‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’

ଭୁବନେଶ୍ୱର, ୩୦।୪ (ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ୧୦୦ ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ସୋମବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଏକ ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଂଘ ସଭାପତି ପ୍ରତାପ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ବିଏମ୍‌ସି ମେୟର ସୁଲୋଚନା ଦାସ ଯୋଗଦେଇ ଉଠାଦୋକାନୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଭୁବନେଶ୍ୱରରେ ଏବେ ବହୁ ଭେଣ୍ଡିଂଜୋନ୍‌ କରାଯାଇଛି, ଆଗକୁ ପ୍ରତ୍ୟେକ ୱାର୍ଡ଼ରେ ଭେଣ୍ଡିଂଜୋନ୍‌ […] The post ‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’ appeared first on Dharitri Odia News.

‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’

ଭୁବନେଶ୍ୱର, ୩୦।୪ (ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ୧୦୦ ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ସୋମବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଏକ ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଂଘ ସଭାପତି ପ୍ରତାପ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ବିଏମ୍‌ସି ମେୟର ସୁଲୋଚନା ଦାସ ଯୋଗଦେଇ ଉଠାଦୋକାନୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଭୁବନେଶ୍ୱରରେ ଏବେ ବହୁ ଭେଣ୍ଡିଂଜୋନ୍‌ କରାଯାଇଛି, ଆଗକୁ ପ୍ରତ୍ୟେକ ୱାର୍ଡ଼ରେ ଭେଣ୍ଡିଂଜୋନ୍‌ କରାଯାଇ ଉଠାଦୋକାନୀଙ୍କୁ ଥଇଥାନ କରାଯିବ ବୋଲି ମେୟର ପ୍ରତିଶ୍ରୁତି ଦେଇଛନ୍ତି। ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ କହିଲେ, ଉତ୍ତର ନିର୍ବାଚନମଣ୍ଡଳୀରେ ଥିବା ଉଠାଦୋକାନୀଙ୍କ ସମସ୍ୟା ନେଇ ଅବଗତ ରହିଛି। ତେବେ ନିର୍ବାଚନ ପାଇଁ ଆଚରଣବିଧି ଲାଗିଥିବାରୁ ବର୍ତ୍ତମାନ କୌଣସି ପ୍ରତିଶ୍ରୁତି ଦିଆଯିବ ନାହିଁ। ନିର୍ବାଚନ ସରିବା ପରେ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ବିଧାୟକ କହିଥିଲେ। ମହାସଂଘ ଉପଦେଷ୍ଟା ତଥା ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ କହିଲେ, ଆଗକୁ ପର୍ଯ୍ୟାପ୍ତ ପରିମାଣର ଭେଣ୍ଡିଂଜୋନ ପ୍ରତିଷ୍ଠା କରାଯାଇ ସମସ୍ତ ଉଠାଦୋକାନୀଙ୍କୁ ଥଇଥାନ କରାଯିବ। ଏଥିସହ ଦୋକାନୀଙ୍କ ଯେଉଁସବୁ ସମସ୍ୟା ରହିଛି, ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରାଯାଇ ତାହାର ସମାଧାନ କରାଯିବ ବୋଲି ସେ କହିଥିଲେ। ବିଜେଡି ଏମ୍‌ପି ପ୍ରାର୍ଥୀ କ୍ୟାପ୍‌ଟେନ ମନ୍ମଥ ରାଉତରାୟ ଯୋଗଦେଇ ସମସ୍ତ ଉଠାଦୋକାନୀଙ୍କ ସହ ଆଲୋଚନା କରିଥିଲେ। ମହାସଂଘର ମୁଖ୍ୟ ଉପଦେଷ୍ଟା ତଥା କଟକ ମେୟର ସୁବାସ ସିଂ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉଠାଦୋକାନୀମାନଙ୍କ ସମସ୍ୟା ପ୍ରତି ଯନତ୍ବାନ ଅଛନ୍ତି ବୋଲି କହିଥିଲେ। ଯୁଗ୍ମ କୋଷାଧ୍ୟକ୍ଷ ପ୍ରଦୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକକୁ ମହାସଂଘର ସାଧାରଣ ସମ୍ପାଦକ ଅନୁଜ କୁମାର ପ୍ରଧାନ, ନିରଞ୍ଜନ ପାଣ୍ଡେ, ଧନେଶ୍ୱର ବାରିକ, ବିପିନ ଜେନା, ଭାରତୀ ସେଠୀ ପ୍ରମୁଖ ପରିଚାଳନା କରିଥିଲେ।

The post ‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’ appeared first on Dharitri Odia News.