ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଲେ ସୁବାସିନୀ, ମାଗିଲେ ପାଇଖାନା

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ୪୦ ନମ୍ବର ୱାର୍ଡରୁ ଆସିଛି ସ୍ୱଚ୍ଛତା ବିରୋଧରେ ଏକ ଭାୟାନକ ସତ୍ୟତା। ସୁବାସିନୀ ଗର୍ଡିଆ ନାମକ ଜଣେ ମହିଳା ନିଜ ପରିବାର ପାଇଁ ପାଇଖାନା ପାଇଁ ଆଜି କମିଶନରଙ୍କୁ ଆବେଦନ କରି ୪୦ ନମ୍ବର ୱାର୍ଡର ନଗ୍ନ ନମୁନାକୁ ସାମ୍ନାକୁ ଆଣିଛନ୍ତି। ଏହି ୱାର୍ଡରେ କେବଳ ସୁବାସିନୀ ନୁହନ୍ତି ବରଂ ଅଧିକାଂଶ ଘରେ ପାଇଖାନା ନଥିବାରୁ ଭୋଇପାଲି ଦୁର୍ଗନ୍ଧମୟ ପରିବେଶରେ ସୃଷ୍ଟି ହୋଇଛି।ସବୁ ଘରେ ପାଇଖାନା ନାହିଁ। କିନ୍ତୁ ଏହି ୱାର୍ଡରେ […] The post ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଲେ ସୁବାସିନୀ, ମାଗିଲେ ପାଇଖାନା appeared first on Odisha.News.

ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଲେ ସୁବାସିନୀ, ମାଗିଲେ ପାଇଖାନା

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ୪୦ ନମ୍ବର ୱାର୍ଡରୁ ଆସିଛି ସ୍ୱଚ୍ଛତା ବିରୋଧରେ ଏକ ଭାୟାନକ ସତ୍ୟତା। ସୁବାସିନୀ ଗର୍ଡିଆ ନାମକ ଜଣେ ମହିଳା ନିଜ ପରିବାର ପାଇଁ ପାଇଖାନା ପାଇଁ ଆଜି କମିଶନରଙ୍କୁ ଆବେଦନ କରି ୪୦ ନମ୍ବର ୱାର୍ଡର ନଗ୍ନ ନମୁନାକୁ ସାମ୍ନାକୁ ଆଣିଛନ୍ତି। ଏହି ୱାର୍ଡରେ କେବଳ ସୁବାସିନୀ ନୁହନ୍ତି ବରଂ ଅଧିକାଂଶ ଘରେ ପାଇଖାନା ନଥିବାରୁ ଭୋଇପାଲି ଦୁର୍ଗନ୍ଧମୟ ପରିବେଶରେ ସୃଷ୍ଟି ହୋଇଛି।ସବୁ ଘରେ ପାଇଖାନା ନାହିଁ। କିନ୍ତୁ ଏହି ୱାର୍ଡରେ ପାଇଖାନା ନିର୍ମାଣ ପାଇଁ ବହୁଥର ସଭା ସମିତି ହେବା ସହ ବାରମ୍ବାର ମହାନଗର ନିଗମକୁ ଆବେଦନ କରାଯାଇଛି। କିନ୍ତୁ ମହାନଗର ନିଗମ ସ୍ଥାଇ ସହରକୁ ବାଦଦେଲେ ପଞ୍ଚାୟତ କୁ ମିଶାଇ ଯେଉଁ ମହାନଗର ନିଗମ ହୋଇଥିଲା ସେହି ସବୁ ଅଞ୍ଚଳକୁ ଆଖି ମୁଜି ଦେଇଥିବାରୁ ସୁବାସିନୀଙ୍କ ଚିଠି ସ୍ୱଚ୍ଛତା ର ନଗ୍ନ ନମୁନାକୁ ଏବେ ସାମ୍ନାକୁ ଆଣିଛି। ତେବେ ପାଇଖାନା ନୁହେଁ ବରଂ ଏହି ୱାର୍ଡକୁ ରାସ୍ତା ନିର୍ମାଣରେ ମଧ୍ୟ୍ୟ ଦୃଷ୍ଟି ଦିଆଯାଉନଥିବାରୁ ପଙ୍କରେ ଭାସୁଛି ଗାଁ ସାହି। କେଉଁଠି ରାସ୍ତା ଖୋଲି ହୋଇଯାଇଛି ତ କେଉଁଠି କାଦୁଅ ସର ସର ଗାଁ ଦାଣ୍ଡ। ଡବଲ ଇଂଜିନ ସରକାରରେ ଏହି ସବୁ କାମ ହୋଇ ପାରିବ ନାଁ କାଢୁଆ ଅଫିସରକୁ ଧରି ବର୍ଷ ବର୍ଷ ଯାଏଁ ଏହି ନିରୀହ ପରିବାର ମାନେ ଦୁଃଖ ପାଇବେ ତାକୁ ନେଇ ଏବେ ବଡ଼ ପ୍ରଶ୍ନ ଠିଆ ହୋଇଛି।
ତେବେବି ଏହି ୪୦ ନମ୍ବର ୱାର୍ଡ ଭୋଇପାଲିକୁ କାହିଁକି ଜଳ ପରିମଳ, ମହାନଗର କମିଶନର, ଜିଲ୍ଲାପାଳ ଅବା କୌଣସି ଅଧିକାରୀଙ୍କ ପାଦ ପଡ଼େନି ତାକୁ ନେଇ ୱାର୍ଡ ବାସି ଆଶ୍ଚଯ୍ୟ ହୋଇ ପଡିଛନ୍ତି। ଏବେ କଥା ଉଠୁଛି ସୁବାସିନୀଙ୍କ ଏହି ଆବେଦନକୁ ନେଇ ମହାନଗର ନିଗମ କାର୍ଯ୍ୟ ଦକ୍ଷତାର ବାସ୍ତବତା କଣ ତାହା ଖୁବ ଶୀଘ୍ର ସ୍ପଷ୍ଟ ହୋଇଯିବ। ତାପରେ ୱାର୍ଡବାସି ମହାନଗରରେ ରହିବେ ନାଁ ପୁଣି ଗ୍ରାମମୁହାଁ ହୋଇ ପଂଚାୟତକୁ ଫେରିବା ପାଇଁ ଅଣ୍ଟା ଭିଡ଼ିବେ ତାହା ଦେଖିବାକୁ ବାକି ରହିଲା।

The post ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଲେ ସୁବାସିନୀ, ମାଗିଲେ ପାଇଖାନା appeared first on Odisha.News.