ଥମୁନି କାଶୀପୁର ଶିଶୁ ମୃତ୍ୟୁ, ଆଉ ଜଣେ ପୀଡ଼ିତା ଆଖି ବୁଜିଲେ
ଟିକିରି,୧୨ା୬(ପ୍ରଫୁଲ୍ଲ କୁମାର ବେହେରା): କିଛି ଦିନ ବ୍ୟବଧାନରେ ଅଜଣା ରୋଗରେ ୩ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଗୁରୁତର ରହିଛନ୍ତି। ମଙ୍ଗଳବାର ରାତିରେ ଆଉ ଜଣେ ପୀଡ଼ିତା ଆଖି ବୁଜିଛନ୍ତି। ସେ ହେଉଛନ୍ତି ଉକ୍ତ ଗ୍ରାମର ବୁଧ ମାଝିଙ୍କ ଝିଅ କାଲି(୧୩)। ବର୍ତ୍ତମାନ ୪ ଶିଶୁ ଏବଂ ଦୁଇ ବୃଦ୍ଧା ଗୁରୁତର ଅବସ୍ଥାରେ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରି ଥାନା […] The post ଥମୁନି କାଶୀପୁର ଶିଶୁ ମୃତ୍ୟୁ, ଆଉ ଜଣେ ପୀଡ଼ିତା ଆଖି ବୁଜିଲେ appeared first on Dharitri Odia News.
ଟିକିରି,୧୨ା୬(ପ୍ରଫୁଲ୍ଲ କୁମାର ବେହେରା): କିଛି ଦିନ ବ୍ୟବଧାନରେ ଅଜଣା ରୋଗରେ ୩ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଗୁରୁତର ରହିଛନ୍ତି। ମଙ୍ଗଳବାର ରାତିରେ ଆଉ ଜଣେ ପୀଡ଼ିତା ଆଖି ବୁଜିଛନ୍ତି। ସେ ହେଉଛନ୍ତି ଉକ୍ତ ଗ୍ରାମର ବୁଧ ମାଝିଙ୍କ ଝିଅ କାଲି(୧୩)। ବର୍ତ୍ତମାନ ୪ ଶିଶୁ ଏବଂ ଦୁଇ ବୃଦ୍ଧା ଗୁରୁତର ଅବସ୍ଥାରେ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।
ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଦଙ୍ଗାସିଲ ପଞ୍ଚୟତର ମୁନୁସପଦର ଗ୍ରାମରେ। ଦୀର୍ଘ ୧୫ ଦିନ ହେବ ଏହି ଅଜଣା ରୋଗରେ ଗ୍ରାମବାସୀ ପୀଡ଼ିତ ହେଉଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ନାଳ ଏବଂ ଝରଣା ପାଣି ପିଇବା ଦ୍ୱାରା ଏପରି ସମସ୍ୟା ଉପୁଜିଛି। ଖରଜଳ ଜଣାପଡ଼ିବା ପରେ ଗତକାଲି କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଏକ ଡାକ୍ତରୀ ଟିମ୍ ଯାଇ ପରୀକ୍ଷା କରି ଔଷଧ ଦେଇ ଫେରିଥିଲେ। ପୁଣି ଆଜି ଏକ ଡାକ୍ତରୀ ଦଳ ସହ ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ମମତା ଚୌଧୁରୀ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଔଷଧ ବିତରଣ କରି ଫେରିଛନ୍ତି। ଆଜି ମଧ୍ୟ ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲ ନେବା ପାଇଁ ଯାଇଥିବା ଡାକ୍ତରୀଦଳ ବହୁତ ଚେଷ୍ଟା କରିଥିଲେ ମଧ୍ୟ ପରିବାର ଲୋକ ମନା କରିବାରୁ ଡାକ୍ତରୀ ଦୋଳ ଫେରିଆସିଥିଲେ। ଗାଁକୁ ଯିବା ପାଇଁ ହେଲେ ୬ କିଲୋମିଟରେ ପାହାଡ଼ିଆ ପାଦଚଲା ରାସ୍ତା ଦେଇ ୩ଟି ନାଳ ଅତିକ୍ରମ କରି ବହୁ କଷ୍ଟରେ ଯିବାକୁ ପଡୁଛି। ଅନ୍ୟପକ୍ଷରେ କାଶୀପୁର ବ୍ଲକ କଂଗ୍ରେସ କମିଟିର ଅଙ୍ଗଦ ନାଏକ ଓ କିଛି କର୍ମୀ ସହ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି।
The post ଥମୁନି କାଶୀପୁର ଶିଶୁ ମୃତ୍ୟୁ, ଆଉ ଜଣେ ପୀଡ଼ିତା ଆଖି ବୁଜିଲେ appeared first on Dharitri Odia News.