ମାଟିତଳୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ: କୁକୁର ଟାଣିଟାଣି କାଢ଼ୁଥିଲା

ଦେବଗଡ଼,୨।୩(ଶଶାଙ୍କ ଶେଖର ଝାଙ୍କର): ମାଟି ତଳେ  ପୋତା ଯାଇଥିବା ମହିଳାଙ୍କ ଗଳିତ ମୃତଦେହ ଠାବ ହୋଇଛି। ତାଙ୍କୁ କେହି  ହତ୍ୟା କରିଥିବା  ସନ୍ଦେହ କରାଯାଉଛି। ଏଭଳି ଘଟଣା ଘଟିଛି ଦେବଗଡ ଜିଲା ରିଆମାଳ ଥାନା ତାଳକୁଣ୍ଡି ପଞ୍ଚାୟତ ମଧ୍ୟପୁର ଗ୍ରାମରେ। ଖେଳ ପଡିଆ ନିକଟ ଏକ ଚାଷ ଜମିରେ ମହିଳାଙ୍କ ମୃତଦେହ ପୋତା ଯାଇଥିବା ଦେଖିବାକୁ ମିଳିଛି । ପ୍ରାୟ ୧ରୁ୨ ଫୁଟ ମାଟି ଖୋଳି ଗତ କିଛି ଦିନ ଭିତରେ ମହିଳାଙ୍କମୃତଦେହ ପୋତା ଯାଇଛି । […] The post ମାଟିତଳୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ: କୁକୁର ଟାଣିଟାଣି କାଢ଼ୁଥିଲା appeared first on Dharitri Odia News.

ମାଟିତଳୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ: କୁକୁର ଟାଣିଟାଣି କାଢ଼ୁଥିଲା
ଦେବଗଡ଼,୨।୩(ଶଶାଙ୍କ ଶେଖର ଝାଙ୍କର): ମାଟି ତଳେ  ପୋତା ଯାଇଥିବା ମହିଳାଙ୍କ ଗଳିତ ମୃତଦେହ ଠାବ ହୋଇଛି। ତାଙ୍କୁ କେହି  ହତ୍ୟା କରିଥିବା  ସନ୍ଦେହ କରାଯାଉଛି। ଏଭଳି ଘଟଣା ଘଟିଛି ଦେବଗଡ ଜିଲା ରିଆମାଳ ଥାନା ତାଳକୁଣ୍ଡି ପଞ୍ଚାୟତ ମଧ୍ୟପୁର ଗ୍ରାମରେ। ଖେଳ ପଡିଆ ନିକଟ ଏକ ଚାଷ ଜମିରେ ମହିଳାଙ୍କ ମୃତଦେହ ପୋତା ଯାଇଥିବା ଦେଖିବାକୁ ମିଳିଛି । ପ୍ରାୟ ୧ରୁ୨ ଫୁଟ ମାଟି ଖୋଳି ଗତ କିଛି ଦିନ ଭିତରେ ମହିଳାଙ୍କମୃତଦେହ ପୋତା ଯାଇଛି ।
ସ୍ଥାନୀୟ କିଛି ଲୋକ ଛେଳି ଚରାଇ ଯାଇଥିବା ବେଳେ ମାଟି ଭିତରୁ କୁକୁର ମୃତଦେହ ବାହାର କରୁଥିବା ଦେଖିବାକୁ ପାଇଥିଲେ। ଘଟଣାସ୍ଥଳରେ ମହିଳାଙ୍କ କିଛି ଭଙ୍ଗା ଚୁଡି ଏବଂ ଶାଢୀ ପଡିଥିବା ଦେଖାଯାଇଛି । ଗତ କିଛି ଦିନ ଭିତରେ ଆଖପାଖ ଅଞ୍ଚଳରେ କୌଣସି ମହିଳାଙ୍କ ମୃତ୍ୟୁ ହୋଇ ନ ଥିବା ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି । ଏ ନେଇ ରିଆମାଳ ଥାନା ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମାଟି ଖୋଳି ମୃତଦେହ କଢ଼ା ଯାଇଥିବା ବେଳେ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍‌  ଟିମକୁ ସୂଚନା ଦିଆଯାଇଛି । ମୃତ ମହିଳାଙ୍କ ପରିଚୟ ମିଳି ନ ଥିବା ବେଳେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ।

The post ମାଟିତଳୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ: କୁକୁର ଟାଣିଟାଣି କାଢ଼ୁଥିଲା appeared first on Dharitri Odia News.