କାର୍ତ୍ତିକଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ବୁମରାଙ୍କୁ ୫ ଓ୍ଵିକେଟ୍, ମୁମ୍ବାଇକୁ ମିଳିଲା ବଡ଼ ଟାର୍ଗେଟ୍

ମୁମ୍ବାଇ: ଓ୍ଵାଙ୍ଖେଡ଼େରେ ମୁହାଁମୁହିଁ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ବୁମରାଙ୍କ ଘାତକ ବୋଲିଂ ସତ୍ତ୍ଵେ ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ୮ ଓ୍ଵିକେଟ୍ ହରାଇ ୧୯୬ ରନର ବଡ଼ ସ୍କୋର କରିଛି। ଫାଫ ଡୁପ୍ଲେସିସଙ୍କ ୬୧ ରନ ଓ ରଜତ ପାଟିଦାରଙ୍କ ୫୦ ରନ ପରେ ଦିନେଶ କାର୍ତ୍ତିକଙ୍କ ବିସ୍ଫୋରକ ୫୩ ରନ ବଳରେ ଆରସିବି ଏହି ସ୍କୋର କରି ପାରିଛି। ମୁମ୍ବାଇ ସାମ୍ନାରେ ରହିଛି ୧୯୭ ରନର ବିଜୟ ଲକ୍ଷ୍ୟ।  ଅନ୍ୟପଟେ ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମରା ଶାଣିତ ବୋଲିଂ କରି ୪ ଓଭରରେ ୨୧ ରନ ଦେଇ ୫ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। Also read: କୋହଲିଙ୍କୁ ପଛରେ ପକାଇଲେ ଗିଲ୍, ଆଇପିଏଲ୍‌ରେ କଲେ ବଡ ରେକର୍ଡଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା  ବେଙ୍ଗାଲୁରୁକୁ ପ୍ରଥମରୁ ବଡ଼ ଝଟକା ଲାଗିଛି। ଫର୍ମରେ ଥିବା ବିରାଟ କୋହଲି ୩ ରନ କରି ପାଭିଲିୟନ ଫେରିଥିଲେ। ଓ୍ଵିଲ ଜ୍ୟାକ୍ସ(୮) ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରି ନ ଥିଲେ। ଏହା ପରେ ଅଧିନାୟକ ଫାଫ ଡୁ ପ୍ଲେସିସ୍ ଓ ରଜତ ପାଟିଦାର ମୁମ୍ବାଇ ବୋଲରଙ୍କ ଉପରେ କାଉଣ୍ଟର ଆଟାକ କରିଥିଲେ। ବିଶେଷ କରି ରଜତ ପାଟିଦାର ବିସ୍ଫୋରକ ଇନିଂସ ଖେଳିଥିଲେ। ଦୁଇ ବ୍ୟାଟର ୩ୟ ଓ୍ଵିକେଟ୍ ପାଇଁ ୮୨ ରନ ଯୋଡ଼ି ବଡ଼ ସ୍କୋରର ମୂଳଦୁଆ ପକାଇଥିଲେ। ୧୦୫ ରନ ସ୍କୋରରେ ରଜତ ପାଟିଦାର ୨୬ ବଲରୁ ୩ ଚୌକା ଓ ୪ ଛକା ସହ ୫୦ ରନ କରିଥିଲେ। ଏହି ଯୋଡ଼ି ଭାଙ୍

କାର୍ତ୍ତିକଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ବୁମରାଙ୍କୁ ୫ ଓ୍ଵିକେଟ୍, ମୁମ୍ବାଇକୁ ମିଳିଲା ବଡ଼ ଟାର୍ଗେଟ୍

ମୁମ୍ବାଇ: ଓ୍ଵାଙ୍ଖେଡ଼େରେ ମୁହାଁମୁହିଁ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ବୁମରାଙ୍କ ଘାତକ ବୋଲିଂ ସତ୍ତ୍ଵେ ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ୮ ଓ୍ଵିକେଟ୍ ହରାଇ ୧୯୬ ରନର ବଡ଼ ସ୍କୋର କରିଛି। ଫାଫ ଡୁପ୍ଲେସିସଙ୍କ ୬୧ ରନ ଓ ରଜତ ପାଟିଦାରଙ୍କ ୫୦ ରନ ପରେ ଦିନେଶ କାର୍ତ୍ତିକଙ୍କ ବିସ୍ଫୋରକ ୫୩ ରନ ବଳରେ ଆରସିବି ଏହି ସ୍କୋର କରି ପାରିଛି। ମୁମ୍ବାଇ ସାମ୍ନାରେ ରହିଛି ୧୯୭ ରନର ବିଜୟ ଲକ୍ଷ୍ୟ।  ଅନ୍ୟପଟେ ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମରା ଶାଣିତ ବୋଲିଂ କରି ୪ ଓଭରରେ ୨୧ ରନ ଦେଇ ୫ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। 

Also read: କୋହଲିଙ୍କୁ ପଛରେ ପକାଇଲେ ଗିଲ୍, ଆଇପିଏଲ୍‌ରେ କଲେ ବଡ ରେକର୍ଡ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା  ବେଙ୍ଗାଲୁରୁକୁ ପ୍ରଥମରୁ ବଡ଼ ଝଟକା ଲାଗିଛି। ଫର୍ମରେ ଥିବା ବିରାଟ କୋହଲି ୩ ରନ କରି ପାଭିଲିୟନ ଫେରିଥିଲେ। ଓ୍ଵିଲ ଜ୍ୟାକ୍ସ(୮) ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରି ନ ଥିଲେ। ଏହା ପରେ ଅଧିନାୟକ ଫାଫ ଡୁ ପ୍ଲେସିସ୍ ଓ ରଜତ ପାଟିଦାର ମୁମ୍ବାଇ ବୋଲରଙ୍କ ଉପରେ କାଉଣ୍ଟର ଆଟାକ କରିଥିଲେ। ବିଶେଷ କରି ରଜତ ପାଟିଦାର ବିସ୍ଫୋରକ ଇନିଂସ ଖେଳିଥିଲେ। ଦୁଇ ବ୍ୟାଟର ୩ୟ ଓ୍ଵିକେଟ୍ ପାଇଁ ୮୨ ରନ ଯୋଡ଼ି ବଡ଼ ସ୍କୋରର ମୂଳଦୁଆ ପକାଇଥିଲେ। ୧୦୫ ରନ ସ୍କୋରରେ ରଜତ ପାଟିଦାର ୨୬ ବଲରୁ ୩ ଚୌକା ଓ ୪ ଛକା ସହ ୫୦ ରନ କରିଥିଲେ। 

ଏହି ଯୋଡ଼ି ଭାଙ୍ଗିବା ପରେ ମୁମ୍ବାଇ ପୁଣି ଥରେ ଆରସିବି ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲା। ମ୍ୟାକ୍ସଓ୍ଵେଲ(୦) ପୁଣି  ଥରେ ନିରାଶ କରିଥିଲେ। ଅନ୍ୟପଟେ ଅର୍ଦ୍ଧଶତକ ହାସଲ କରି କ୍ରିଜରେ ଜମିଥିବା ଡୁପ୍ଲେସିସଙ୍କୁ ବୁମରା ଆଉଟ୍ କରିଥିଲେ। ଆରସିବି ଅଧିନାୟଲ ୪୦ ବଲରୁ ୪ ଚୌକା ଓ ୩ ଛକା ସହ ୬୧ ରନ କରିଥିଲେ। ଶେଷ ଆଡ଼କୁ ବୁମରା ଘାତକ ବୋଲିଂ କରି ଆରସିବି ବ୍ୟାଟରଙ୍କୁ ପାଭିଲିୟନ ପଠାଉଥିବା ବେଳେ ଅନ୍ୟପଟେ ଦିନେଶ କାର୍ତ୍ତିକ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ମାତ୍ର ୨୩ ବଲରୁ ୫ ଚୌକା ଓ ୪ ଛକା ସହ ୫୩ ରନ କରି ଅପରାଜିତ ଥିଲେ। ଶେଷରେ ଆରସିବି ୮ ଓ୍ଵିକେଟ୍ ହରାଇ ୧୯୬ ରନ କରିଥିଲା। 

ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମରା ୪ ଓଭରରେ ମାତ୍ର ୨୧ ରନ ଦେଇ ୫ ଓ୍ଵିକେଟ୍ ନେଇଥିଲେ। ବାକି ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ।