ଭୋଜପୁରରେ ଗାନ୍ଧୀ ଜୟନ୍ତୀ ଓ ପ୍ରତିଭା ଚୟନ ପ୍ରତିଯୋଗିତା
ଜମନକିରା : ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଧିନସ୍ଥ ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଭୋଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ୨୨ତମ ପ୍ରତିଭା ଚୟନ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୋଜପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଏରିନା ମିଞ୍ଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ସମାଜସେବୀ ଡା.ହୃଦାନନ୍ଦ ନାଏକ ମୂଖ୍ୟଅତିଥି ଭାବେ ଯୋଗଦେଇ ଗାନ୍ଧୀଙ୍କ ବିଚାରଧାରା ସାରା ବିଶ୍ୱରେ ସ୍ୱତନ୍ତ୍ର ବୋଲି ପ୍ରକାଶ କରି […] The post ଭୋଜପୁରରେ ଗାନ୍ଧୀ ଜୟନ୍ତୀ ଓ ପ୍ରତିଭା ଚୟନ ପ୍ରତିଯୋଗିତା appeared first on Odisha.News.

ଜମନକିରା : ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଧିନସ୍ଥ ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଭୋଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ୨୨ତମ ପ୍ରତିଭା ଚୟନ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୋଜପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଏରିନା ମିଞ୍ଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ସମାଜସେବୀ ଡା.ହୃଦାନନ୍ଦ ନାଏକ ମୂଖ୍ୟଅତିଥି ଭାବେ ଯୋଗଦେଇ ଗାନ୍ଧୀଙ୍କ ବିଚାରଧାରା ସାରା ବିଶ୍ୱରେ ସ୍ୱତନ୍ତ୍ର ବୋଲି ପ୍ରକାଶ କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରିଥିଲେ। ସଭାରେ ଅବସରପ୍ରାପ୍ତ ସମ୍ବଲପୁର ଶିକ୍ଷା ମଣ୍ଡଳ ଅଧିକାରୀ ତ୍ରୀଲୋଚନ ପଟେଲ ମୂଖ୍ୟବକ୍ତା ଭାବେ ଯୋଗଦେଇ ବାରମ୍ବାର ଚେଷ୍ଟାରୁ ସଫଳତା ମିଳିଥାଏ ବୋଲି ଆଲୋଚନା କରି ଗାନ୍ଧୀ ଓ ଶାସ୍ତ୍ରୀଙ୍କ ସ୍ୱତନ୍ତ୍ର ଜୀବନ ଶୈଳୀ ପ୍ରେରଣା ବୋଲି କାହିଁଥିଲେ। ସଭାରେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜ ସେବୀ ସୁବାଷ ନାଏକ ଯୋଗ ଦେଇ ପ୍ରତ୍ୟେକ ଛାତ୍ର ଅବସ୍ଥାରେ ନିଜକୁ ଗଢି ତୋଲିବାକୁ ଗୁରୁତ୍ୱାରୋପ କରିଥିଲେ। ସଭାରେ ଅଭିଯାନର ଉପଦେଷ୍ଟା ତଥା ଅବସରପ୍ରାପ୍ତ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷପତି ନନ୍ଦଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅଭିଯାନରେ ଦିର୍ଘ ବର୍ଷ ଧରି ନିଷ୍ଟା ସହ କାର୍ଯ୍ୟ କରିଥିବା ସାମାଜିକ କର୍ମି ବିନୟ ମହାକୁଳଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସଭାକୁ ସାହାଜବାହାଲ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ପାଣି ପରିଚାଳନା କରିଥିବା ବେଳେ ବରିଷ୍ଟ ଶିକ୍ଷକ ସୁଶାନ୍ତ ମହାପାତ୍ର ଅତିଥି ପରିଚୟ ଓ ରମାକାନ୍ତ ମହାକୁଳ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଭିଯାନର ସଂଯୋଜକ ରମେଶ କିସାନ ବାର୍ଷିକ ବିବରଣୀ ପାଠ କରିଥିଲେ।କ୍ରୀଡା ଅଧ୍ୟାପକ ଦେବେନ୍ଦ୍ର ନାଏକ ଉଦ୍ଦେଶ୍ୟ ଜ୍ଞାପନ କରି୍ଥିଲେ। ଆବାହକ ପ୍ରଭାତ ବେହେରା ଅଭିଯାନର ଆଗାମୀ ଦିନର ରୂପରେଖ ସଂକ୍ରାନ୍ତରେ ଆଲୋଚନା କରିଥିବା ବେଳେ ଗୁଦ୍ରାପଡା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉଗ୍ରସେନ ରଂଜିତ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାରେ ୪ଶହରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଥିଲେ। କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ମେଡାଲ, ମାନପତ୍ର ଓ ଅର୍ଥ ପୁରସ୍କାର ଦେଇ ପୁରସ୍କୃତ କରିଥିଲେ । ପୁରସ୍କାର କାର୍ଯ୍ୟକ୍ରମକୁ ବରିଷ୍ଟ ଶିକ୍ଷକ ପ୍ରମୋଦ ଚୌଧୂରୀ, ରତନ ସେଠ, ଦିପକ ବେହେରା ପରିଚାଳନା କରିଥିଲେ। ସଭାରେ ଅବସରପ୍ରାପ୍ତ ଶିକ୍ଷକ ନେତା ସନ୍ତୋଷ ପଟେଲ , ପ୍ରତିଷ୍ଠିତ କଳାକାର ବବି ଭୋଇ ଯୋଗ ଦେଇଥିଲେ। ଉତ୍ସବରେ ସ୍ୱର୍ଗତ ଶୁଭମ ଗଡତିଆ ସ୍ମୃତି ପୁରସ୍କାର, ଭାଗଚାନ୍ଦ୍ର ଅଗ୍ରୱାଲା ସ୍ମୃତି ପୁରସ୍କାର, ଶୁବୋଧ ଶର୍ମା ସ୍ମୃତି ପୁରସ୍କାର ସମେତ ବହୁ ସଦସ୍ୟଙ୍କ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଉତ୍ସବରେ ଭୋଜପୁର, ଡିମିରିମୁଣ୍ଡା, ଶିରିଡ, ବକ୍ସମା, ବଡମାଲ, ଡିମିରିକୁଦା, ଗଣ୍ଡମ ଆଦି ପଞ୍ଚାୟତର ଶତାଧିକ ଛାତ୍ରଛାତ୍ରୀ ସମେତ ଅବିଭାବକ ଓ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ଅହିଂସାର ପୂଜାରୀ ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା।
The post ଭୋଜପୁରରେ ଗାନ୍ଧୀ ଜୟନ୍ତୀ ଓ ପ୍ରତିଭା ଚୟନ ପ୍ରତିଯୋଗିତା appeared first on Odisha.News.