ଅପରାଧ ମୁକ୍ତ ଭଞ୍ଜନଗର ଲକ୍ଷ୍ୟ:୫ ବନ୍ଧୁକ ସହ ୯ ଗିରଫ
ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ମଙ୍ଗଳବାର ଏକ ବଡ ସଫଳତା ମିଳିଛି। ଅପରାଧ ଭିଆଇବା ପାଇଁ ସଙ୍ଗଠିତ ହେଉଥିବା ଏକ ବଡ ଅପରାଧି ଗୋଷ୍ଠୀଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ ପୋଲିସ ୫ ଟି ବନ୍ଧୁକ, ୨ ଟି ଖେଳନା ବନ୍ଧୁକ, ଗୋଟିଏ ଖଣ୍ଡା, ୧୫ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି। ଏହି ମାମଲାରେ ୯ ଜଣକୁ ଗିରଫ କରାଯାଇଛି। ସେମାନେ ହେଲେ ଅନିଲ ବେହେରା, ଟୁକୁନା ପାତ୍ର ,ବାଦଲ ସାହୁ, […] The post ଅପରାଧ ମୁକ୍ତ ଭଞ୍ଜନଗର ଲକ୍ଷ୍ୟ:୫ ବନ୍ଧୁକ ସହ ୯ ଗିରଫ appeared first on Dharitri Odia News.
ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ମଙ୍ଗଳବାର ଏକ ବଡ ସଫଳତା ମିଳିଛି। ଅପରାଧ ଭିଆଇବା ପାଇଁ ସଙ୍ଗଠିତ ହେଉଥିବା ଏକ ବଡ ଅପରାଧି ଗୋଷ୍ଠୀଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ ପୋଲିସ ୫ ଟି ବନ୍ଧୁକ, ୨ ଟି ଖେଳନା ବନ୍ଧୁକ, ଗୋଟିଏ ଖଣ୍ଡା, ୧୫ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି। ଏହି ମାମଲାରେ ୯ ଜଣକୁ ଗିରଫ କରାଯାଇଛି। ସେମାନେ ହେଲେ ଅନିଲ ବେହେରା, ଟୁକୁନା ପାତ୍ର ,ବାଦଲ ସାହୁ, ସରୋଜ ଦାସ, ସୁନୀଲ କୁମାର ସାବତ, ସଂଗ୍ରାମ ଭୂୟାଁ, ସନାତନ ପ୍ରଧାନ,ବ୍ରଜ ମୋହନ ସାହୁ, ଦିବ୍ୟ ଆରୁଖ। ସନାତନ, ବ୍ରଜ ଓ ଦିବ୍ୟଙ୍କ ନାମରେ ଆଜିର ହିଁ ଗୋଟିଏ ମାମଲା ଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ମାନେ ବିଭିନ୍ନ ବେନିୟମ ମାମଲାରେ ଜଡିତ ଥିଲେ ବୋଲି ଭଞ୍ଜନଗର ଏ ଏସ ପି ରଞ୍ଜନ କୁମାର ଦେ
ମଙ୍ଗଳବାର ଅପରାହ୍ନ ରେ ଭଞ୍ଜନଗର ଥାନାରେ ଅନୁଷ୍ଟିତ ଏକ ଖବରଦାତା ସମ୍ମିଳନୀରେ ତାହା ପ୍ରକାଶ କରିଛନ୍ତି। ଏଥିସହ ଯେଉଁମାନେ ଚୋରା ବନ୍ଧୁକ ରଖିଛନ୍ତି ସେମାନଙ୍କୁ ଖୋଜି ବାହାର କରି ଗିରଫ କରାଯିବ।
ବନ୍ଧୁକ ଗୁଡିକ କେଉଁଠାରୁ ଆସୁଥିଲା ତାହାର ସୁରାକ ମିଳିଛି। ଆଗାମୀ ଦିନରେ ଏନେଇ ପଦକ୍ଷେପ ନିଆଯିବ। ମୁଖ୍ୟ ଆସାମୀ ମାନକୁ ମଧ୍ୟ ଗିରଫ କରାଯିବ। ଗଞ୍ଜାମ ଏସପି ଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢାଉ ସମଗ୍ର ଜିଲ୍ଲାରେ ଚାଲିଛି। ଗଞ୍ଜାମ ଜିଲା ସମେତ ଭଞ୍ଜନଗର ଅଞ୍ଚଳକୁ ଅପରାଧ ମୁକ୍ତ କରିବା ପାଇଁ ଚାଲିଛି। ଏଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି ଏଏସପି ଶ୍ରୀ ଦେ କହିଥିଲେ। ଖବରଦାତା ସମ୍ମିଳନୀରେ ଭଞ୍ଜନଗର ଏସଡିପିଓ ସୁଜିତ୍ କୁମାର ନାୟକ, ଥାନା ଅଧିକାରୀ ଜିବନାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ ୪ ଜଣ ଅଭିଯୁକ୍ତ ଗତକାଲି ମଲାସପଦର ରାସ୍ତାରେ ଥିବା ଏକ ମନ୍ଦିରରେ ବସି କିଛି ଅପରାଧ ଭିଆଈବା ପାଇଁ ଯୋଜନା ଚଳାଇଥିଲେ। ଏହି ସମୟରେ ରାତ୍ରି ପାଟ୍ରୋଲିଁ କରୁଥିବା ଏସଆଇ ସମୀର କୁମାର ସେଠୀ ଜାଣିବା ପରେ ଉକ୍ତ ଆଡ୍ଡା ଉପରେ ଚଢ଼ାଉ କରିଥିଲେ । ଏହାପରେ ୪ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଏହାପରେ ସେମାନଙ୍କ ସୂଚନା ପ୍ରକାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ସୂଚନା ଦେଇଛି।
ଖବରଦାତା ସମ୍ମୀଳନୀରେ ଏସ ଆଇ ଲକ୍ଷ୍ମୀଧର ମହାନ୍ତି, ଲିପିନା ବିଶ୍ବାଳ, ଏ ଏସ ଆଇ ସତ୍ୟ ନାରାୟଣ ମଳିକ, ଶୁଶାନ୍ତ କୁମାର ପଟ୍ଟନାୟକ, ହାବିଲଦାର ଦିଲୀପ ରାଉତ, କନେଷ୍ଟବଳ ସନ୍ତୋଷ ନାୟକ, କେ ପି ରେଡ୍ଡୀ, ବିକ୍ରମ ମହାରଣା , ଅମିତ୍ ବିଶ୍ବାଳ, ଜି ସାଗର ପ୍ରଧାନ, ଗୃହରକ୍ଷୀ ଗଜେନ୍ଦ୍ର ସାଇଁ ପ୍ରମୁଖ ଉପସ୍ଥିତ ଥିଲେ।
The post ଅପରାଧ ମୁକ୍ତ ଭଞ୍ଜନଗର ଲକ୍ଷ୍ୟ:୫ ବନ୍ଧୁକ ସହ ୯ ଗିରଫ appeared first on Dharitri Odia News.