ରାଶିଫଳ: ଗୁରୁବାର, ମେ ୧୫ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହଯୋଗରୁ କାମ ସମ୍ପନ୍ନ କରିବାରେ ଅସୁବିଧା ହେବନାହିଁ। ରହିଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ ଶେଷ ମଧ୍ୟ କରିପାରିବେ। ବନ୍ଧୁଙ୍କ ପରାମର୍ଶାନୁସାରେ ପାରିବାରିକ ଝମେଲା ସମାଧାନ ଆଡକୁ ଗତି କରିବ। କୃଷି, ବ୍ୟବସାୟ, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବେ। ବୃଷ ମାନସିକ ସ୍ତରରେ କିଛିଟା ବ୍ୟତିକ୍ରମ ଥିଲେ ମଧ୍ୟ ବନ୍ଧୁଙ୍କ ସାହାଯ୍ୟ ପାଇ କାମ ହାସଲ କରିନେବେ। ମନ ଭଲ ନ ଥିବାରୁ […] The post ରାଶିଫଳ: ଗୁରୁବାର, ମେ ୧୫ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ଗୁରୁବାର, ମେ ୧୫ ତାରିଖ – Daily Horoscope
ମେଷ
ଆଜି ଅନୁକୂଳ ଗ୍ରହଯୋଗରୁ କାମ ସମ୍ପନ୍ନ କରିବାରେ ଅସୁବିଧା ହେବନାହିଁ। ରହିଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ ଶେଷ ମଧ୍ୟ କରିପାରିବେ। ବନ୍ଧୁଙ୍କ ପରାମର୍ଶାନୁସାରେ ପାରିବାରିକ ଝମେଲା ସମାଧାନ ଆଡକୁ ଗତି କରିବ। କୃଷି, ବ୍ୟବସାୟ, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବେ।
ବୃଷ
ବୃଷ
ମାନସିକ ସ୍ତରରେ କିଛିଟା ବ୍ୟତିକ୍ରମ ଥିଲେ ମଧ୍ୟ ବନ୍ଧୁଙ୍କ ସାହାଯ୍ୟ ପାଇ କାମ ହାସଲ କରିନେବେ। ମନ ଭଲ ନ ଥିବାରୁ ଘରେ କିମ୍ବା ଅଫିସରେ ବିତର୍କ ହୋଇପାରେ। ସାଂଗଠନିକ କିମ୍ବା ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ବ୍ୟବସାୟ, ପରିବହନ, ନିର୍ମାଣ, ଜମିଜମାରେ କିମ୍ବା ମାଲିମକଦ୍ଦମାରେ ସଫଳତା ହାସଲ କରିବେ।
ମିଥୁନ
ମିଥୁନ
ପାରିବାରିକ ସମସ୍ୟାର ସମାଧାନ ଘଟିବାରେ ବନ୍ଧୁଙ୍କ ସାହାଯ୍ୟର ଆବଶ୍ୟକତା ରହିଛି। ଆଜିର ଯାତ୍ରାରେ ଲକ୍ଷ୍ୟ ପୂରଣ ହେବା ସହ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ପାଇବେ। ଦେହ ଭଲ ରହିବ ମାତ୍ର କଠିନ ପରିଶ୍ରମଜନିତ କ୍ଳାନ୍ତିବୋଧ କରିପାରନ୍ତି। କର୍ମକ୍ଷେତ୍ରରେ ଛୋଟ ଛୋଟ କଥାକୁ କେନ୍ଦ୍ର କରି ମାନସିକ ଦ୍ୱନ୍ଦ୍ୱ ଲାଗି ରହିପାରେ।
କର୍କଟ
କର୍କଟ
ମନ ବୁଝିଲା ଭଳି କଅଁଳ କଥା କହି ପରିସ୍ଥିତିକୁ ସୁଧାରି ନେବେ। ଅଫିସ କାମର ବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ। ନିଜର ଅବହେଳାଜନିତ ଅନୁପସ୍ଥିତି କାରଣରୁ କଚେରି ମାମଲା ମନ୍ଥର ହୋଇପାରେ। ପରିଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ସାଙ୍ଗକୁ ପୁରାତନ ରୋଗର ପୀଡା ବୃଦ୍ଧି ପାଇପାରେ।
ସି˚ହ
ସି˚ହ
ବନ୍ଧୁଙ୍କ ସାହାଯ୍ୟ ଆଜି କାମ ହାସଲ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। ଅର୍ଥର ଅଭାବ ରହିଥିଲେ ମଧ୍ୟ ଆବଶ୍ୟକତା ଠିକ୍‌ ସମୟରେ ପୂରଣ ହୋଇଯିବ। ପରିବାରରେ ପୁତ୍ରକନ୍ୟାଙ୍କ ହେତୁ ମାନସିକ ସ୍ଥିତି ଭଲ ରହି ନ ପାରେ। ବାରମ୍ବାର କଳହ କାରଣରୁ ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିପାରେ।
କନ୍ୟା
ସମସ୍ୟା ଜଡିତ ହେଲେ ମଧ୍ୟ ପ୍ରତ୍ୟେକ କାମକୁ କୌଶଳରେ ହାସଲ କରିନେବେ। ଯାନବାହନରେ ଲାଭ, ଦୋକାନ ବାଡିରେ ଉନ୍ନତି, ଅଚାନକ ଗୃହ ଭୂମି ଲାଭ ଯୋଗ ରହିଛି। ରାଜନୀତି, କଚେରି ମାମଲା ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ବନ୍ଧୁଙ୍କ ସାହାଯ୍ୟରୁ କ୍ରୀଡ଼ା, ସଙ୍ଗୀତ କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇଯିବ।
ତୁଳା
ତୁଳା
ବନ୍ଧୁଙ୍କ ଜରିଆରେ ସକାଳୁ ସକାଳୁ କୌଣସି ଖବର ପାଇ ମନ ଖୁସି ହୋଇଯିବ। କଳା, ସଙ୍ଗୀତ ଆସର, ସାହିତ୍ୟ ଚର୍ଚ୍ଚା ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। ବହୁତ ଅନୁନୟ ବିନୟ ପରେ ଧାର ସୂତ୍ରରେ ଅର୍ଥ ପାଇବେ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହୋଇପାରନ୍ତି।
ବିଛା
ବିଛା
ସାଧାରଣ ବ୍ୟତିକ୍ରମକୁ ବାଦ୍‌ ଦେଲେ ଆଜି କାମ ସହଜ ଓ ସୁବିଧାରେ ହୋଇଯିବ। ଆଲୋଚନା କାଳରେ ଅପ୍ରିୟ ସତ୍ୟ ଭାଷଣଜନିତ ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ପାଖରେ ଥିବା ଲୋକଟିର କାର୍ଯ୍ୟକାଳାପ ସନ୍ଦେହଜନକ ହେବ। ପିଲାର ସ୍ବାସ୍ଥ୍ୟା ପାଇଁ ଚିନ୍ତା କରିବେ। କିନ୍ତୁ ପାରିବାରିକ ସମ୍ପର୍କ ମଧୁର ରହିବ।
ଧନୁ
ଧନୁ
ଆଜି ଦିନଟିରେ ଆତ୍ମୀୟଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ବୃଥା ଭାବନାରେ ଭାସିଯାଇ ମାନସିକ ଚିନ୍ତାଧାରା ବିକ୍ଷିପ୍ତ ହୋଇପାରେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିପାରନ୍ତି। ପରିବାରର ଗୁମର କଥାକୁ ସାଙ୍ଗଙ୍କୁ କହି ସମାଲୋଚିତ ହେବେ।
ମକର
ମକର
ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ ଏବଂ ଆଜି ଯାହାକୁ ଯାହା ମାଗିବେ ସେ ମନାକରିବେ ନାହିଁ। ଅନ୍ୟମାନଙ୍କ କଥାକୁ ବିଶ୍ୱାସ କରି ଗୃହରେ କଳହ ସୃଷ୍ଟି ହେବ। ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ଆଇନ ଅଦାଲତରୁ ସୁଫଳ ପାଇବା ସହ ଅଭାବ ଭିତରେ ଅଣନିଃଶ୍ୱାସୀ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଚାହୁଁଥିବା କାମଟି ଠିକ୍‌ ସମୟରେ ନ ହୋଇପାରିବାରୁ ମନ ଭଲ ଲାଗିବ ନାହିଁ। ପିଲାଙ୍କ ବୈବାହିକ କର୍ମ ସକାଶେ ବନ୍ଧୁ ପ୍ରସ୍ତାବ ସ୍ଥିର କରିବା ଲାଗି ଚିନ୍ତା କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ କିନ୍ତୁ ବ୍ୟବସାୟ ଓ ପରିବହନ ପାଇଁ ଅସୁବିଧା ହେବନାହିଁ। ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ।
ମୀନମୀନ

ବନ୍ଧୁଙ୍କ ପରାମର୍ଶରେ କୌଣସି ନୂତନ କାମରେ ମନଦେବା ପାଇଁ ମନସ୍ଥ କରିବେ । ସାମାଜିକ ସ୍ତରରେ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ। ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ମାନସିକ ଚାପର ସମ୍ମୁଖୀନ ହୋଇପାରନ୍ତି। ରେବତୀ ନକ୍ଷତ୍ରର ସ୍ବାସ୍ଥ୍ୟଗତ କାରଣରୁ କୌଣସି କାମ ଅଟକି ଯାଇପାରେ ।

The post ରାଶିଫଳ: ଗୁରୁବାର, ମେ ୧୫ ତାରିଖ – Daily Horoscope appeared first on Dharitri Odia News.