ସାମ୍ନାକୁ ଆସିଲେ ଖାନ ସାରଙ୍କ ପତ୍ନୀ, ରିସେପସନରେ ଭିଆଇପିଙ୍କ ଭିଡ଼, ଦେଖନ୍ତୁ ଫଟୋ- Video

ପାଟନା: ଖ୍ୟାତାନାମ ଶିକ୍ଷକ ତଥା ୟୁଟ୍ୟୁବର ଖାନ ସାରଙ୍କ ବିବାହ ସଂପନ୍ନ ହୋଇ ସାରିଥିବା ବେଳେ ଜୁନ ୨ ଅର୍ଥାତ ଆଜି ସେ ପ୍ରୀତିଭୋଜନ(ରିସେପସନ) ଦେଇଛନ୍ତି। ଏହି ସମୟରେ ଷ୍ଟେଜରେ ଖାନ ସାର ଓ ତାଙ୍କ ନବ ବିବାହିତ ପତ୍ନୀଙ୍କୁ ପ୍ରଥମ ଥର ଦେଖିବାକୁ ମିଳିଛି। ନବବଧୂ ଲାଲ ରଙ୍ଗର ଲେହଙ୍ଗା ଓ ଖାନ ସାର କୋଟ୍ ଟାଇ ପିନ୍ଧିଥିବା ଦେଖିବାକୁ ମିଳିଛି। ଦୁହେଁ ପରସ୍ପରର ହାତ ଧରି ଷ୍ଟେଜରେ ପହଞ୍ଚିଥିଲେ। ଏହି ସମୟରେ ଅତିଥି ଉଭୟଙ୍କ ଜୋରଦାର ସ୍ଵାଗତ କରିଛନ୍ତି। ନୈଶ୍ୟ ଭୋଜିର ଆୟୋଜନ ପାଟନାର ଦାନାପୁରର ଶଗୁନା ମୋଡ଼ରେ ନିର୍ମିତ ଏକ ବ୍ୟାଙ୍କ୍ଵେଟ ହଲ୍‌ରେ କରାଯାଇଛି। ପୂରା ହଲ୍‌କୁ ଲାଇଟିଂ ଓ ସୁନ୍ଦର ଫୁଲରେ ସଜା ଯାଇଛି।View this post on InstagramA post shared by MR ROHIT (@the_vlog_happens)ଖାନ ସାରଙ୍କ ରିସପସେନ ପାର୍ଟିରେ ପ୍ରତିଷ୍ଠିତ ଶିକ୍ଷକ  ଯୋଗ ଦେଇଛନ୍ତି। ଏଥିରେ ରୌଶନ ଆନନ୍ଦ ସାର, ଏସକେ ଝା ସାର ସମେତ ପାଟନା ଓ ଅନ୍ୟ ରାଜ୍ୟର ଅନେକ ଶିକ୍ଷା ଏହି ଅବସରରେ ଉପସ୍ଥିତ ଥିଲେ।  ଏହା ବାଦ୍ ଅନେକ ଅତିଥି ଯୋଗ ଦେଇଛନ୍ତି। ସମସ୍ତ ଅତିଥି ନବ ଦମ୍ପତିକୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଏହା ପରେ ଜୁନ ୬ରେ ଖାନ ସାର ଛାତ୍ର-ଛାତ୍ରୀଙ୍କ ପାଇଁ ଭୋଜିର ଆୟୋଜନ କରିଛନ୍ତି। ଏଥିପାଇଁ ଅଲଗା ଅଲଗା ଦିନ ଭୋଜିର ପ୍ରସ୍ତୁତି କରାଯାଇଛି। ଯଦ୍ଵାରା ଅଧିକ ଭିଡ଼ ନ ହେବ। alak pandey vistied khan sir m

ସାମ୍ନାକୁ ଆସିଲେ ଖାନ ସାରଙ୍କ ପତ୍ନୀ, ରିସେପସନରେ ଭିଆଇପିଙ୍କ ଭିଡ଼, ଦେଖନ୍ତୁ ଫଟୋ- Video

ପାଟନା: ଖ୍ୟାତାନାମ ଶିକ୍ଷକ ତଥା ୟୁଟ୍ୟୁବର ଖାନ ସାରଙ୍କ ବିବାହ ସଂପନ୍ନ ହୋଇ ସାରିଥିବା ବେଳେ ଜୁନ ୨ ଅର୍ଥାତ ଆଜି ସେ ପ୍ରୀତିଭୋଜନ(ରିସେପସନ) ଦେଇଛନ୍ତି। ଏହି ସମୟରେ ଷ୍ଟେଜରେ ଖାନ ସାର ଓ ତାଙ୍କ ନବ ବିବାହିତ ପତ୍ନୀଙ୍କୁ ପ୍ରଥମ ଥର ଦେଖିବାକୁ ମିଳିଛି। ନବବଧୂ ଲାଲ ରଙ୍ଗର ଲେହଙ୍ଗା ଓ ଖାନ ସାର କୋଟ୍ ଟାଇ ପିନ୍ଧିଥିବା ଦେଖିବାକୁ ମିଳିଛି। ଦୁହେଁ ପରସ୍ପରର ହାତ ଧରି ଷ୍ଟେଜରେ ପହଞ୍ଚିଥିଲେ। ଏହି ସମୟରେ ଅତିଥି ଉଭୟଙ୍କ ଜୋରଦାର ସ୍ଵାଗତ କରିଛନ୍ତି। ନୈଶ୍ୟ ଭୋଜିର ଆୟୋଜନ ପାଟନାର ଦାନାପୁରର ଶଗୁନା ମୋଡ଼ରେ ନିର୍ମିତ ଏକ ବ୍ୟାଙ୍କ୍ଵେଟ ହଲ୍‌ରେ କରାଯାଇଛି। ପୂରା ହଲ୍‌କୁ ଲାଇଟିଂ ଓ ସୁନ୍ଦର ଫୁଲରେ ସଜା ଯାଇଛି।




ଖାନ ସାରଙ୍କ ରିସପସେନ ପାର୍ଟିରେ ପ୍ରତିଷ୍ଠିତ ଶିକ୍ଷକ  ଯୋଗ ଦେଇଛନ୍ତି। ଏଥିରେ ରୌଶନ ଆନନ୍ଦ ସାର, ଏସକେ ଝା ସାର ସମେତ ପାଟନା ଓ ଅନ୍ୟ ରାଜ୍ୟର ଅନେକ ଶିକ୍ଷା ଏହି ଅବସରରେ ଉପସ୍ଥିତ ଥିଲେ।  ଏହା ବାଦ୍ ଅନେକ ଅତିଥି ଯୋଗ ଦେଇଛନ୍ତି। ସମସ୍ତ ଅତିଥି ନବ ଦମ୍ପତିକୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଏହା ପରେ ଜୁନ ୬ରେ ଖାନ ସାର ଛାତ୍ର-ଛାତ୍ରୀଙ୍କ ପାଇଁ ଭୋଜିର ଆୟୋଜନ କରିଛନ୍ତି। ଏଥିପାଇଁ ଅଲଗା ଅଲଗା ଦିନ ଭୋଜିର ପ୍ରସ୍ତୁତି କରାଯାଇଛି। ଯଦ୍ଵାରା ଅଧିକ ଭିଡ଼ ନ ହେବ। 




ଖାନ ସାରଙ୍କ ପତ୍ନୀଙ୍କ ନାଁ ଏ ଏସ ଖାନ। ନିଜ ବିବାହ ବିଷୟରେ ସେ କ୍ଲାସରୁମରେ ପିଲାଙ୍କୁ ଜଣାଇଥିଲେ। ଏହାର ଖୁଲାସା କରି ସେ କହିଥିଲେ, ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସେ ବିବାହ କରି ସାରିଛନ୍ତି। ଦେଶରେ ଏମିତି ମାହୋଲରେ ବିବାହର ଖବର ଦେବା କରିବା ଉଚିତ୍ ଲାଗୁନି। କିନ୍ତୁ ଏହି କଥା ମୁଁ ଆପଣଙ୍କ ଗହଣରେ ପ୍ରଥମ ଥର ସେୟାର କରୁଛି। କାରଣ ମୋର ଅସ୍ଥିତ୍ଵ ହିଁ ଆପଣମାନେ। ଏଥିପାଇଁ ସର୍ବପ୍ରଥମେ ଏହି ଖବର ମୁଁ ଆପଣମାନଙ୍କୁ ହିଁ ଦେଉଛି।