ପଞ୍ଚୁକ ପାଇଁ ଜଗନ୍ନାଥ ମନ୍ଦିରରେ ପ୍ରବଳ ଭିଡ଼

ଜି ଉଦୟଗିରି, ୧୩।୧୧(ଶିଶିର ପଟ୍ଟନାୟକ): ଜି ଉଦୟଗିରି ଜଗନ୍ନାଥ ମନ୍ଦିରରେ କାର୍ତ୍ତିକ ମାସ ପଞ୍ଚୁକ ନିମନ୍ତେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଲାଗି ରହିଛି । ବିଶେଷ କରି ହବିଷ କରୁଥିବା ମହିଳା ଶ୍ରଦ୍ଧାଳୁମାନଙ୍କ ଭିଡ଼ ଅଧିକ ଦେଖିବାକୁ ମିଳିଥିଲା। ଭୋର ୪ଟାରୁ ମନ୍ଦିରରେ ଗହଳି ଲାଗି ରହୁଛି । ଦ୍ୱାର ଫିଟା ଠାରୁ ଦିନ ୧୨ ଘଣ୍ଟା ଯାଏ ଓ ସନ୍ଧ୍ୟାରେ ଅଧିକ ଗହଳି ରହୁଛି। ପୂଜକ ଅଚୁତ୍ୟ ପଣ୍ଡା, ଚନ୍ଦ୍ରକାନ୍ତ ପଣ୍ଡା , ଭାଗବତ ପଣ୍ଡା […] The post ପଞ୍ଚୁକ ପାଇଁ ଜଗନ୍ନାଥ ମନ୍ଦିରରେ ପ୍ରବଳ ଭିଡ଼ appeared first on Dharitri Odia News.

ପଞ୍ଚୁକ ପାଇଁ ଜଗନ୍ନାଥ ମନ୍ଦିରରେ ପ୍ରବଳ ଭିଡ଼

ଜି ଉଦୟଗିରି, ୧୩।୧୧(ଶିଶିର ପଟ୍ଟନାୟକ): ଜି ଉଦୟଗିରି ଜଗନ୍ନାଥ ମନ୍ଦିରରେ କାର୍ତ୍ତିକ ମାସ ପଞ୍ଚୁକ ନିମନ୍ତେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଲାଗି ରହିଛି । ବିଶେଷ କରି ହବିଷ କରୁଥିବା ମହିଳା ଶ୍ରଦ୍ଧାଳୁମାନଙ୍କ ଭିଡ଼ ଅଧିକ ଦେଖିବାକୁ ମିଳିଥିଲା। ଭୋର ୪ଟାରୁ ମନ୍ଦିରରେ ଗହଳି ଲାଗି ରହୁଛି ।

ଦ୍ୱାର ଫିଟା ଠାରୁ ଦିନ ୧୨ ଘଣ୍ଟା ଯାଏ ଓ ସନ୍ଧ୍ୟାରେ ଅଧିକ ଗହଳି ରହୁଛି। ପୂଜକ ଅଚୁତ୍ୟ ପଣ୍ଡା, ଚନ୍ଦ୍ରକାନ୍ତ ପଣ୍ଡା , ଭାଗବତ ପଣ୍ଡା ପଞ୍ଚୁକ ନିମନ୍ତେ ଠାକୁର ମାନଙ୍କ ବିଭିନ୍ନ ବେଶ କରୁଛନ୍ତି। ବଡ଼ ଏକାଦଶୀ ନିମନ୍ତେ ମଙ୍ଗଳବାର ସନ୍ଧ୍ୟାରେ ତିନି ଠାକୁରଙ୍କ ବଡ଼ ଆଳତି ହୋଇଥିଲା। ବଡ଼ ଆଳତି ଦେଖିବାକୁ ପ୍ରବଳ ଜନଗହଳି ହୋଇଥିଲା।

The post ପଞ୍ଚୁକ ପାଇଁ ଜଗନ୍ନାଥ ମନ୍ଦିରରେ ପ୍ରବଳ ଭିଡ଼ appeared first on Dharitri Odia News.