ନିର୍ବାଚନ ପୂର୍ବରୁ ସରକାରଙ୍କ ବଡ଼ ଘୋଷଣା: ଗାଈକୁ ମିଳିଳା ‘ରାଜମାତା’ ସମ୍ମାନ

ପୁଣେ,୩୦।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏକନାଥ ଶିନ୍ଦେ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାର ଗାଈକୁ ‘ରାଜମାତା’ ମାନ୍ୟତା ଦେଇଛନ୍ତି। ମହାୟୁତି ସରକାର ଏ ସମ୍ପର୍କରେ ଘୋଷଣା କରିଛନ୍ତି। ସରକାର ସୋମବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ପୂର୍ବରୁ ଏହା ସିନ୍ଦେ ସରକାରଙ୍କ ଏକ ବଡ ନିଷ୍ପତ୍ତି ବୋଲି ବିବେଚନା କରାଯାଉଛି। ବୈଦିକ କାଳରୁ ଭାରତୀୟ ସଂସ୍କୃତିରେ ସ୍ବଦେଶୀ ଗାଈର ସ୍ଥିତି, ମାନବ ଖାଦ୍ୟରେ ସ୍ବଦେଶୀ ଗାଈ କ୍ଷୀରର ଉପଯୋଗିତା, ଆୟୁର୍ବେଦ […] The post ନିର୍ବାଚନ ପୂର୍ବରୁ ସରକାରଙ୍କ ବଡ଼ ଘୋଷଣା: ଗାଈକୁ ମିଳିଳା ‘ରାଜମାତା’ ସମ୍ମାନ appeared first on Dharitri Odia News.

ନିର୍ବାଚନ ପୂର୍ବରୁ ସରକାରଙ୍କ ବଡ଼ ଘୋଷଣା: ଗାଈକୁ ମିଳିଳା ‘ରାଜମାତା’ ସମ୍ମାନ

ପୁଣେ,୩୦।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏକନାଥ ଶିନ୍ଦେ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାର ଗାଈକୁ ‘ରାଜମାତା’ ମାନ୍ୟତା ଦେଇଛନ୍ତି। ମହାୟୁତି ସରକାର ଏ ସମ୍ପର୍କରେ ଘୋଷଣା କରିଛନ୍ତି। ସରକାର ସୋମବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ପୂର୍ବରୁ ଏହା ସିନ୍ଦେ ସରକାରଙ୍କ ଏକ ବଡ ନିଷ୍ପତ୍ତି ବୋଲି ବିବେଚନା କରାଯାଉଛି।

ବୈଦିକ କାଳରୁ ଭାରତୀୟ ସଂସ୍କୃତିରେ ସ୍ବଦେଶୀ ଗାଈର ସ୍ଥିତି, ମାନବ ଖାଦ୍ୟରେ ସ୍ବଦେଶୀ ଗାଈ କ୍ଷୀରର ଉପଯୋଗିତା, ଆୟୁର୍ବେଦ ଔଷଧ, ପଞ୍ଚଗବ୍ୟ ଚିକିତ୍ସା ପ୍ରଣାଳୀ ଏବଂ ଜୈବିକ ଚାଷ ପ୍ରଣାଳୀରେ ଦେଶୀ ଗାଈ ଗୋବର ଏବଂ ଗୋମୂତ୍ରର ଗୁରୁତ୍ୱପୂର୍ଣ୍ଣ ଉପକାରିତାକୁ ଧ୍ୟାନରେ ରଖି ସରକାର ବର୍ତ୍ତମାନଠାରୁ ଦେଶୀ ଗାଈ ମାନଙ୍କୁ ‘ରାଜ୍ୟମାତା ଗୋମାତା’ ଭାବରେ ଘୋଷଣା କରିବାକୁ ଅନୁମୋଦନ କରାଯାଇଥିଲା।

ସନାତନ ଧର୍ମରେ ଗାଈକୁ ମାତା ଭାବରେ ବିବେଚନା କରାଯାଏ। ଆହୁରି ମଧ୍ୟ ଏହି ଧର୍ମରେ ଗାଈକୁ ପୂଜା କରାଯାଏ। ହିନ୍ଦୁ ବିଶ୍ୱାସ ଅନୁଯାୟୀ, ଦେବତା ଓ ଦେବୀ ଗାଈଙ୍କଠାରେ ବାସ କରନ୍ତି। କିଛି ଦିନ ହେଲା ଗାଈକୁ ରାଜ୍ୟର ମାତା ମାନ୍ୟତା ଦେବା ପାଇଁ ଅନେକ ହିନ୍ଦୁ ସଂଗଠନ ପକ୍ଷରୁ ନିରନ୍ତର ଦାବି ହୋଇଆସୁଛି। ବର୍ତ୍ତମାନ ସରକାର ସେମାନଙ୍କ ମତରେ ରାଜି ହୋଇଛନ୍ତି ଏବଂ ମହାରାଷ୍ଟ୍ରର ଗାଈକୁ ରାଜ୍ୟର ମାତା ମାନ୍ୟତା ଦେବାକୁ ଘୋଷଣା କରିଛନ୍ତି।

The post ନିର୍ବାଚନ ପୂର୍ବରୁ ସରକାରଙ୍କ ବଡ଼ ଘୋଷଣା: ଗାଈକୁ ମିଳିଳା ‘ରାଜମାତା’ ସମ୍ମାନ appeared first on Dharitri Odia News.