ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

କୋକସରା,୬।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ବିଜୁ ଏକ୍ସପ୍ରେସ ୱେ କୁଲେରଗୁଡ଼ା ନିକଟରେ ଏକ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ଯୁବକଙ୍କ ପରିଚୟ ଜଣାପଡି ନାହଁ। କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ ମାଜିଷ୍ଟ୍ରେଟ ଦାୟିତ୍ୱରେ ଉପସ୍ଥିତ ରହିବା ପରେ ମୃତଦେହ ଜବତ କରାଯାଇଥିଲା। ମୃତକଙ୍କ ପରିଚୟ ନ ମିଳିବାରୁ କଳାହାଣ୍ଡି ଜିଲା ଭବାନୀପାଟଣାରେ ଥିବା ଶବ ଗୃହକୁ ପଠାଯାଇଛି। ୭୨ ଘଣ୍ଟା […] The post ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ appeared first on Dharitri Odia News.

ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

କୋକସରା,୬।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ବିଜୁ ଏକ୍ସପ୍ରେସ ୱେ କୁଲେରଗୁଡ଼ା ନିକଟରେ ଏକ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ଯୁବକଙ୍କ ପରିଚୟ ଜଣାପଡି ନାହଁ।

କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ ମାଜିଷ୍ଟ୍ରେଟ ଦାୟିତ୍ୱରେ ଉପସ୍ଥିତ ରହିବା ପରେ ମୃତଦେହ ଜବତ କରାଯାଇଥିଲା। ମୃତକଙ୍କ ପରିଚୟ ନ ମିଳିବାରୁ କଳାହାଣ୍ଡି ଜିଲା ଭବାନୀପାଟଣାରେ ଥିବା ଶବ ଗୃହକୁ ପଠାଯାଇଛି। ୭୨ ଘଣ୍ଟା ପର୍ଯ୍ୟନ୍ତ ମୃତଦେହ ରଖାଯିବ। କୌଣସି ପରିଚୟ ନ ମିଳିଲେ ବ୍ୟବଚ୍ଛେଦ ପରେ ନିୟମ ଅନୁଯାୟୀ ମୃତଦେହ ଅନ୍ତିମ ସଂସ୍କାର କରାଯିବ ବୋଲି ଆମପାଣି ଥାନା ଆଇଆଇସି ବିଜୟଲକ୍ଷ୍ମୀ ହିକ୍କା ସୂଚନା ପ୍ରଦାନ କରିଛନ୍ତି।

The post ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ appeared first on Dharitri Odia News.