ପୂର୍ବ ସରକାରଙ୍କ ନିଯୁକ୍ତିରେ ସ୍ଵଚ୍ଛତା ନ ଥିଲା, ଖୋଦ୍ ଅଧିକାରୀ ଲିକ୍ କରୁଥିଲେ ପ୍ରଶ୍ନପତ୍ର : ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ ୨୦୨୪କୁ ବିଚାରକୁ ନେବା ପାଇଁ ଗୃହରେ ଆଗତ କରି ପୂର୍ବ ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟର ଭବିଷ୍ୟତଙ୍କ ସହ ପୂର୍ବ ସରକାର ଛଳନା ଓ ପ୍ରତାରଣା କରୁଥିଲେ। ପୂର୍ବ ସରକାରର ଲିଗାସିକୁ ଭାଙ୍ଗିବାକୁ ପଡ଼ିବ। ଗଣତନ୍ତ୍ର ଉପରେ ପୂର୍ବ ସରକାର ବାରମ୍ବାର ବାରମ୍ବାର ହାତୁଡ଼ିରେ ମାରୁଥିଲା। ଯାହାର ପ୍ରତିଫଳନ ୨୦୨୪ରେ ଓଡ଼ିଶାବାସୀ ଦେଖାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେ କହିଛନ୍ତି, ପୂର୍ବ ସରକାରଙ୍କ ନିଯୁକ୍ତିରେ ସ୍ବଚ୍ଛତା ନଥିଲା। ଦୁର୍ନୀତିରେ ଭରି ରହିଥିଲା। ନିଯୁକ୍ତିକୁ ପୂର୍ବ ସରକାର ସାଧାରଣ ଭାବେ ନେଉଥିଲେ। ଯେଉଁ ଅଧିକାରୀ ଦାୟିତ୍ବରେ ରହୁଥିଲେ ସେ ନିଜେ ପରୀକ୍ଷା ପତ୍ର ପ୍ରଘଟ ରାକେଟରେ ସଂପୃକ୍ତ ରହୁଥିଲେ। ଯାହାର ଉଦାହରଣ ୨୦୨୩ ମସିହାର ଜେଇଇ ପରୀକ୍ଷା। ଖାଲି ସେତିକି ନୁହେଁ ଖୋଦ୍ ସଚିବାଳୟରେ ବି ନିଯୁକ୍ତିରେ ବଡ ଚଞ୍ଚକତା ହୋଇଛି। ଏଏସଓ ନିଯୁକ୍ତିରେ ହୁଣ୍ଡା ମୂଲ୍ୟରେ ଡାକି ନିଯୁକ୍ତି ଦେଇଥିଲେ। ଯଦି ଚାହିବେ ସେମାନେ ଏ ଗୃହରେ ବି ଆସିବେ କହିବେ।ଅଧିକ ପଢନ୍ତୁ- କୁବେର ଏସିଏଫ୍ଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା, ଚଢାଉ ବେଳେ ନଗଦ ସାଢେ ୧୪ ଲକ୍ଷ ଟଙ୍କା ଠାବସେ କହିଛନ୍ତି ସରକାରଙ୍କ ନାକ ତଳେ ହେଉଥିଲେ ସୁଦ୍ଧା ପୂର୍ବ ସରକାର କାହିଁକି ଚୁପ୍ ଥିଲେ । ସରକାରଙ୍କ ଉପରେ ଥିଲେ ରାକେଟ ବେପାରୀ। ଛାତ୍ରଛାତ୍ରୀ
ଭୁବନେଶ୍ଵର: ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ ୨୦୨୪କୁ ବିଚାରକୁ ନେବା ପାଇଁ ଗୃହରେ ଆଗତ କରି ପୂର୍ବ ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟର ଭବିଷ୍ୟତଙ୍କ ସହ ପୂର୍ବ ସରକାର ଛଳନା ଓ ପ୍ରତାରଣା କରୁଥିଲେ। ପୂର୍ବ ସରକାରର ଲିଗାସିକୁ ଭାଙ୍ଗିବାକୁ ପଡ଼ିବ। ଗଣତନ୍ତ୍ର ଉପରେ ପୂର୍ବ ସରକାର ବାରମ୍ବାର ବାରମ୍ବାର ହାତୁଡ଼ିରେ ମାରୁଥିଲା। ଯାହାର ପ୍ରତିଫଳନ ୨୦୨୪ରେ ଓଡ଼ିଶାବାସୀ ଦେଖାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ସେ କହିଛନ୍ତି, ପୂର୍ବ ସରକାରଙ୍କ ନିଯୁକ୍ତିରେ ସ୍ବଚ୍ଛତା ନଥିଲା। ଦୁର୍ନୀତିରେ ଭରି ରହିଥିଲା। ନିଯୁକ୍ତିକୁ ପୂର୍ବ ସରକାର ସାଧାରଣ ଭାବେ ନେଉଥିଲେ। ଯେଉଁ ଅଧିକାରୀ ଦାୟିତ୍ବରେ ରହୁଥିଲେ ସେ ନିଜେ ପରୀକ୍ଷା ପତ୍ର ପ୍ରଘଟ ରାକେଟରେ ସଂପୃକ୍ତ ରହୁଥିଲେ। ଯାହାର ଉଦାହରଣ ୨୦୨୩ ମସିହାର ଜେଇଇ ପରୀକ୍ଷା। ଖାଲି ସେତିକି ନୁହେଁ ଖୋଦ୍ ସଚିବାଳୟରେ ବି ନିଯୁକ୍ତିରେ ବଡ ଚଞ୍ଚକତା ହୋଇଛି। ଏଏସଓ ନିଯୁକ୍ତିରେ ହୁଣ୍ଡା ମୂଲ୍ୟରେ ଡାକି ନିଯୁକ୍ତି ଦେଇଥିଲେ। ଯଦି ଚାହିବେ ସେମାନେ ଏ ଗୃହରେ ବି ଆସିବେ କହିବେ।
ଅଧିକ ପଢନ୍ତୁ- କୁବେର ଏସିଏଫ୍ଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା, ଚଢାଉ ବେଳେ ନଗଦ ସାଢେ ୧୪ ଲକ୍ଷ ଟଙ୍କା ଠାବ
ସେ କହିଛନ୍ତି ସରକାରଙ୍କ ନାକ ତଳେ ହେଉଥିଲେ ସୁଦ୍ଧା ପୂର୍ବ ସରକାର କାହିଁକି ଚୁପ୍ ଥିଲେ । ସରକାରଙ୍କ ଉପରେ ଥିଲେ ରାକେଟ ବେପାରୀ। ଛାତ୍ରଛାତ୍ରୀ ମାନଙ୍କ ପରିବାର ନିଜ ଦୁଃଖକୁ ଚାପି ରଖି ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଜମି ବିକି ବି ପିଲାଙ୍କୁ କୋଚିଂରେ ପଢ଼ାଉଥିଲେ କିନ୍ତୁ ନିଯୁକ୍ତି ବେଳକୁ ସେମାନଙ୍କୁ ନାହିଁ। ଅଯୋଗ୍ୟଙ୍କୁ ଯୋଗ୍ୟ ବନାଇ ନିଯୁକ୍ତି ଦେଉଥିଲେ ପୂର୍ବ ସରକାର। ଯୋଗ୍ୟଙ୍କ ଭବିଷ୍ୟତକୁ ଆଜିକା ଦିନରେ ଅନ୍ଧାରକୁ ଠେଲି ଦେଇଥିଲେ ପୂର୍ବ ସରକାର। ଯାହା ପାଇଁ ସେମାନେ ବି ସୁଇସାଇଡ କରିଦେଇଛନ୍ତି। ଆଗକୁ କିନ୍ତୁ ଏମିତି ହେବ ନାହିଁ। ଅନ୍ୟ ରାଜ୍ୟ ପରି ବି ଘଟଣା ଘଟିବାକୁ ଦେବୁ ନାହିଁ। ଏଥିପାଇଁ ଏହି ଆଇନ ଆସିବାର ଆବଶ୍ୟକ ରହିଛି। ଧାରା ୧୨(୧)ରେ ଜେଲ ଯିବା ସହ ଜୋରିମାନା ଦେବେ। ଧାରା ୧୨(୨) ଅନୁଯାୟୀ ତାଙ୍କ ଅନୁଷ୍ଠାନକୁ ବାତିଲ କରିବା ସହ ତାହାକୁ ଜବତ କରାଯିବ।
ଅଧିକ ପଢନ୍ତୁ- ୫ ବର୍ଷ ମଧ୍ୟରେ ଘରଡିହ ନଥିବା ବ୍ୟକ୍ତି ଶୂନ୍ୟ ରାଜ୍ୟ ହେବ ଓଡ଼ିଶା : ସୁରେଶ ପୂଜାରୀ
ଗତ ସରକାର ହୋଇଥିବା ଅପରାଧର ଇତିଶ୍ରୀ ହୋଇସାରିଛି। ସୁଧୁରି ଯାଅ ନଚେତ୍ ଆମେ ସୁଧାରି ଦେବୁର ଚେତାବନୀ ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି। ସ୍ବଚ୍ଛତା ଓ ସାଧୁତା ଆମ ସରକାର ଦାୟିତ୍ଵ। ଯାହା ପ୍ରତିଶ୍ରୁତି ଦେଇଛୁ ତାହା କରିଦେଖାଇବୁ। ପୂର୍ବ ସରକାର ଆଉଟ୍ ସୋର୍ସ ରେ ରହିଯାଇଥିଲେ। ଆମ ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଯାଇଥିଲେ । ଆଗକୁ ଦେଢ଼ ଲକ୍ଷ ନିଯୁକ୍ତି ହେବ ଏବଂ ଖାଲି ଥିବା ସମସ୍ତ ଖାଲି ପଦବୀ ପୂରଣ ହେବ। ଯାହା ସ୍ବଚ୍ଛତା ଓ ନିରପେକ୍ଷତା ହେବ। ସେଥିପାଇଁ ଏହି ଆଇନ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।