NH-୧୬ରେ ତୀର୍ଥଯାତ୍ରୀ ବସ୍କୁ ପଛପଟୁ ପିଟିଲା ଟ୍ରକ: ଜଣେ ମୃତ, ୧୦ ଗୁରୁତର
ଭଦ୍ରକ ୬/୭: ତୀର୍ଥଯାତ୍ରୀ ବସ୍କୁ ଧକ୍କା ଦେଲା ଟ୍ରକ। ଘଟଣାସ୍ଥଳରେ ଜଣେ ମୃତ, ୧୦ ଜଣ ଗୁରୁତର । NH-୧୬ ଚିଙ୍ଗିଡିପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ତୀର୍ଥଯାତ୍ରୀ ବସ୍କୁ ଟ୍ରକ ଧକ୍କା ହେବାରୁ ଜଣକର ଜୀବନ ଯାଇଛି । ୧୦ ଗୁରୁତରଙ୍କୁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ତୀର୍ଥଯାତ୍ରୀ ବସ୍ଟି ଆନ୍ଧ୍ରପ୍ରଦେଶର ଅଙ୍ଗୁର ଅଞ୍ଚଳର ପ୍ରାୟ ୨୫୦ ଜଣ ଲୋକ ପୁରୀ ଆସି ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ପରେ କାଶୀ ଅଭିମୁଖେ ଯାଉଥିବାବେଳେ ବସକୁ ପଛପଟୁ ଧକ୍କା ଦେଇଥିଲା ଟ୍ରକ । ଜିଲ୍ଲାପାଳ କହିଛନ୍ତି ତୀର୍ଥଯାତ୍ରୀଙ୍କର ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗୁରୁତରଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି । ଅନ୍ୟ ତୀର୍ଥଯାତ୍ରୀଙ୍କୁ ପଡିଆରେ ରଖାଯାଇ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି ।