କେନାଲରେ ବନ୍ଧରେ ଯାଉଥିବା ବେଳେ ଅଘଟଣ, ପାଣିରେ ବୁଡି ବୃଦ୍ଧ ମୃତ

ସାଲେପୁର ୧୪।୧୦ : କଟକ ଜିଲ୍ଲା ସାଲେପୁର ବ୍ଲକରେ ଅଘଟଣ । କେନାଲରେ ବୁଡି ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ପଶ୍ଚିମକଚ୍ଛ ଢିଅସାହିର ଗୋପୀନାଥ ସାହୁ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଖବର ଅନୁଯାୟୀ, ଗୋପୀନାଥ ସାହୁ କେନ୍ଦ୍ରାପଡ଼ା କନେଲାର ବାରବୋଡିଆ ନିକଟ ଦେଇ ଯାଉଥିଲେ । ଏହି ସମୟରେ ଭାରସାମ୍ୟ ହରାଇ ଗୋପୀନାଥ କେନାଲରେ ପଡିଯାଇଥିଲେ । ଏହାଦେଖି ସ୍ଥାନୀୟଲୋକ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ମଧ୍ୟ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି । ଏହାସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମଧ୍ୟ ପଠାଇଛି ପୋଲିସ ।

କେନାଲରେ ବନ୍ଧରେ ଯାଉଥିବା ବେଳେ ଅଘଟଣ, ପାଣିରେ ବୁଡି ବୃଦ୍ଧ ମୃତ

ସାଲେପୁର ୧୪।୧୦ : କଟକ ଜିଲ୍ଲା ସାଲେପୁର ବ୍ଲକରେ ଅଘଟଣ । କେନାଲରେ ବୁଡି ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ପଶ୍ଚିମକଚ୍ଛ ଢିଅସାହିର ଗୋପୀନାଥ ସାହୁ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । 

ଖବର ଅନୁଯାୟୀ, ଗୋପୀନାଥ ସାହୁ କେନ୍ଦ୍ରାପଡ଼ା କନେଲାର ବାରବୋଡିଆ ନିକଟ ଦେଇ ଯାଉଥିଲେ । ଏହି ସମୟରେ ଭାରସାମ୍ୟ ହରାଇ ଗୋପୀନାଥ କେନାଲରେ ପଡିଯାଇଥିଲେ । ଏହାଦେଖି ସ୍ଥାନୀୟଲୋକ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ମଧ୍ୟ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି । ଏହାସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମଧ୍ୟ ପଠାଇଛି ପୋଲିସ ।