ଭୁବନେଶ୍ୱରରେ ରୋଡ ଶୋ’ କରି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହକୁ ଯିବେ ମୋଦି
ଭୁବନେଶ୍ୱର,୯ା୬: ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ଯୋଗ ଦେବା ପୂର୍ବରୁ ସେ ୧୨ ତାରିଖ ବୁଧବାର ସଂଧ୍ୟାରେ ଜୟଦେବ ବିହାର ଠାରୁ ଆରମ୍ଭ କରି ଶପଥ ଗ୍ରହଣ ହେବାକୁ ଥିବା ଜନତା ମୈଦାନ ଯାଏ ରୋଡ୍ ଶୋ’ କରିବେ। ରବିବାର ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ଦୁଇ ଦିନ ଘୁଞ୍ଚାଯାଇଛି । ସୋମବାର ବଦଳରେ ବୁଧବାର ସନ୍ଧ୍ୟାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଧାର୍ଯ୍ୟ […] The post ଭୁବନେଶ୍ୱରରେ ରୋଡ ଶୋ’ କରି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହକୁ ଯିବେ ମୋଦି appeared first on Dharitri Odia News.
ଭୁବନେଶ୍ୱର,୯ା୬: ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ଯୋଗ ଦେବା ପୂର୍ବରୁ ସେ ୧୨ ତାରିଖ ବୁଧବାର ସଂଧ୍ୟାରେ ଜୟଦେବ ବିହାର ଠାରୁ ଆରମ୍ଭ କରି ଶପଥ ଗ୍ରହଣ ହେବାକୁ ଥିବା ଜନତା ମୈଦାନ ଯାଏ ରୋଡ୍ ଶୋ’ କରିବେ। ରବିବାର ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ଦୁଇ ଦିନ ଘୁଞ୍ଚାଯାଇଛି ।
ସୋମବାର ବଦଳରେ ବୁଧବାର ସନ୍ଧ୍ୟାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି। ତେବେ ବର୍ତମାନ ସୁଦ୍ଧା ଭାଜପା ଏହାର ମୁଖ୍ୟମନ୍ତ୍ରୀ ନିର୍ଦ୍ଧାରଣ କରିପାରି ନାହିଁ। ପୂର୍ବରୁ ସୋମବାର ସକାଳେ ବିଧାୟକ ଦଳ ବୈଠକ ହେବାକୁ ଥିବା ବେଳେ ଏହା ମଙ୍ଗଳବାରକୁ ଘୁଞ୍ଚାଇ ଦିଆଯାଇଛି। ଏଠାରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମୋହର ଲାଗିବ।
ପୂର୍ବରୁ ନିର୍ବାଚନ ସମୟରେ ଗତମାସ ୧୦ ତାରିଖରେ ମୋଦି ଭୁବନେଶ୍ବରରେ ରୋଡ ଶୋ’ କରିଥିଲେ। ଏହା ଭୁବନେଶ୍ୱର ବିମାନ ବନ୍ଦରରୁ ଆରମ୍ଭ ହୋଇ ବାଣୀବିହାର ପର୍ଯ୍ୟନ୍ତ ଚାଲିଥିଲା।
ଅପରପକ୍ଷେ ରବିବାର ସନ୍ଧ୍ୟାରେ ମୋଦି ତାଙ୍କର ମନ୍ତ୍ରୀ ମଣ୍ଡଳ ସହିତ ଶପଥ ନେବାକୁ ଯାଉଛନ୍ତି। ପୂର୍ବ ଦୁଇ ସରକାରରେ ଭାରତୀୟ ଜନତା ପାର୍ଟି ଏକାକୀ ବହୁମତ ସହିତ ସରକାର ଗଠନ କରିଥିବା ବେଳେ ତୃତୀୟ ପାଳିରେ ମୋଦି ନୀତିଶ କୁମାରଙ୍କ ଜେଡିୟୁ ଏବଂ ଚନ୍ଦ୍ରାବାବୁ ନାୟିଡୁଙ୍କ ଟିଡ଼ିପି ସାହାଯ୍ୟରେ ସରକାର ଗଠନ କରୁଛନ୍ତି।
The post ଭୁବନେଶ୍ୱରରେ ରୋଡ ଶୋ’ କରି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହକୁ ଯିବେ ମୋଦି appeared first on Dharitri Odia News.