ୍ରୀ ନୁହନ୍ତି ବରଂ ଏମ୍ପି ମଧ୍ୟ। ତେଣୁ ଦଳୀୟ ନୀତି ଅନୁଯାୟୀ, ତାଙ୍କୁ ବୟାନ ଦେବାକୁ ପଡ଼ିବ। ୩ କୃଷି ଆଇନକୁ ଫେରାଇ ଆଣିବା ନେଇ ତାଙ୍କର ବୟାନ ବହୁ ବରିଷ୍ଠ ଭାଜପା ନେତାଙ୍କୁ ନିରାଶ କରିଛି ବୋଲି କହି କଙ୍ଗନା ଦୁଃଖ ପ୍ରକଶ କରିଛନ୍ତି।
କଙ୍ଗନାଙ୍କ ମନ୍ତବ୍ୟକୁ କେନ୍ଦ୍ରକରି ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ପ୍ରଧାନମନ୍ତ୍ରୀ କଙ୍ଗନାଙ୍କର ମନ୍ତବ୍ୟକୁ ସମର୍ଥନ କରୁଛନ୍ତି ନା ବିରୋଧ କରୁଛନ୍ତି ସେନେଇ ଦେଶବାସୀ ଜାଣିବାକୁ ଚାହାନ୍ତି ବୋଲି ରାହୁଲ କହିଛନ୍ତି।
The post କୃଷି ଆଇନ ମନ୍ତବ୍ୟ: କ୍ଷମା ମାଗିଲେ କଙ୍ଗନା appeared first on Dharitri Odia News.