ଯମୁନା ନଦୀ ପାଣି ପିଇଲେ ମୁଖ୍ୟମନ୍ତ୍ରୀ: ଜାତୀୟ ରାଜନୀତି ସରଗରମ
ନୂଆଦିଲ୍ଲୀ,୩୦ା୧:ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସୋମବାର ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଯମୁନା ନଦୀର ଜଳ ପ୍ରଦୂଷଣ ପାଇଁ ହରିୟାଣାର ଭାଜପା ସରକାରଙ୍କୁ ଦାୟୀ କରିଥିଲେ। ସେ କହିଥିଲେ, ଲୋକଙ୍କୁ ପାଣିରୁ ବଞ୍ଚତ୍ତ କରିବାଠାରୁ ବଡ଼ ପାପ ନାହିଁ। ଭାଜପା ଦିଲ୍ଲୀବାସୀଙ୍କୁ ତୃଷାର୍ତ୍ତ କରି ରଖିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରୁନାହିଁ। ହରିୟାଣା ସରକାର ଯମୁନା ଜଳରେ ବିଷ ମିଶାଇ କଳୁଷିତ ରାଜନୀତି କରୁଛନ୍ତି। ଏହି ବିଷାକ୍ତ ପାଣିକୁ ବିଶୋଧନ କରାଯାଇପାରିବ ନାହିଁ। […] The post ଯମୁନା ନଦୀ ପାଣି ପିଇଲେ ମୁଖ୍ୟମନ୍ତ୍ରୀ: ଜାତୀୟ ରାଜନୀତି ସରଗରମ appeared first on Dharitri Odia News.
ନୂଆଦିଲ୍ଲୀ,୩୦ା୧:ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସୋମବାର ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଯମୁନା ନଦୀର ଜଳ ପ୍ରଦୂଷଣ ପାଇଁ ହରିୟାଣାର ଭାଜପା ସରକାରଙ୍କୁ ଦାୟୀ କରିଥିଲେ। ସେ କହିଥିଲେ, ଲୋକଙ୍କୁ ପାଣିରୁ ବଞ୍ଚତ୍ତ କରିବାଠାରୁ ବଡ଼ ପାପ ନାହିଁ। ଭାଜପା ଦିଲ୍ଲୀବାସୀଙ୍କୁ ତୃଷାର୍ତ୍ତ କରି ରଖିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରୁନାହିଁ। ହରିୟାଣା ସରକାର ଯମୁନା ଜଳରେ ବିଷ ମିଶାଇ କଳୁଷିତ ରାଜନୀତି କରୁଛନ୍ତି। ଏହି ବିଷାକ୍ତ ପାଣିକୁ ବିଶୋଧନ କରାଯାଇପାରିବ ନାହିଁ। ଆପ୍ ପୁନର୍ବାର କ୍ଷମତାକୁ ଆସିଲେ ଆଉ ଏପରି ହେବାକୁ ଦିଆଯିବ ନାହିଁ। ଏହାର ଜବାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଏକ ସଭାରେ କହିଛନ୍ତି, ଆପ୍ଦା ଲୋକେ ନିର୍ବାଚନରେ ପରାଜୟ ଭୟରେ ମନଇଚ୍ଛା ଅଭିଯୋଗ ଆଣୁଛନ୍ତି। ସେମାନେ ଯେଉଁ ପାପ କରିଛନ୍ତି, ତାକୁ ହରିୟାଣା ଓ ଭାରତର ଲୋକେ କେବେ ଭୁଲିବେ ନାହିଁ। ହରିୟାଣା ସରକାର ପାଣିରେ ବିଷ ମିଶାଇଥିବେ କେହି ଭାବିପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେପଟେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ବୁଧବାର ଯମୁନା ନଦୀକୁ ଯାଇ ଏହାର ପାଣି ପିଇଛନ୍ତି। ରାଜନୈତିକ ଫାଇଦା ଆଶାରେ କେଜ୍ରିଓ୍ବାଲ ଦେଇଥିବା ଦୁର୍ଭାଗ୍ୟଜନକ ମନ୍ତବ୍ୟ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ପାଇଁ ଉଦ୍ଦିଷ୍ଟ। କେଜ୍ରିଓ୍ପାଲ ସାରା ଜୀବନ ମିଛ କହିଆସିଛନ୍ତି ବୋଲି ସେ ସମାଲୋଚନା କରିଛନ୍ତି।
ଇତିମଧ୍ୟରେ କେଜ୍ରିଓ୍ବାଲଙ୍କ ମନ୍ତବ୍ୟକୁ ନେଇ ଭାଜପା ନିର୍ବାଚନ କମିଶନ (ଇସି)ଙ୍କ ଦ୍ୱାରସ୍ଥ ହୋଇଥିଲା। ଇସି ତାଙ୍କୁ ବୁଧବାର ରାତି ୮ ସୁଦ୍ଧା ପ୍ରମାଣ ସମ୍ବଳିତ ଜବାବ ଦାଖଲ ପାଇଁ ପତ୍ର ଲେଖି ନିର୍ଦ୍ଦେଶ ଦେଇଥିଲେ। ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବା ପୂର୍ବରୁ ଏହା ଉପରେ କେଜ୍ରିଓ୍ବାଲ ୧୪ ପୃଷ୍ଠାର ଏକ ଜବାବ ଦାଖଲ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ଭାଜପା ଶାସିତ ରାଜ୍ୟ ହରିୟାଣାରୁ ଆସୁଥିବା ଯମୁନା ଜଳ ଏତେ ବିଷାକ୍ତ ହୋଇଯାଇଛି ଯେ, ତାହା ମଣିଷଙ୍କ ଦ୍ୱାରା ବ୍ୟବହାରଯୋଗ୍ୟ ନୁହେଁ। ଏହାକୁ ପିଇଲେ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିବ ବୋଲି ସେ ସଫେଇ ଦେଇଛନ୍ତି। କେଜ୍ରିଓ୍ବାଲ ଆହୁରି କହିଛନ୍ତି, ଦିଲ୍ଲୀ ଜଳ ବୋର୍ଡ ସିଇଓଙ୍କଠାରୁ ହସ୍ତଗତ ପତ୍ର ଅନୁସାରେ ଯମୁନା ପାଣିରେ ଆମୋନିଆ ସ୍ତର ଅଧିକ ରହିଛି। ଏହାକୁ ପିଇଲେ ଲୋକଙ୍କ ସ୍ବାସ୍ଥ୍ୟହାନି ଘଟିପାରେ। ତେବେ ଦିଲ୍ଲୀବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ସେ ଏପରି ମନ୍ତବ୍ୟ ଦେଇଥିବା କହିଛନ୍ତି। ଇତିମଧ୍ୟରେ ଭାଜପାର ଅଭିଯୋଗ କ୍ରମେ ସୋନିପଥର ଏକ କୋର୍ଟ କେଜ୍ରିଓ୍ବାଲଙ୍କୁ ସମନ କରିଛନ୍ତି। ଆସନ୍ତା ୧୭ରେ ହାଜର ହେବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି।
The post ଯମୁନା ନଦୀ ପାଣି ପିଇଲେ ମୁଖ୍ୟମନ୍ତ୍ରୀ: ଜାତୀୟ ରାଜନୀତି ସରଗରମ appeared first on Dharitri Odia News.