ସରିଲା ପ୍ରଚାର, ଭଦ୍ରକ ଜିଲ୍ଲାରେ ୧୪୪ ଧାରା ଜାରି
ଭଦ୍ରକ: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରିବା ସହ ଭଦ୍ରକ ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀରେ ଜାରି ହୋଇଛି ୧୪୪ ଧାରା । ଜିଲ୍ଲାର ରାଜନୈତିକ ପରିଦୃଶ୍ୟ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ୧୪୪ ଧାରା ଜାରି କରିଛନ୍ତି। ଆଜି ସାନ୍ଧ୍ୟ ୬ଟାରୁ ଜୁନ ୨ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ୫ରୁ ଅଧିକ ଲୋକେ ଏକାଠି ନହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଆଜି ସନ୍ଧ୍ୟା ୬ଟା ପରେ ବାହାର ଜିଲ୍ଲାର କୌଣସି ଲୋକ ହୋଟେଲ କିମ୍ବା ଗେଷ୍ଟ ହାଉସରେ ନ ରହିବା ପାଇଁ ନିର୍ଦ୍ଦେଶ ହୋଇଛି।Also read: ସରିଲା ନିର୍ବାଚନ ପ୍ରଚାର: ଚତୁର୍ଥ ପର୍ଯ୍ୟାୟରେ ମଇଦାନରେ ୪୬୦ ପ୍ରାର୍ଥୀ, ଭୋଟର ୯୯.୬୧ ଲକ୍ଷସୂଚନାଯୋଗ୍ୟ, ଜୁନ ୧ ତାରିଖ ଶେଷ ପର୍ଯ୍ୟାୟ ଭଦ୍ରକ ସଂସଦୀୟ କ୍ଷେତ୍ର ସମେତ ୬ଟି ଲୋକସଭା ଏବଂ ଏହା ଅଧିନରେ ଥିବା ୪୨ ବିଧାନସଭାରେ ମତଦାନ ହେବ। ଏଥିରେ ଅନେକ ହେଭିଓ୍ଵେଟ୍ ନେତା ରହିଛନ୍ତି। ଚତୁର୍ଥ ପର୍ଯ୍ୟାୟରେ ସବୁଠାରୁ ଅଧିକ ଭୋଟର ୯୯.୬୧ ଲକ୍ଷ ମତଦାନ କରିବେ । ରାଜ୍ୟର ୧୦ ହଜାର ୮୮୨ ଟି ମତଦାନ କେନ୍ଦ୍ରରେ ଭୋଟର ମତଦାନ କରିବେ। ୧୪ଶହ ବୁଥ୍ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ। ଏହି ପର୍ଯ୍ୟାୟରେ ୨୦ ପ୍ରତିଶତ ଆଦର୍ଶ ବୁଥ୍ ରହିଛି। ନିର୍ବାଚନ କାର୍ଯ୍ୟରେ ୭୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହେବେ। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମଇଦାନରେ ୪୬୦ ଜଣ ପ୍ରାର୍ଥୀ ଅଛନ୍ତି। ସେଥିମଧ୍ୟର
ଭଦ୍ରକ: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରିବା ସହ ଭଦ୍ରକ ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀରେ ଜାରି ହୋଇଛି ୧୪୪ ଧାରା । ଜିଲ୍ଲାର ରାଜନୈତିକ ପରିଦୃଶ୍ୟ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ୧୪୪ ଧାରା ଜାରି କରିଛନ୍ତି। ଆଜି ସାନ୍ଧ୍ୟ ୬ଟାରୁ ଜୁନ ୨ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ୫ରୁ ଅଧିକ ଲୋକେ ଏକାଠି ନହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଆଜି ସନ୍ଧ୍ୟା ୬ଟା ପରେ ବାହାର ଜିଲ୍ଲାର କୌଣସି ଲୋକ ହୋଟେଲ କିମ୍ବା ଗେଷ୍ଟ ହାଉସରେ ନ ରହିବା ପାଇଁ ନିର୍ଦ୍ଦେଶ ହୋଇଛି।
Also read: ସରିଲା ନିର୍ବାଚନ ପ୍ରଚାର: ଚତୁର୍ଥ ପର୍ଯ୍ୟାୟରେ ମଇଦାନରେ ୪୬୦ ପ୍ରାର୍ଥୀ, ଭୋଟର ୯୯.୬୧ ଲକ୍ଷ
ସୂଚନାଯୋଗ୍ୟ, ଜୁନ ୧ ତାରିଖ ଶେଷ ପର୍ଯ୍ୟାୟ ଭଦ୍ରକ ସଂସଦୀୟ କ୍ଷେତ୍ର ସମେତ ୬ଟି ଲୋକସଭା ଏବଂ ଏହା ଅଧିନରେ ଥିବା ୪୨ ବିଧାନସଭାରେ ମତଦାନ ହେବ। ଏଥିରେ ଅନେକ ହେଭିଓ୍ଵେଟ୍ ନେତା ରହିଛନ୍ତି। ଚତୁର୍ଥ ପର୍ଯ୍ୟାୟରେ ସବୁଠାରୁ ଅଧିକ ଭୋଟର ୯୯.୬୧ ଲକ୍ଷ ମତଦାନ କରିବେ । ରାଜ୍ୟର ୧୦ ହଜାର ୮୮୨ ଟି ମତଦାନ କେନ୍ଦ୍ରରେ ଭୋଟର ମତଦାନ କରିବେ। ୧୪ଶହ ବୁଥ୍ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ।
ଏହି ପର୍ଯ୍ୟାୟରେ ୨୦ ପ୍ରତିଶତ ଆଦର୍ଶ ବୁଥ୍ ରହିଛି। ନିର୍ବାଚନ କାର୍ଯ୍ୟରେ ୭୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହେବେ। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମଇଦାନରେ ୪୬୦ ଜଣ ପ୍ରାର୍ଥୀ ଅଛନ୍ତି। ସେଥିମଧ୍ୟରେ ୩୯୪ ବିଧାନସଭା ପ୍ରାର୍ଥୀ ଏବଂ ୬୬ ଲୋକସଭା ପ୍ରାର୍ଥୀ ରହିଛନ୍ତି। ୧୨୫ କମ୍ପାନୀ CAPF ମୁତୟନ ହେବେ । ଏଜେଣ୍ଟ ଓ ଭୋଟର ବୁଥକୁ ମୋବାଇଲ ନେଇ ପାରିବେ ନାହିଁ ।