କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀ
କେନ୍ଦ୍ରାପଡ଼ା,୯ା୬: କେନ୍ଦ୍ରାପଡ଼ା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦ୍ରାପଡ଼ା କଲେଜ ପଡ଼ିଆରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେବେ। ଏହା ପରେ ସର୍କିଟ୍ ହାଉସ୍ରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ସପ୍ତାହେ ବ୍ୟାପୀ କାର୍ଯ୍ୟକ୍ରମ ସାରା ରାଜ୍ୟରେ ହେବ। ଜୁନ୍ ୧୩ରେ କଟକରେ ନାରୀ ଶକ୍ତି ସମାବେଶ, ଜୁନ୍ ୧୭ରେ ବଲାଙ୍ଗିରରେ କୃଷି ସମାବେଶ, ୧୮ରେ ବାରିପଦାରେ ଆଦିବାସୀ ସମାବେଶ ଓ ୨୧ ତାରିଖରେ ବ୍ରହ୍ମପୁରରେ ହେବ ଯୁବ ସମାବେଶ। […] The post କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.
କେନ୍ଦ୍ରାପଡ଼ା,୯ା୬: କେନ୍ଦ୍ରାପଡ଼ା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦ୍ରାପଡ଼ା କଲେଜ ପଡ଼ିଆରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେବେ। ଏହା ପରେ ସର୍କିଟ୍ ହାଉସ୍ରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ।
ଅନ୍ୟପକ୍ଷରେ ସପ୍ତାହେ ବ୍ୟାପୀ କାର୍ଯ୍ୟକ୍ରମ ସାରା ରାଜ୍ୟରେ ହେବ। ଜୁନ୍ ୧୩ରେ କଟକରେ ନାରୀ ଶକ୍ତି ସମାବେଶ, ଜୁନ୍ ୧୭ରେ ବଲାଙ୍ଗିରରେ କୃଷି ସମାବେଶ, ୧୮ରେ ବାରିପଦାରେ ଆଦିବାସୀ ସମାବେଶ ଓ ୨୧ ତାରିଖରେ ବ୍ରହ୍ମପୁରରେ ହେବ ଯୁବ ସମାବେଶ। ଏହା ବାଦ୍, ଭିଜନ୍ ଓଡିଶା ଡକ୍ୟୁମେଣ୍ଟରେ ଥିବା ଲକ୍ଷ୍ୟ ହାସଲ ପାଇଁ ମନିଟରିଂ କରିବ ମୁଖ୍ୟମନ୍ତ୍ରୀ। ପ୍ରତି ବିଭାଗରେ ସ୍ବତନ୍ତ୍ର ଭିଜନ୍ ଓଡିଶା ସେଲ୍ ଖୋଲାଯିବ। ପ୍ରତି ମାସରେ କାମର ଅଗ୍ରଗତି ନେଇ ସବୁ ବିଭାଗ ରିପୋର୍ଟ ଦେବେ। ଏଥିସହ ଭିଜନ୍ ଓଡିଶା ଡକ୍ୟୁମେଣ୍ଟ କାର୍ଯ୍ୟର ଅଗ୍ରଗତି ନେଇ ନଜର ରଖିବାକୁ କିଛି ଏଜେନ୍ସିି ମଧ୍ୟ ନିଯୁକ୍ତ ହେବେ। ଏନେଇ ସବୁ ବିଭାଗକୁ ମୁଖ୍ୟ ଶାସନ ସଚିବ ଅବଗତ କରିଛନ୍ତି।
The post କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.