ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା : ବଙ୍ଗୀୟ ପର୍ଯ୍ୟଟକଙ୍କ ଆକ୍ରମଣରେ ଜେଟିପି ଆହତ

ପୁରୀ ୯।୧୧: ପୁଣି ପୁରୀ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା ।‌ ବଙ୍ଗୀୟ ଭକ୍ତଙ୍କ ଆକ୍ରମଣରେ ଆହତ ହେଲେ ଶ୍ରୀମନ୍ଦିରର ଜେଟିପି । ଆହତ ଜେଟିପି ଜଣକ ହେଉଛନ୍ତି ଗୁପ୍ତେଶ୍ୱର ରାଉତରାୟ । ଶ୍ରୀମନ୍ଦିର ଘଣ୍ଟି ଦ୍ବାର ନିକଟରେ ଏଭଳି ଘଟଣା ଘଟିଥିବା ବେଳେ ସିଂହଦ୍ଵାର ଥାନାରେ ଏନେଇ ଅଭିଯୋଗ ହୋଇଛି । ପୋଲିସ କିଛି ବଙ୍ଗୀୟ ଭକ୍ତଙ୍କୁ ଥାନାରେ ଅଟକ ରଖି ପଚାରଉଚରା କରୁଛି । ତେବେ ଆହତ ହୋଇଥିବା ଜେଟିପି ଗୁପ୍ତେଶ୍ୱର ରାଉତରାୟଙ୍କ କହିବା ଅନୁଯାୟୀ ଶନିବାର ସକାଳ ୯ଟା ସମୟରେ ସେ ଶ୍ରୀମନ୍ଦିର ଘଣ୍ଟି ଦ୍ୱାରରେ ଡ୍ୟୁଟି କରୁଥିଲେ । ଏହି ସମୟରେ କିଛି ବଙ୍ଗୀୟ ଭକ୍ତ ଘଣ୍ଟି ଦ୍ବାର ଦେଇ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଗୁପ୍ତେଶ୍ୱର ଏହାକୁ ବାରଣ କରିବାରୁ ବଙ୍ଗୀୟ ଭକ୍ତ ମାନେ ଉତକ୍ଷିପ୍ତ ହୋଇ ତାଙ୍କୁ ଆକ୍ରମଣ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ସିଂହଦ୍ୱାର ଥାନାରେ ଉଭୟଙ୍କ ପକ୍ଷରୁ ଅଭିଯୋଗ ହୋଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।You Can Read:ଆଗାମୀ ଦିନରେ ୩୦ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ, ରାଜ୍ୟରେ ରହିବନି ଡାକ୍ତର ଅଭାବ : ପୃଥ୍ବୀରାଜ ହରିଚନ୍ଦନ 

ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା : ବଙ୍ଗୀୟ ପର୍ଯ୍ୟଟକଙ୍କ ଆକ୍ରମଣରେ ଜେଟିପି ଆହତ

ପୁରୀ ୯।୧୧: ପୁଣି ପୁରୀ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା ।‌ ବଙ୍ଗୀୟ ଭକ୍ତଙ୍କ ଆକ୍ରମଣରେ ଆହତ ହେଲେ ଶ୍ରୀମନ୍ଦିରର ଜେଟିପି । ଆହତ ଜେଟିପି ଜଣକ ହେଉଛନ୍ତି ଗୁପ୍ତେଶ୍ୱର ରାଉତରାୟ । ଶ୍ରୀମନ୍ଦିର ଘଣ୍ଟି ଦ୍ବାର ନିକଟରେ ଏଭଳି ଘଟଣା ଘଟିଥିବା ବେଳେ ସିଂହଦ୍ଵାର ଥାନାରେ ଏନେଇ ଅଭିଯୋଗ ହୋଇଛି । ପୋଲିସ କିଛି ବଙ୍ଗୀୟ ଭକ୍ତଙ୍କୁ ଥାନାରେ ଅଟକ ରଖି ପଚାରଉଚରା କରୁଛି । 

ତେବେ ଆହତ ହୋଇଥିବା ଜେଟିପି ଗୁପ୍ତେଶ୍ୱର ରାଉତରାୟଙ୍କ କହିବା ଅନୁଯାୟୀ ଶନିବାର ସକାଳ ୯ଟା ସମୟରେ ସେ ଶ୍ରୀମନ୍ଦିର ଘଣ୍ଟି ଦ୍ୱାରରେ ଡ୍ୟୁଟି କରୁଥିଲେ । ଏହି ସମୟରେ କିଛି ବଙ୍ଗୀୟ ଭକ୍ତ ଘଣ୍ଟି ଦ୍ବାର ଦେଇ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଗୁପ୍ତେଶ୍ୱର ଏହାକୁ ବାରଣ କରିବାରୁ ବଙ୍ଗୀୟ ଭକ୍ତ ମାନେ ଉତକ୍ଷିପ୍ତ ହୋଇ ତାଙ୍କୁ ଆକ୍ରମଣ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ସିଂହଦ୍ୱାର ଥାନାରେ ଉଭୟଙ୍କ ପକ୍ଷରୁ ଅଭିଯୋଗ ହୋଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

You Can Read:

ଆଗାମୀ ଦିନରେ ୩୦ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ, ରାଜ୍ୟରେ ରହିବନି ଡାକ୍ତର ଅଭାବ : ପୃଥ୍ବୀରାଜ ହରିଚନ୍ଦନ