ଦୁଇ ଭାଇ କଳିରୁ ଫୁଟିଲା ଗୁଳି, ବଡ଼ ଭାଇକୁ ଗୁଳି ମାରିଲା ସାନ ଭାଇ

ଖୋର୍ଦ୍ଧା ୧୩।୧୦: ଭାଇ ହେଲା ଭଗାରୀ । ଟାଙ୍ଗୀ ଥାନା ଦୀକ୍ଷିତପଡ଼ାରେ ୨ ଭାଇ କଳିରୁ ଫୁଟିଲା ଗୁଳି । ବଡ଼ ଭାଇକୁ ଗୁଳିମାଡ଼ କଲା ସାନ, ଅଳ୍ପକେ ବର୍ତ୍ତିଗଲା ବଡ଼ ଭାଇ । ବଡ଼ଭାଇ ଦେହରେ ନ ବାଜି ଘର କାନ୍ଥରେ ବାଜିଲା ଗୁଳି । ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୨ ଭାଇ ଗିରଫ । ଦୁଇ ଭାଇ ମଧ୍ୟରେ ବଚସାରୁ ଗୁଳିମାଡ଼ ହୋଇଥିବା ସୂଚନା ।ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ ଦୀକ୍ଷିତପଡା ଗାଁରେ କିଛି କେଳା ସମ୍ପ୍ରଦାୟର ଲୋକ ରୁହନ୍ତି । ସେମାନଙ୍କ ମଧ୍ୟରୁ ରବି ନାୟକ ଓ ଶିବ ନାୟକ ଉଭୟ ଭାଇ-ଭାଇ । ସାମାନ୍ୟ କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହେଲା । ବାସ୍ ଏତିକିରେ ଉଠିଲା ବନ୍ଧୁକ, ଆଉ ରବି ନାୟକ ସିଧା ଟାର୍ଗେଟ କରି  ବଡ଼ ଭାଇ ଶିବ ନାୟକଙ୍କ ଉପରକୁ ଫାୟାରିଂ କରିଦେଲେ । ଲକ୍ଷ ଭ୍ରଷ୍ଟ ହେବାରୁ ଅଳ୍ପକେ ବର୍ତ୍ତିଗଲେ ଶିବ ନାୟକ । ଗୁଳିଟି କାନ୍ଥରେ ବାଜି ଛିଟିକି ଗଲା, ସେହି କାନ୍ଥ ନିକଟରେ ଥିବା ଗୋଟିଏ ଛୋଟ ପିଲା ଦେହରେ ଗୁଳି ବାଜିଲା । ଛୋଟ ପିଲାଟି ସାମାନ୍ୟ ଆହତ ହୋଇଛି । ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଥିବା ପୋଲିସ ସୂଚନା ଦେଇଛି । ଟାଙ୍ଗୀ ପୋଲିସ ପ୍ରାଥମିକ ତଦନ୍ତ କରି ଦୁଇ ଭାଇଙ୍କୁ ଗିରଫ କରିବା ସହିତ ବ୍ୟବହୃତ ଦେଶୀ ବନ୍ଧୁକ ଜବତ କରିଛି ବୋଲି ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।You Can Read:ଚଣ୍ଡିଖୋଲ ପୂଜା ମଣ୍ଡପ ବୁଲିଲେ ଅଭିନେତ୍ରୀ ବର୍ଷା ପ୍ରିୟ

ଦୁଇ ଭାଇ କଳିରୁ ଫୁଟିଲା ଗୁଳି, ବଡ଼ ଭାଇକୁ ଗୁଳି ମାରିଲା ସାନ ଭାଇ

ଖୋର୍ଦ୍ଧା ୧୩।୧୦: ଭାଇ ହେଲା ଭଗାରୀ । ଟାଙ୍ଗୀ ଥାନା ଦୀକ୍ଷିତପଡ଼ାରେ ୨ ଭାଇ କଳିରୁ ଫୁଟିଲା ଗୁଳି । ବଡ଼ ଭାଇକୁ ଗୁଳିମାଡ଼ କଲା ସାନ, ଅଳ୍ପକେ ବର୍ତ୍ତିଗଲା ବଡ଼ ଭାଇ । ବଡ଼ଭାଇ ଦେହରେ ନ ବାଜି ଘର କାନ୍ଥରେ ବାଜିଲା ଗୁଳି । ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୨ ଭାଇ ଗିରଫ । ଦୁଇ ଭାଇ ମଧ୍ୟରେ ବଚସାରୁ ଗୁଳିମାଡ଼ ହୋଇଥିବା ସୂଚନା ।

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ ଦୀକ୍ଷିତପଡା ଗାଁରେ କିଛି କେଳା ସମ୍ପ୍ରଦାୟର ଲୋକ ରୁହନ୍ତି । ସେମାନଙ୍କ ମଧ୍ୟରୁ ରବି ନାୟକ ଓ ଶିବ ନାୟକ ଉଭୟ ଭାଇ-ଭାଇ । ସାମାନ୍ୟ କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହେଲା । ବାସ୍ ଏତିକିରେ ଉଠିଲା ବନ୍ଧୁକ, ଆଉ ରବି ନାୟକ ସିଧା ଟାର୍ଗେଟ କରି  ବଡ଼ ଭାଇ ଶିବ ନାୟକଙ୍କ ଉପରକୁ ଫାୟାରିଂ କରିଦେଲେ । ଲକ୍ଷ ଭ୍ରଷ୍ଟ ହେବାରୁ ଅଳ୍ପକେ ବର୍ତ୍ତିଗଲେ ଶିବ ନାୟକ । ଗୁଳିଟି କାନ୍ଥରେ ବାଜି ଛିଟିକି ଗଲା, ସେହି କାନ୍ଥ ନିକଟରେ ଥିବା ଗୋଟିଏ ଛୋଟ ପିଲା ଦେହରେ ଗୁଳି ବାଜିଲା । ଛୋଟ ପିଲାଟି ସାମାନ୍ୟ ଆହତ ହୋଇଛି । ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଥିବା ପୋଲିସ ସୂଚନା ଦେଇଛି । ଟାଙ୍ଗୀ ପୋଲିସ ପ୍ରାଥମିକ ତଦନ୍ତ କରି ଦୁଇ ଭାଇଙ୍କୁ ଗିରଫ କରିବା ସହିତ ବ୍ୟବହୃତ ଦେଶୀ ବନ୍ଧୁକ ଜବତ କରିଛି ବୋଲି ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।

You Can Read:

ଚଣ୍ଡିଖୋଲ ପୂଜା ମଣ୍ଡପ ବୁଲିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ