ଉତ୍ତରପ୍ରଦେଶର ପୌଡୀରେ ବାଘ ଆତଙ୍କ, ୯ ସ୍କୁଲକୁ ଛୁଟି ଘୋଷଣା କଲେ ଡିଏମ୍

ନୂଆଦିଲ୍ଲୀ ୨୩/୦୯: ଉତ୍ତରାଖଣ୍ଡ ପୌଡୀର ଗଡୱାଲ ଜିଲ୍ଲାର ଜାଖଣୀଧର ତହସିଲରେ ବାଘ ଆତଙ୍କ । ଫଳରେ ବାଘ ପାଇଁ ସ୍ଥାନୀୟ ପ୍ରଶାସନ ନେଇଛି ସତର୍କତା ମୂଲକ ପଦକ୍ଷେପ । ଅକ୍ଟୋବର ୨୩ ଓ ୨୪ ସେପ୍ଟେମ୍ବରରେ ଦ୍ୱାରିଖାଲର ନଅଟି ସ୍କୁଲ ବନ୍ଦ ରଖିବାକୁ ଜାରି ହୋଇଛି ନିର୍ଦ୍ଦଶନାମା । ପୌଡୀର ଜିଲ୍ଲା ମାଜିଷ୍ଟ୍ରେଟ ଆଶିଷ ଚୌହ୍ୱାନଙ୍କ ନିର୍ଦ୍ଦେଶ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜାଖଣୀଧର ଉପ-ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଦ୍ୱାରକାଲର ବ୍ଲକ ଶିକ୍ଷା ଅଧିକାରୀଙ୍କ ଅନୁରୋଧ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଉଭୟ ଅଧିକାରୀ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଏକ ଚିଠି ଲେଖି ସୂଚନା ଦେଇଛନ୍ତି ଯେ ଶନିବାର ସକାଳ ୭ ଟାରେ ଦ୍ୱାରୱଲ ଅଞ୍ଚଳର ଥାଙ୍ଗର ଗ୍ରାମରେ ଜଣେ ଛାତ୍ର ବାଘର ଶିକାର ହୋଇଛିଲେ । ଏହା ବ୍ୟତୀତ ଥାଙ୍ଗର ସରକାରୀ ପ୍ରାଥମିକ ବିଦ୍ୟାଳୟ ନିକଟରେ ଏକ ବାଘ ଦେଖିବାକୁ ମିଳିଥିଲା । ପିଟିଆଇ ଅନୁଯାୟୀ, ଜିଲ୍ଲା ମାଜିଷ୍ଟ୍ରେଟ୍ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୨୩ ଏବଂ ୨୪ରେ ନଅଟି ସ୍କୁଲ ଏବଂ ଦ୍ୱାରୱଲ ଅଞ୍ଚଳର ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ ଛୁଟିଦିନ ରହିବ । ଗତ ମାସରେ ପୌଡୀର ଗରୱାଲ ଜିଲ୍ଲାର ଲାନ୍ସଡାଉନ୍ ଅଞ୍ଚଳରେ ଜଣେ ବ୍ୟକ୍ତି ଓ ଶିଶୁଙ୍କୁ ମାରିଥିଲା ବାଘ । ରାତି ପ୍ରାୟ ୭.୩୦ସମୟରେ ରିଖନିକଲ ବ୍ଲକର କୋଟା ଗ୍ରାମରେ ଏହି ଘଟଣା ଘଟିଥିଲା।

ଉତ୍ତରପ୍ରଦେଶର ପୌଡୀରେ ବାଘ ଆତଙ୍କ, ୯ ସ୍କୁଲକୁ ଛୁଟି ଘୋଷଣା କଲେ ଡିଏମ୍

ନୂଆଦିଲ୍ଲୀ ୨୩/୦୯: ଉତ୍ତରାଖଣ୍ଡ ପୌଡୀର ଗଡୱାଲ ଜିଲ୍ଲାର ଜାଖଣୀଧର ତହସିଲରେ ବାଘ ଆତଙ୍କ । ଫଳରେ ବାଘ ପାଇଁ ସ୍ଥାନୀୟ ପ୍ରଶାସନ ନେଇଛି ସତର୍କତା ମୂଲକ ପଦକ୍ଷେପ । ଅକ୍ଟୋବର ୨୩ ଓ ୨୪ ସେପ୍ଟେମ୍ବରରେ ଦ୍ୱାରିଖାଲର ନଅଟି ସ୍କୁଲ ବନ୍ଦ ରଖିବାକୁ ଜାରି ହୋଇଛି ନିର୍ଦ୍ଦଶନାମା । 

ପୌଡୀର ଜିଲ୍ଲା ମାଜିଷ୍ଟ୍ରେଟ ଆଶିଷ ଚୌହ୍ୱାନଙ୍କ ନିର୍ଦ୍ଦେଶ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜାଖଣୀଧର ଉପ-ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଦ୍ୱାରକାଲର ବ୍ଲକ ଶିକ୍ଷା ଅଧିକାରୀଙ୍କ ଅନୁରୋଧ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଉଭୟ ଅଧିକାରୀ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଏକ ଚିଠି ଲେଖି ସୂଚନା ଦେଇଛନ୍ତି ଯେ ଶନିବାର ସକାଳ ୭ ଟାରେ ଦ୍ୱାରୱଲ ଅଞ୍ଚଳର ଥାଙ୍ଗର ଗ୍ରାମରେ ଜଣେ ଛାତ୍ର ବାଘର ଶିକାର ହୋଇଛିଲେ । ଏହା ବ୍ୟତୀତ ଥାଙ୍ଗର ସରକାରୀ ପ୍ରାଥମିକ ବିଦ୍ୟାଳୟ ନିକଟରେ ଏକ ବାଘ ଦେଖିବାକୁ ମିଳିଥିଲା । 

ପିଟିଆଇ ଅନୁଯାୟୀ, ଜିଲ୍ଲା ମାଜିଷ୍ଟ୍ରେଟ୍ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୨୩ ଏବଂ ୨୪ରେ ନଅଟି ସ୍କୁଲ ଏବଂ ଦ୍ୱାରୱଲ ଅଞ୍ଚଳର ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ ଛୁଟିଦିନ ରହିବ । ଗତ ମାସରେ ପୌଡୀର ଗରୱାଲ ଜିଲ୍ଲାର ଲାନ୍ସଡାଉନ୍ ଅଞ୍ଚଳରେ ଜଣେ ବ୍ୟକ୍ତି ଓ ଶିଶୁଙ୍କୁ ମାରିଥିଲା ବାଘ । ରାତି ପ୍ରାୟ ୭.୩୦ସମୟରେ ରିଖନିକଲ ବ୍ଲକର କୋଟା ଗ୍ରାମରେ ଏହି ଘଟଣା ଘଟିଥିଲା।