କୋଚିଂ ସେଣ୍ଟରରେ ପାଣି ପଶି ୩ ଛାତ୍ର ମୃତ୍ୟୁ ଘଟଣା : ସିବିଆଇକୁ ତଦନ୍ତ ହସ୍ତାନ୍ତର କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ପୁରୁଣା ରାଜେନ୍ଦ୍ର ନାଗର ରାୟସ କୋଚିଂ ସେଣ୍ଟର ବେସ୍‌ମେଣ୍ଟରେ ପାଣି ପଶି ୩ ଜଣ ୟୁପିଏସସି ଆଶାୟୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଛନ୍ତି। ବିଚାରପତି କହିଛନ୍ତି ଯେ ମାମଲାର ଗମ୍ଭୀରତାକୁ ବିଚାର କରି ଆମେ ତଦନ୍ତକୁ ସିବିଆଇକୁ ହସ୍ତାନ୍ତର କରୁଛୁ। ଏହି ଦୁର୍ଘଟଣାର ତଦନ୍ତକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ବିଚାରପତି ଦିଲ୍ଲୀ ପୁଲିସକୁ ନିନ୍ଦା କରିଛନ୍ତି। ବିଚାରପତି କହିଛନ୍ତି ଯେ ଯଦି ଆପଣ MCDରୁ ଫାଇଲ୍ […]

କୋଚିଂ ସେଣ୍ଟରରେ ପାଣି ପଶି ୩ ଛାତ୍ର ମୃତ୍ୟୁ ଘଟଣା : ସିବିଆଇକୁ ତଦନ୍ତ ହସ୍ତାନ୍ତର କଲେ ଦିଲ୍ଲୀ ହାଇକୋର୍ଟ
Delhi High Court Orders CBI To Probe Death Of Three Civil Aspirants In Coaching Centre Tragedy

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ପୁରୁଣା ରାଜେନ୍ଦ୍ର ନାଗର ରାୟସ କୋଚିଂ ସେଣ୍ଟର ବେସ୍‌ମେଣ୍ଟରେ ପାଣି ପଶି ୩ ଜଣ ୟୁପିଏସସି ଆଶାୟୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଛନ୍ତି। ବିଚାରପତି କହିଛନ୍ତି ଯେ ମାମଲାର ଗମ୍ଭୀରତାକୁ ବିଚାର କରି ଆମେ ତଦନ୍ତକୁ ସିବିଆଇକୁ ହସ୍ତାନ୍ତର କରୁଛୁ। ଏହି ଦୁର୍ଘଟଣାର ତଦନ୍ତକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ବିଚାରପତି ଦିଲ୍ଲୀ ପୁଲିସକୁ ନିନ୍ଦା କରିଛନ୍ତି। ବିଚାରପତି କହିଛନ୍ତି ଯେ ଯଦି ଆପଣ MCDରୁ ଫାଇଲ୍ ପାଇ ନାହାଁନ୍ତି ତେବେ ଆପଣ ସେମାନଙ୍କ କାର୍ଯ୍ୟାଳୟକୁ ଯାଇ ଫାଇଲ୍ ଜବତ କରିବା ଉଚିତ୍।

କୋର୍ଟଙ୍କ ମନ୍ତବ୍ୟ ଉପରେ ଡିସିପି କହିଛନ୍ତି, ‘ଯେତେବେଳେ ପାଣି ଆସିଲା, ସେଠାରେ ପ୍ରାୟ ୨୦ ରୁ ୩୦ ପିଲା ଥିଲେ। ହଠାତ୍ ପାଣି ବହୁତ ମାତ୍ରାରେ ଆସିଲା। ଏହା ଏକ ବଡ ହଲ୍ ଥିଲା। ଯେତେବେଳେ ଏହା ଘଟିଲା, ସେଠାରେ ଥିବା ଲାଇବ୍ରେରିଆନ୍ ପଳାଇ ଯାଇଥିଲେ। ଅନେକ ପିଲାଙ୍କୁ ଉଦ୍ଧାର କରାଯାଇଥିଲା କିନ୍ତୁ ଜଳ ପ୍ରବାହ ଏତେ ଶକ୍ତିଶାଳୀ ଥିଲା ଯେ ଗ୍ଲାସ ଭାଙ୍ଗିଗଲା। ଏକ ବଡ଼ ଟେବୁଲ୍ ଭିତରକୁ ଯିବା ବାଟରେ ରହିଯିବାରୁ ଭିତକରକୁ ଯିବାରେ ଅସୁବିଧା ହେଲା। ଡିସିପି କହିଛନ୍ତି ଯେ ଆମର କନଷ୍ଟେବଳ ମଧ୍ୟ ସେଠାରେ ପହଞ୍ଚିଥିଲେ, ହେଲେ ପାଣିର ପ୍ରଖର ବେଗ ଏବଂ ତାଙ୍କ ବେକ ଯାଏ ପାଣି ଆସିଯିବାରୁ, ପରେ ଆମେ NDRF ସାହାଯ୍ୟରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ କରିଥିଲୁ।

ସେପଟେ ଏହି ଘଟଣାକୁ ନେଇ ନାରାବାଜୀ ଓ ଆନ୍ଦୋଳନ ଜାରି ରହିଛି। । ମୃତ ଛାତ୍ରଛାତ୍ରୀଙ୍କ ପରିବାକୁ ୧କୋଟି ଟଙ୍କା ସହାୟତା ଦେବା ପାଇଁ ଦାବି ଉଠାଯାଉଥିବା ବେଳେ ଗତକାଲି ଦିଲ୍ଲୀ ରାଓ କୋଚିଂ ସେଣ୍ଟର ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛି। ଏଥିପାଇଁ ରାଓ ଆଇଏଏସ କୋଚିଂ ସେଣ୍ଟରର ଓକିଲ ସର୍ତ୍ତ ମଧ୍ୟ ରଖିଛନ୍ତି। ସର୍ତ୍ତ ଅନୁସାରେ, ତିନି ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ ବର୍ତ୍ତମାନ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ତେବେ ବାକି ୨୫ ଲକ୍ଷ ଟଙ୍କା କୋଚିଂ ସେଣ୍ଟରର ସିଇଓ ଜେଲରୁ ମୁକୁଳିବା ପରେ ଦିଆଯିବ।

ସେହିପରି ଏହି ଅଘଟଣ ପରେ ଦିଲ୍ଲୀର ପ୍ରତିଷ୍ଠିତ ଦୃଷ୍ଟି କୋଚିଂ ସେଣ୍ଟରର ସଂସ୍ଥାପକ ବିକାଶ ଦିବ୍ୟକିର୍ତ୍ତି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କରିଥିବା ୪ ଛାତ୍ରଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ସହାୟତା ରାଶି ଘୋଷଣା କରି ବିକାଶ ଦିବ୍ୟକିର୍ତ୍ତି କହିଛନ୍ତି କି, ମୃତ ୪ ଛାତ୍ରଙ୍କ ପରିବାର ଏବେ କଠିନ ସମୟ ଦେଇ ଗତି କରୁଛନ୍ତି । ଏଭଳି ଦୁଃଖଦ ସମୟରେ ମୁଁ ସେମାନଙ୍କ ସହ ଛିଡା ହୋଇଛି । ଏହାସହ ସେ କହିଛନ୍ତି କି, ଯେତେ ଟଙ୍କା ଦେଲେ ବି ସେହି ପରିବାର ଦୁଖକୁ ଲିଭାଇ ଦିଆଯାଇ ପାରିବ ନାହିଁ ।

ସୂଚନାଯୋଗ୍ୟ ଶନିବାର ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରରେ ଏହି ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଥିଲା। ପ୍ରବଳ ବର୍ଷାରେ ରାୟସ କୋଚିଂ ସେଣ୍ଟର ବେସ୍‌ମେଣ୍ଟରେ ପାଣି ପଶି ୩ ଜଣ ୟୁପିଏସସି ଆଶାୟୀଙ୍କ ମୃତ୍ୟୁ ଘଟିଥିଲା।