ବିକ୍ରମଙ୍କ ପାଇଁ ୨ ବିରୋଧୀ ଅଡୁଆ

ବ୍ରହ୍ମପୁର,୩୦ା୩(ଅଶୋକ କୁମାର ସାହୁ): ସାଧାରଣ ନିର୍ବାଚନକୁ ନେଇ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଗୋପାଳପୁର ବିଧାନସଭା କ୍ଷେତ୍ରରେ ରାଜନୈତିକ ବାତାବରଣ ସରଗରମ ହୋଇଛି। ବିଜେଡି ପକ୍ଷରୁ ଚିତ୍ର ସ୍ପଷ୍ଟ ହୋଇଥିଲେ ବି ଭାଜପା ଓ କଂଗ୍ରେସ ପକ୍ଷରୁ କିଏ ପ୍ରାର୍ଥୀ ହେବ ତାହା ଜଣାପଡିନି। ତଥାପି ଏହି ନିର୍ବାଚନ ମଣ୍ଡଳୀରେ ଭାଜପା ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହେବ। ଗତ ୩ଟି ନିର୍ବାଚନରେ ଭାଜପା ଟିକେଟରେ ଲଢ଼ୁଥିବା ବିଭୂତି ଭୂଷଣ ଜେନା ଚଳିତଥର ବି ପ୍ରାର୍ଥୀ ହେବାକୁ […] The post ବିକ୍ରମଙ୍କ ପାଇଁ ୨ ବିରୋଧୀ ଅଡୁଆ appeared first on Dharitri Odia News.

ବିକ୍ରମଙ୍କ ପାଇଁ ୨ ବିରୋଧୀ ଅଡୁଆ

ବ୍ରହ୍ମପୁର,୩୦ା୩(ଅଶୋକ କୁମାର ସାହୁ): ସାଧାରଣ ନିର୍ବାଚନକୁ ନେଇ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଗୋପାଳପୁର ବିଧାନସଭା କ୍ଷେତ୍ରରେ ରାଜନୈତିକ ବାତାବରଣ ସରଗରମ ହୋଇଛି। ବିଜେଡି ପକ୍ଷରୁ ଚିତ୍ର ସ୍ପଷ୍ଟ ହୋଇଥିଲେ ବି ଭାଜପା ଓ କଂଗ୍ରେସ ପକ୍ଷରୁ କିଏ ପ୍ରାର୍ଥୀ ହେବ ତାହା ଜଣାପଡିନି। ତଥାପି ଏହି ନିର୍ବାଚନ ମଣ୍ଡଳୀରେ ଭାଜପା ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହେବ। ଗତ ୩ଟି ନିର୍ବାଚନରେ ଭାଜପା ଟିକେଟରେ ଲଢ଼ୁଥିବା ବିଭୂତି ଭୂଷଣ ଜେନା ଚଳିତଥର ବି ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି। ତାଙ୍କୁ ଟିକେଟ ମିଳିବ ବୋଲି ଦଳ ପକ୍ଷରୁ ଶୁଣାଯାଉଛି। କଂଗ୍ରେସର ଟିକେଟ ଲବିରେ ଅନେକ ଆଶାୟୀ ଥିବାବେଳେ କିଏ ପ୍ରାର୍ଥୀ ହେବେ ସେ ସମ୍ପର୍କରେ କୌଣସି ସୁରାକ ମିଳୁନି। କଂଗ୍ରେସର ସାଂଗଠନିକ ସ୍ଥିତି ସେଭଳି ନ ଥିବା ବେଳେ ବିଜେଡି ଓ ଭାଜପାକୁ ନେଇ ଚର୍ଚ୍ଚା ଜୋର ଧରିଛି।
୨୦୦୯ରୁ ଲଗାତର ଏହି ଆସନରୁ ବିଜେଡିରୁ ପ୍ରଦୀପ ପାଣିଗ୍ରାହୀ ବିଧାୟକ ନିର୍ବାଚିତ ହୋଇ ଆସୁଥିଲେ। ୨୦୦୯ ନିର୍ବାଚନରେ କଂଗ୍ରେସର ତ୍ରିନାଥ ବେହେରା ଦ୍ୱିତୀୟ ସ୍ଥାନରେ ଥିବାବେଳେ ସ୍ବାଧୀନ ପ୍ରାର୍ଥୀ ଅନୁଜ କୁମାର ନାୟକ ତୃତୀୟ ଓ ଭାଜପାର ବିଭୂତି ଭୂଷଣ ଜେନା ଚତୁର୍ଥ ସ୍ଥାନରେ ଥିଲେ। ୨୦୧୪ ନିର୍ବାଚନରେ ବିଜେଡି ସହିତ ଲଢ଼ି ବିଭୂତି ଦ୍ୱିତୀୟ ସ୍ଥାନକୁ ଉଠିଥିଲେ। ୨୦୧୯ ନିର୍ବାଚନରେ ସେ କମ ଭୋଟରେ ବିଜେଡିଠାରୁ ହାରିଯାଇଥିଲେ। ଫଳରେ ତାଙ୍କର ପ୍ରଭାବ ପଦାକୁ ଆସିଥିଲା। ଉକ୍ତ ବିଧାନସଭା କ୍ଷେତ୍ରର ଗୋଳନ୍ଥରାରେ ଗତ ଗୁରୁବାର ପ୍ରଦୀପ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉକ୍ତ ସଭାରେ ବିଧାୟକ ପ୍ରାର୍ଥୀ ଭାବେ ବିଭୂତି ଆଶାୟୀ ଥିବା ଶୁଣାଯାଇଥିଲା। ପୂର୍ବରୁ ଉକ୍ତ ନିର୍ବାଚନ ମଣ୍ଡଳୀରୁ ଲଗାତର ଜିତୁଥିବା ପ୍ରଦୀପ ଏବେ ଭାଜପାର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ। ଗତ ନିର୍ବାଚନର ଏହି ଦୁଇ ବିରୋଧୀ ଏକାଠି ହୋଇଥିବାରୁ ଚଳିତ ନିର୍ବାଚନୀ ହାୱା ଭିନ୍ନ ଆଡକୁ ମୁହାଁଇବା ସୂଚନା ମିଳୁଛି। କେନ୍ଦ୍ରରେ ମୋଦୀ ସରକାର ଥିବା ବେଳେ ଦେଶର ବିଭିନ୍ନ ରାଜ୍ୟରେ ମୋଦୀ ହାୱା ବି ଉଣା ଅଧିକେ ଚାଲିଛି। ଭାଜପା ଏହାକୁ ନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବ ଏଥିରେ ସନ୍ଦେହ ନାହିଁ। ଏଭଳି ସ୍ଥିତିରେ ବିକ୍ରମଙ୍କୁ ପ୍ରଥମେ ଗୋପାଳପୁର ବିଜେଡି ସଂଗଠନ ସମ୍ଭାଳିବା ଦାୟିତ୍ୱ ମିଳିଥିଲା। ଭାଜପାକୁ ସେ ହିଁ ଟକ୍କର ଦେଇପାରିବେ ବୋଲି ଭରସା କରି ଦଳ ତାଙ୍କୁ ବିଧାୟକ ପ୍ରାର୍ଥୀ ଟିକେଟ ଦେଇଛି। ଗୋପାଳପୁରରେ ସେ ନୂଆ ମୁହଁ। ତାଙ୍କୁ ଲୋକେ କେତେ ସମର୍ଥନ କରିବେ ତାହାକୁ ନେଇ ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆକଳନ କରିପାରୁନାହାନ୍ତି। ବିକ୍ରମ ଜଣେ ଯୁବ ପ୍ରାର୍ଥୀ ହୋଇଥିବାବେଳେ ବ୍ରହ୍ମପୁରରେ ତାଙ୍କ ସମୟରେ ଗୁଡିଏ ଉନ୍ନତିମୂଳକ କାର୍ଯ୍ୟ ହୋଇଛି। ଗୋପାଳପୁର ନିର୍ବାଚନ ମଣ୍ଡଳୀର ସାଂଗଠନିକ ଦାୟିତ୍ୱ ମିଳିବା ଦିନଠାରୁ ବିକ୍ରମ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକ ସମର୍ଥନ ଯୋଗାଡରେ ଲାଗି ପଡିଛନ୍ତି। ଲୋକ ସମର୍ଥନ ଓ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆସ୍ଥା ଥିବାରୁ ତାକୁ ନେଇ ନିର୍ବାଚନୀ ବୈତରଣୀ ପାର କରିବାକୁ ସେ ଆଶା ରଖିଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି। ଅନ୍ୟପଟେ କଂଗ୍ରେସ ଏଥର ବି ନୂଆ ମୁହଁ ଦେବ ବୋଲି ଆଲୋଚନା ହେଉଛି। ତେବେ ଦଳ କିଭଳି ଭାଜପା ଓ ବିଜେଡିକୁ ସମ୍ମୁଖୀନ ହେବ ତାକୁ ନେଇ ଭୋଟରଙ୍କ ମଧ୍ୟରେ ଭିନ୍ନ ଆଲୋଚନା ଚାଲିଛି।

The post ବିକ୍ରମଙ୍କ ପାଇଁ ୨ ବିରୋଧୀ ଅଡୁଆ appeared first on Dharitri Odia News.