ସୁପ୍ରିୟା ସୁଲେଙ୍କ କଟାକ୍ଷ, ଦିଲ୍ଲୀ ଯିବାକୁ ପସନ୍ଦ କରନ୍ତିନି ଅଜିତ…
ମୁମ୍ବାଇ,୨୩।୧୦:ଆଗକୁ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ଥିବାରୁ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଶାସକ ଦଳ ମହାୟୁତି ଏବଂ ବିରୋଧୀ ମହାବିକାଶ ଅଗାଡି ସିଟ୍ ବୁଝାମଣାକୁ ନେଇ ଆଲୋଚନା ଜାରି ରହିଛି। ଏହାରି ଭିତରେ ଏନସିପି ନେତା ସୁପ୍ରିୟା ସୁଲେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କୁ କଟାକ୍ଷ କରି କହିଛନ୍ତି, ମୋ ଭାଇ କେବେ ଦିଲ୍ଲୀ ଯିବାକୁ ପସନ୍ଦ କରନ୍ତି ନାହିଁ। କହିରଖୁଛୁ କି, ଏନସିପି ମୁଖ୍ୟ ଅଜିତ ପାଓ୍ବାର ତାଙ୍କ ପାର୍ଟିର କିଛି ନେତାଙ୍କ […] The post ସୁପ୍ରିୟା ସୁଲେଙ୍କ କଟାକ୍ଷ, ଦିଲ୍ଲୀ ଯିବାକୁ ପସନ୍ଦ କରନ୍ତିନି ଅଜିତ… appeared first on Dharitri Odia News.
ମୁମ୍ବାଇ,୨୩।୧୦:ଆଗକୁ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ଥିବାରୁ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଶାସକ ଦଳ ମହାୟୁତି ଏବଂ ବିରୋଧୀ ମହାବିକାଶ ଅଗାଡି ସିଟ୍ ବୁଝାମଣାକୁ ନେଇ ଆଲୋଚନା ଜାରି ରହିଛି। ଏହାରି ଭିତରେ ଏନସିପି ନେତା ସୁପ୍ରିୟା ସୁଲେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କୁ କଟାକ୍ଷ କରି କହିଛନ୍ତି, ମୋ ଭାଇ କେବେ ଦିଲ୍ଲୀ ଯିବାକୁ ପସନ୍ଦ କରନ୍ତି ନାହିଁ। କହିରଖୁଛୁ କି, ଏନସିପି ମୁଖ୍ୟ ଅଜିତ ପାଓ୍ବାର ତାଙ୍କ ପାର୍ଟିର କିଛି ନେତାଙ୍କ ସହ ଦିଲ୍ଲୀ ଯାଇଥିଲେ। ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ସେ ଦିଲ୍ଲୀ ଯାଇଥିଲେ।
ସୁପ୍ରିୟା ଆହୁରି କହିଛନ୍ତି, ମୁଁ ମୋ ଭାଇଙ୍କୁ ଭଲ ଭାବରେ ଜାଣିଛି। ତାଙ୍କୁ କେବେ ବି ଦିଲ୍ଲୀ ଯିବା ପସନ୍ଦ ନୁହେଁ। ଦୀର୍ଘଦିନ ଧରି ତାଙ୍କ ସହ କଥା ହୋଇ ନ ଥିବାରୁ ଏହି କାରଣ ମୁଁ ବୁଝିପାରୁ ନାହିଁ।
The post ସୁପ୍ରିୟା ସୁଲେଙ୍କ କଟାକ୍ଷ, ଦିଲ୍ଲୀ ଯିବାକୁ ପସନ୍ଦ କରନ୍ତିନି ଅଜିତ… appeared first on Dharitri Odia News.