ଟିଠିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ବିଭିନ୍ନ ସ୍କୁଲ ରେ ଆଜି ସମ୍ବିଧାନ ଦିବସ ପାଳିତ ହୋଇଯାଇଛି l ଉଫୁଲା ପଞ୍ଚାୟତ ଅନ୍ତର୍ଗତ ଟିଠିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମଙ୍ଗଳବାର ଶପଥପାଠ ପୂର୍ବକ ସମ୍ବିଧାନ ଦିବସ ମହାସମାରୋହ ରେ ପାଳନ ହୋଇ ଯାଇଛି।‌ ଉକ୍ତ ସମାରୋହ ରେ ମୁଖ୍ୟ ଅତିଥି ଭାବରେ ଉଫୁଲା ସରପଞ୍ଚ ଶ୍ରୀୟା ମହାକୁର ଏବଂ ସମ୍ମାନିତ ଅତିଥି ଭାବେ ପରିଚାଳନା ପରିଷଦର ସଭାପତି ବିଦେଶି […] The post ଟିଠିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ appeared first on Odisha.News.

ଟିଠିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ବିଭିନ୍ନ ସ୍କୁଲ ରେ ଆଜି ସମ୍ବିଧାନ ଦିବସ ପାଳିତ ହୋଇଯାଇଛି l ଉଫୁଲା ପଞ୍ଚାୟତ ଅନ୍ତର୍ଗତ ଟିଠିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମଙ୍ଗଳବାର ଶପଥପାଠ ପୂର୍ବକ ସମ୍ବିଧାନ ଦିବସ ମହାସମାରୋହ ରେ ପାଳନ ହୋଇ ଯାଇଛି।‌ ଉକ୍ତ ସମାରୋହ ରେ ମୁଖ୍ୟ ଅତିଥି ଭାବରେ ଉଫୁଲା ସରପଞ୍ଚ ଶ୍ରୀୟା ମହାକୁର ଏବଂ ସମ୍ମାନିତ ଅତିଥି ଭାବେ ପରିଚାଳନା ପରିଷଦର ସଭାପତି ବିଦେଶି ମହାକୁର ଯୋଗଦାନ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭାବଗ୍ରାହୀ ମେହେର ସର୍ବ ପ୍ରଥମେ ଆଜିର ସମ୍ବିଧାନ ଦିବସ ପାଳନ ର ଉଦ୍ଦେଶ୍ୟ ଜ୍ଞାପନ ପରେ ମୁଖ୍ୟ ଅତିଥି, ସଭାପତି ସମସ୍ତେ ସମ୍ବିଧାନ ଦିବସ ପାଳନର ଗୁରୁତ୍ବ ଉପସ୍ଥିତ ପିଲାଙ୍କୁ ବୁଝାଇଥିଲେ । ବରିଷ୍ଠ ଶିକ୍ଷକ ମେଘନାଦ ଭୋଇ , ମୋହନ ଜଗଦଳା, ଗିରିଶ କୁମାର ତ୍ରିପାଠୀ ପ୍ରମୁଖ ସମ୍ବିଧାନ ଦିବସ ପାଳନ ର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇଥିଲେ। ଏହି ଅବସର ରେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଚିତ୍ରାଙ୍କନ, ସଂଗୀତ, ବକୃତା, ପ୍ରବନ୍ଧ , କୁଇଜ ଇତ୍ୟାଦି ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗିଙ୍କୁ ମୁଖ୍ୟ ଅତିଥି, ସଭାପତି ଓ ଶିକ୍ଷକବୃନ୍ଦ ମାନପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ। ଏହି ଅବସରରେ ସରକାର ଙ୍କ ନିର୍ଦେଶ ଅନୁସାରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଚଳିତ ବର୍ଷର ନୂତନ ପୋଷାକ, ଜୋତା , ମୋଜା ଓ ଟୋପି ଇତ୍ୟାଦି ମୁଖ୍ୟ ଅତିଥି ଙ୍କ ଉପସ୍ଥିତିରେ ବଣ୍ଟନ କରିଥିବାରୁ ଛାତ୍ରଛାତ୍ରୀ ଅତ୍ୟନ୍ତ ଖୁସି ପ୍ରକଟ କରିଥିଲେ । ସର୍ବଶେଷ ରେ ଶିକ୍ଷକ ମାନସ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

The post ଟିଠିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ appeared first on Odisha.News.