ପଞ୍ଚାୟତ ଆକାଉଣ୍ଟରୁ ଭତ୍ତା ଟଙ୍କା ନେଇଗଲେ

ନୂଆପଡ଼ା,୭ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ୍‌ କୋନାବିରା ପଞ୍ଚାୟତ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କ ଅଜାଣତରେ ବାର୍ଦ୍ଧକ୍ୟଭତ୍ତା ବାବଦ ଟଙ୍କା ବ୍ୟାଙ୍କ ଆକାଉଣ୍ଟରୁ ଉଭାନ ହୋଇଥିବା ଅଭିଯୋଗ ହୋଇଛି। ଏହା ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ମିଳିଥିବା ସୂଚନା ମୁତାବକ, କୋନାବିରା ପଞ୍ଚାୟତକୁ ପ୍ରତି ମାସରେ ବାର୍ଦ୍ଧକ୍ୟଭତ୍ତା ବାବଦକୁ ଲକ୍ଷାଧିକ ଟଙ୍କା ଆସିଥାଏ ା ବ୍ଲକ୍‌ କର୍ତ୍ତୃପକ୍ଷ ନୂଆପଡ଼ାସ୍ଥିତ ଆକ୍ସିସ ବ୍ୟାଙ୍କରେ ପଞ୍ଚାୟତ ନାମରେ ଥିବା ଭତ୍ତା ଆକାଉଣ୍ଟରେ ଟଙ୍କା ଜମା […] The post ପଞ୍ଚାୟତ ଆକାଉଣ୍ଟରୁ ଭତ୍ତା ଟଙ୍କା ନେଇଗଲେ appeared first on Dharitri Odia News.

ପଞ୍ଚାୟତ ଆକାଉଣ୍ଟରୁ ଭତ୍ତା ଟଙ୍କା ନେଇଗଲେ

ନୂଆପଡ଼ା,୭ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ୍‌ କୋନାବିରା ପଞ୍ଚାୟତ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କ ଅଜାଣତରେ ବାର୍ଦ୍ଧକ୍ୟଭତ୍ତା ବାବଦ ଟଙ୍କା ବ୍ୟାଙ୍କ ଆକାଉଣ୍ଟରୁ ଉଭାନ ହୋଇଥିବା ଅଭିଯୋଗ ହୋଇଛି। ଏହା ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ମିଳିଥିବା ସୂଚନା ମୁତାବକ, କୋନାବିରା ପଞ୍ଚାୟତକୁ ପ୍ରତି ମାସରେ ବାର୍ଦ୍ଧକ୍ୟଭତ୍ତା ବାବଦକୁ ଲକ୍ଷାଧିକ ଟଙ୍କା ଆସିଥାଏ ା ବ୍ଲକ୍‌ କର୍ତ୍ତୃପକ୍ଷ ନୂଆପଡ଼ାସ୍ଥିତ ଆକ୍ସିସ ବ୍ୟାଙ୍କରେ ପଞ୍ଚାୟତ ନାମରେ ଥିବା ଭତ୍ତା ଆକାଉଣ୍ଟରେ ଟଙ୍କା ଜମା କରନ୍ତି ା ଉକ୍ତ ଟଙ୍କାକୁ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କ ଯୁଗ୍ମ ସ୍ବାକ୍ଷରରେ ଉଠାଣ କରାଯାଇ ମଧୁବାବୁ ପେନ୍‌ସନ ଯୋଜନାରେ ନଗଦ ଟଙ୍କା ହିତାଧିକାରୀଙ୍କୁ ନିର୍ବାହୀ ଅଧିକାରୀ କିମ୍ବା ଅନ୍ୟ କର୍ମଚାରୀ ପ୍ରଦାନ କରନ୍ତି।

ଗତ ଅକ୍ଟୋବର ୨୩ରେ ପଞ୍ଚାୟତ ଭତ୍ତା ଆକାଉଣ୍ଟରେ ୧ ଲକ୍ଷ ୩୦ ହଜାର ଟଙ୍କା ନିର୍ବାହୀ ଅଧିକାରୀଙ୍କ ଅଗୋଚରରେ କେହି ଜାଲ୍‌ ଦସ୍ତଖତ କରି ଟଙ୍କା ଉଠାଣ କରି ନେଇଥିବା ନେଇ କୋମନା ବିଡିଓଙ୍କ ପାଖରେ ଅଭିଯୋଗ ହୋଇଛି। ଘଟଣାର ତଦନ୍ତ ପାଇଁ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ବିଡିଓ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାଙ୍କ ଚେକ୍‌ ପଞ୍ଚାୟତ କାର୍ଯ୍ୟାଳୟରୁ କିପରି ଟଙ୍କା ଉଠାଣକାରୀ ପାଖକୁ ଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ସିସିଟିଭି ଫୁଟେଜରେ ଜଣେ ବ୍ୟକ୍ତି ଟଙ୍କା ଉଠାଣ କରୁଥିବା କୁହାଯାଉଛି। ଏ ସଂକ୍ରାନ୍ତରେ ଜିଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆଙ୍କୁ ପଚାରିବାରୁ ଆମ ପାଖକୁ ଅଭିଯୋଗ ଆସି ନାହିଁ। ଅଭିଯୋଗ ଆସିଲେ ତଦନ୍ତ କରି ସତ୍ୟାସତ୍ୟ ଜଣାପଡିଲେ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

The post ପଞ୍ଚାୟତ ଆକାଉଣ୍ଟରୁ ଭତ୍ତା ଟଙ୍କା ନେଇଗଲେ appeared first on Dharitri Odia News.