IPL 2024 ଉଦଘାଟନୀ ସମାରୋହରେ ଜଲୱା ଦେଖାଇବେ ବଲିଉଡ୍ ତାରକା, ଅକ୍ଷୟ କୁମାରଙ୍କ ସମେତ ଏହି ଷ୍ଟାର କରିବେ ପରଫର୍ମ

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ରୁ ଆରମ୍ଭ ହେବା ଆଇପିଏଲ ୨୦୨୪ । ୧୭ତମ ସଂସ୍କରଣର ପ୍ରଥମ ମୁକାବିଲା ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ । ଚେନ୍ନାଇର ଏମଏ ଚିଦାମ୍ୱରମ ଷ୍ଟାଡିୟମରେ ଦୁହେଁ ମୁହାଁମୁହିଁ ହେବେ । ଏହା ପୂର୍ବରୁ ଉଦଘାଟନୀ ସମାରୋହରେ ବଲିଉଡ୍ କଳାକାରଙ୍କ ଜଲୱା ଦେଖିବାକୁ ମିଳିଛି । ଆଇପିଏଲ ପକ୍ଷରୁ ବୁଧବାର ଓପନିଂ ସେରିମନି ବାବଦରେ ଆନୁଷ୍ଠାନିକ ସୂଚନା ଦିଆଯାଇଛି । ରଙ୍ଗାରଙ୍ଗା କାର୍ଯ୍ୟକ୍ରମରେ ବଲିଉଡର ଚାରି ଜଣ ଲୋକପ୍ରିୟ କଳାକାର ନିଜ ଦମଦାର ପ୍ରଦର୍ଶନ ଦେଖାଇବେ । ଏହି ସୂଚୀରେ ଅଭିନେତା ଅକ୍ଷର କୁମାର ଏବଂ ଟାଇଗର ଶ୍ରଫଙ୍କ ନାଁ ରହିଛି । ଦୁହେଁ ନିଜର ଡ୍ୟାନ୍ସରେ କ୍ରିକେଟ୍ ଫ୍ୟାନ୍ସଙ୍କ ମନୋରଞ୍ଜନ କରିବେ । ସେହିପରି ଉଦଘାଟନୀ ସମାରୋହରେ ପ୍ରତିଦ୍ଧ କଣ୍ଠଶିଳ୍ପୀ ତଥା ଗୀତିକାର ଏଆର ରେହମାନ ଏବଂ କଣ୍ଠଶିଳ୍ପୀ ସୋନୁ ନିଗମ ମଧ୍ୟ ନିଜ ଜଲୱା ଦେଖାଇବେ ।The stage is set, the lights are bright, and the stars are ready to shine at the #TATAIPL 2024 Opening Ceremony! ????????Get ready for an unforgettable fusion of cricket and entertainment ft. a stellar lineup! ✨????22nd March⏰6:30 PM onwards pic.twitter.com/7POPthFITx— IndianPremierLeague (@IPL) March 20, 2024ଉଲ୍ଲେଖଯୋଗ୍ୟ ଯେ ବିସିସିଆଇ

IPL 2024 ଉଦଘାଟନୀ ସମାରୋହରେ ଜଲୱା ଦେଖାଇବେ ବଲିଉଡ୍ ତାରକା, ଅକ୍ଷୟ କୁମାରଙ୍କ ସମେତ ଏହି ଷ୍ଟାର କରିବେ ପରଫର୍ମ

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ରୁ ଆରମ୍ଭ ହେବା ଆଇପିଏଲ ୨୦୨୪ । ୧୭ତମ ସଂସ୍କରଣର ପ୍ରଥମ ମୁକାବିଲା ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ । ଚେନ୍ନାଇର ଏମଏ ଚିଦାମ୍ୱରମ ଷ୍ଟାଡିୟମରେ ଦୁହେଁ ମୁହାଁମୁହିଁ ହେବେ । ଏହା ପୂର୍ବରୁ ଉଦଘାଟନୀ ସମାରୋହରେ ବଲିଉଡ୍ କଳାକାରଙ୍କ ଜଲୱା ଦେଖିବାକୁ ମିଳିଛି । 

ଆଇପିଏଲ ପକ୍ଷରୁ ବୁଧବାର ଓପନିଂ ସେରିମନି ବାବଦରେ ଆନୁଷ୍ଠାନିକ ସୂଚନା ଦିଆଯାଇଛି । ରଙ୍ଗାରଙ୍ଗା କାର୍ଯ୍ୟକ୍ରମରେ ବଲିଉଡର ଚାରି ଜଣ ଲୋକପ୍ରିୟ କଳାକାର ନିଜ ଦମଦାର ପ୍ରଦର୍ଶନ ଦେଖାଇବେ । ଏହି ସୂଚୀରେ ଅଭିନେତା ଅକ୍ଷର କୁମାର ଏବଂ ଟାଇଗର ଶ୍ରଫଙ୍କ ନାଁ ରହିଛି । ଦୁହେଁ ନିଜର ଡ୍ୟାନ୍ସରେ କ୍ରିକେଟ୍ ଫ୍ୟାନ୍ସଙ୍କ ମନୋରଞ୍ଜନ କରିବେ । ସେହିପରି ଉଦଘାଟନୀ ସମାରୋହରେ ପ୍ରତିଦ୍ଧ କଣ୍ଠଶିଳ୍ପୀ ତଥା ଗୀତିକାର ଏଆର ରେହମାନ ଏବଂ କଣ୍ଠଶିଳ୍ପୀ ସୋନୁ ନିଗମ ମଧ୍ୟ ନିଜ ଜଲୱା ଦେଖାଇବେ ।



ଉଲ୍ଲେଖଯୋଗ୍ୟ ଯେ ବିସିସିଆଇ ପ୍ରଥମ ପର୍ଯ୍ୟାୟରେ ଆଇପିଏଲ ୨୦୨୪ ପାଇଁ କେବଳ ୨୧ ମ୍ୟାଚର ଲିଷ୍ଟ ଜାରି କରିଛି । ଏପ୍ରିଲ ୭ ଯାଏ ଏହା ଖେଳା ଯିବ । ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ପରବର୍ତ୍ତୀ ଘୋଷଣା କରାଯିବ ବୋଲି ବିସିସିଆଇ କହିଥିଲା । ଏହାରି ଭିତରେ ଲୋକସଭା ତାରିଖ ମଧ୍ୟ ଘୋଷଣା ସରିଛି । ଅନୁମାନ କରାଯାଉଛି ଯେ ବିସିସିଆଇ ବଳକା ଆଇପିଏଲ ମ୍ୟାଚ୍ ପାଇଁ ଖୁବ ଶୀଘ୍ର ସୂଚୀ ଘୋଷଣା କରିପାରେ ।

Also Read: IPL ୨୦୨୪ର ନୂଆ ନିୟମ, ଅମ୍ପାୟାର ଏବଂ ବୋଲରଙ୍କୁ ମିଳିବ ଆଶ୍ବସ୍ତି