ମା’ ପଦ୍ମାବତୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡା ଗ୍ରାମରେ ବିରାଜିତ ମା ’ ପଦ୍ମାବତୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ବୁଧବାର ଅସ୍ଥାୟୀ ଯାତ୍ରାପୀଠରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଯାତ୍ରାକମିଟି ସଭାପତି ସିମାଞ୍ଚଳ ପାତ୍ର,କାର୍ଯ୍ୟକର୍ତ୍ତା ରବୀନ୍ଦ୍ର ରେଡ୍ଡୀ,ଅଭିମନ୍ୟୁ ମହାରଣା,ଦୀପକ କୁମାର ଡାକୁଆ,ଅଜିତ ରଥ,କାଳିଆ ରଥ ପ୍ରମୁଖ ଯାତ୍ରା କମିଟିର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଗ୍ରାମର ଶେଷମୁଣ୍ଡରେ ବିରାଜିତ ମା’ଙ୍କ ମନ୍ଦିରରେ ପ୍ରଚଳିତ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ବହୁ ସଂଖ୍ୟକ ମହିଳା ପୁରୁଷ […] The post ମା’ ପଦ୍ମାବତୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ appeared first on Dharitri Odia News.

ମା’ ପଦ୍ମାବତୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡା ଗ୍ରାମରେ ବିରାଜିତ ମା ’ ପଦ୍ମାବତୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ବୁଧବାର ଅସ୍ଥାୟୀ ଯାତ୍ରାପୀଠରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଯାତ୍ରାକମିଟି ସଭାପତି ସିମାଞ୍ଚଳ ପାତ୍ର,କାର୍ଯ୍ୟକର୍ତ୍ତା ରବୀନ୍ଦ୍ର ରେଡ୍ଡୀ,ଅଭିମନ୍ୟୁ ମହାରଣା,ଦୀପକ କୁମାର ଡାକୁଆ,ଅଜିତ ରଥ,କାଳିଆ ରଥ ପ୍ରମୁଖ ଯାତ୍ରା କମିଟିର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଗ୍ରାମର ଶେଷମୁଣ୍ଡରେ ବିରାଜିତ ମା’ଙ୍କ ମନ୍ଦିରରେ ପ୍ରଚଳିତ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ବହୁ ସଂଖ୍ୟକ ମହିଳା ପୁରୁଷ ଶୁଭଖୁଣ୍ଟିକୁ ଧରି ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ଏହା ପରେ ଅସ୍ଥାୟୀ ଯାତ୍ରା ପୀଠରେ ଶୁଭଖୁଣ୍ଟି ସ୍ଥାପନ କରିଥିଲେ। ଆସନ୍ତା ୧୮ ତାରିଖଠାରୁ ୨୫ ତାରିଖ ୮ ଦିନବ୍ୟାପୀ ଏହି ଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି। ଯାତ୍ରା ପରିଚାଳନା ନିମନ୍ତେ ୪୪ ଜଣଙ୍କୁ ନେଇ କମିଟି ଗଠିତ ହୋଇଛି। ପ୍ରତିଦିନ ଅସ୍ଥାୟୀ ଯାତ୍ରା ପୀଠରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ନେଇ ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି।

The post ମା’ ପଦ୍ମାବତୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ appeared first on Dharitri Odia News.