ସୋରରେ ବଡ଼ ଅଘଟଣ : ବିଦ୍ୟୁତ ଆଘାତରେ ଚାଲିଗଲା ୩ ଶ୍ରମିକଙ୍କ ଜୀବନ
ସୋର : ବିଦ୍ୟୁତ ଆଘାତରେ ଚାଲିଗଲା ୩ ଶ୍ରମିକଙ୍କ ଜୀବନ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି ଗାଁର ଜଣେ ବ୍ୟକ୍ତିଙ୍କ ପାଇଖାନା ଟାଙ୍କି କାମ କରୁଥିବା ବେଳେ ୩ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଗାଁର ବାପି ମାଝୀଙ୍କର ଆଜି କାମ ହେଉଥିବା ବେଳେ ଏଭଳି ଅଘଟଣ ଘଟିଛି । ମିଳିଥିବା ସୂଚନା ଅନୁସାରେ ଶ୍ରମିକମାନେ ପାଇଖାନା ଟାଙ୍କି କାମ କରୁଥିବା ବେଳେ ସେଠାରେ ବିଦ୍ୟୁତ ସଂଯୋଗ କରି କାମ କରୁଥିଲେ। କାମ ଚାଲିଥିବା […]

ସୋର : ବିଦ୍ୟୁତ ଆଘାତରେ ଚାଲିଗଲା ୩ ଶ୍ରମିକଙ୍କ ଜୀବନ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି ଗାଁର ଜଣେ ବ୍ୟକ୍ତିଙ୍କ ପାଇଖାନା ଟାଙ୍କି କାମ କରୁଥିବା ବେଳେ ୩ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଗାଁର ବାପି ମାଝୀଙ୍କର ଆଜି କାମ ହେଉଥିବା ବେଳେ ଏଭଳି ଅଘଟଣ ଘଟିଛି ।
ମିଳିଥିବା ସୂଚନା ଅନୁସାରେ ଶ୍ରମିକମାନେ ପାଇଖାନା ଟାଙ୍କି କାମ କରୁଥିବା ବେଳେ ସେଠାରେ ବିଦ୍ୟୁତ ସଂଯୋଗ କରି କାମ କରୁଥିଲେ। କାମ ଚାଲିଥିବା ବେଳେ ୩ ଶ୍ରମିକ ବିଦ୍ୟୁତ ଆଘାତରେ ଶିକାର ହୋଇଥିଲେ । ଘଟଣା ସ୍ଥଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୨ ଜଣ ଭଦ୍ରକ ମେଡିକାଲରେ ମୃତ୍ୟୁବରଣ କରିଥିଲେ । ସେମାନେ ହେଉଛନ୍ତି ବାବାଜୀ ମାଝୀ ଓ ବାପି ମାଝୀ ହୋଇଥିବା ବେଳେ ଅନ୍ୟ ଜଣକ ପରିଚୟ ମିଳିପାରିନାହିଁ ।
ସେପଟେ ନିର୍ମାଣ କାମରେ ନିୟୋଜିତ ଶ୍ରମିକମାନଙ୍କର ମୃତଦେହକୁ ପୁଲିସ ଜବତ କରିଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ପୁଲିସ ଘର ମାଲିକଙ୍କୁ ପଚରାଉଚୁରା କରୁଥିବା ଜଣାପଡିଛି।