ଆସନ୍ତା ୨୫ ରେ ଅମିତ ଶାହା ଙ୍କ ସୁବର୍ଣ୍ଣପୁର ଗସ୍ତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହା ଆସନ୍ତା ୨୫ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏ ନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ରବିବାର ଦିନ ସୂଚନା ଦେଇଛନ୍ତି। ଏହି ଅବସରରେ ସେ ସୋନପୁର ମା ସୁରେଶ୍ଵରୀଙ୍କ ମାଟି ରୁ ଓଡିଶାରେ ନିର୍ବାଚନୀ ଲଢେଇର ବିଗୁଲ ବଜାଇବା ସହ ଅପରାହ୍ନରେ ସ୍ଥାନୀୟ ରାମେଶ୍ୱର ଷ୍ଟାଡିୟମ ଠାରେ ଏକ ଜନସଭାରେ ଉଦ୍‌ବୋଧନ […] The post ଆସନ୍ତା ୨୫ ରେ ଅମିତ ଶାହା ଙ୍କ ସୁବର୍ଣ୍ଣପୁର ଗସ୍ତ appeared first on Odisha.News.

ଆସନ୍ତା ୨୫ ରେ ଅମିତ ଶାହା ଙ୍କ ସୁବର୍ଣ୍ଣପୁର ଗସ୍ତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହା ଆସନ୍ତା ୨୫ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏ ନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ରବିବାର ଦିନ ସୂଚନା ଦେଇଛନ୍ତି। ଏହି ଅବସରରେ ସେ ସୋନପୁର ମା ସୁରେଶ୍ଵରୀଙ୍କ ମାଟି ରୁ ଓଡିଶାରେ ନିର୍ବାଚନୀ ଲଢେଇର ବିଗୁଲ ବଜାଇବା ସହ ଅପରାହ୍ନରେ ସ୍ଥାନୀୟ ରାମେଶ୍ୱର ଷ୍ଟାଡିୟମ ଠାରେ ଏକ ଜନସଭାରେ ଉଦ୍‌ବୋଧନ ଦେବେ। ଏହା ଜଣାପଡିବା ପରେ କର୍ମୀ ମହଲରେ ଆନନ୍ଦ ର ଲହରୀ ଖେଳି ଯାଇଛି। ସଂଧ୍ୟାରେ ଭୁବନେଶ୍ଵର ଫେରି ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ନିର୍ବାଚନ ଲଢ଼ିବା ନେଇ ସ୍ବତନ୍ତ୍ର ରଣନୀତି ଉପରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ସୂଚନା ଯୋଗ୍ୟ ଯେ ବଲାଙ୍ଗୀର ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଣ୍ଟାବାଞ୍ଜି ରୁ ଚଳିତ ଥର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହେଉଥିବା ବେଳେ ଅମିତ ଶାହା ମଧ୍ୟ ସେହି ଲୋକସଭା କ୍ଷେତ୍ରରୁ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି।

The post ଆସନ୍ତା ୨୫ ରେ ଅମିତ ଶାହା ଙ୍କ ସୁବର୍ଣ୍ଣପୁର ଗସ୍ତ appeared first on Odisha.News.