ଶପଥ ନେଲେ ୫୫ ନୂଆ ସିଭିଲ ଜଜ୍
କଟକ,୩୦ା୩(କାର୍ତ୍ତିକ ସାହୁ): ୨୦୨୨ ବ୍ୟାଚ୍ରେ ନିଯୁକ୍ତି ପାଇଥିବା ୫୫ ଜଣ ନୂଆ ସିଭିଲ୍ ଜଜ୍(ଜୁନିୟର ଡିଭିଜନ)ଙ୍କ ଶପଥ ଗ୍ରହଣ ଉତ୍ସବ ଓଡ଼ିଶା ଜୁଡିସିଆଲ ଏକାଡେମୀ ପରିସରସ୍ଥ ଗତିକୃଷ୍ଣ ମିଶ୍ର ଅଡିଟୋରିୟମଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜୁଡିସିଆଲ ଏକାଡେମୀର ପାଟ୍ରୋନ୍-ଇନ୍-ଚିଫ୍ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଯୋଗଦେଇ ନୂତନ ଜଜ୍ମାନଙ୍କୁ ଶପଥ ପାଠ କରାଇଥିଲେ। ନୂଆ ବିଚାରପତିମାନଙ୍କୁ ପରାମର୍ଶ ଦେଇ ମୁଖ୍ୟ ବିଚାରପତି ସିଂହ କହିଲେ, ବିଚାରପତି ହେବା ସାଧାରଣ […] The post ଶପଥ ନେଲେ ୫୫ ନୂଆ ସିଭିଲ ଜଜ୍ appeared first on Dharitri Odia News.
କଟକ,୩୦ା୩(କାର୍ତ୍ତିକ ସାହୁ): ୨୦୨୨ ବ୍ୟାଚ୍ରେ ନିଯୁକ୍ତି ପାଇଥିବା ୫୫ ଜଣ ନୂଆ ସିଭିଲ୍ ଜଜ୍(ଜୁନିୟର ଡିଭିଜନ)ଙ୍କ ଶପଥ ଗ୍ରହଣ ଉତ୍ସବ ଓଡ଼ିଶା ଜୁଡିସିଆଲ ଏକାଡେମୀ ପରିସରସ୍ଥ ଗତିକୃଷ୍ଣ ମିଶ୍ର ଅଡିଟୋରିୟମଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜୁଡିସିଆଲ ଏକାଡେମୀର ପାଟ୍ରୋନ୍-ଇନ୍-ଚିଫ୍ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଯୋଗଦେଇ ନୂତନ ଜଜ୍ମାନଙ୍କୁ ଶପଥ ପାଠ କରାଇଥିଲେ। ନୂଆ ବିଚାରପତିମାନଙ୍କୁ ପରାମର୍ଶ ଦେଇ ମୁଖ୍ୟ ବିଚାରପତି ସିଂହ କହିଲେ, ବିଚାରପତି ହେବା ସାଧାରଣ କାମ ନୁହେଁ, ଶିକ୍ଷାଗ୍ରହଣର ଏହା ଏକ ନିରବଚ୍ଛିନ୍ନ ପ୍ରକ୍ରିୟା। କୋର୍ଟର ବିଚାର କାର୍ଯ୍ୟରେ ଥିବା ବେଳେ ବ୍ୟକ୍ତିଗତ ଜୀବନ ଦ୍ୱାରା ପ୍ରଭାବିତ ହୁଅନ୍ତୁ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ଜଣେ ବିଚାରପତି ହେବା ପାଇଁ ଶାରୀରିକ, ମାନସିକ ଓ ଭାବନାତ୍ମକ ସୁସ୍ଥତା ରହିବା ଦରକାର। ବିଚାର ବ୍ୟବସ୍ଥାର ନୈତିକତାକୁ ବଜାୟ ରଖିବାକୁ ମୁଖ୍ୟ ବିଚାରପତି ଗୁରୁତ୍ୱାରୋପ କରିଥିଲେ। ଜୁଡିସିଆଲ ଏକାଡେମୀ ସଦସ୍ୟ ତଥା ହାଇକୋର୍ଟର ବିଚାରପତି କୃଷ୍ଣ ରାମ ମହାପାତ୍ର ଜୁଡିସିଆଲ ଏକାଡେମୀରେ ତାଲିମ ଗ୍ରହଣ ଉପରେ ଗୁରୁତ୍ୱାରୋପ କରି ଏହାକୁ ଗୁରୁକୁଳ ଭାବେ ଅଭିହିତ କରିଥିଲେ। ନୂତନ ବିଚାରପତିମାନଙ୍କ କ୍ୟାରିୟର ଗଠନ ଦିଗରେ ଜୁଡିସିଆଲ ଏକାଡେମୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ସେ କହିଥିଲେ। ଜୁଡିସିଆଲ ଏକାଡେମୀର ସଦସ୍ୟ ତଥା ହାଇକୋର୍ଟର ବିଚାରପତି ସଂଜୀବ କୁମାର ପାଣିଗ୍ରାହୀ ସ୍ବାଗତ ଭାଷଣ ଦେଇ ନୂତନ ବିଚାରପତିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ନୂତନ ବିଚାରପତିମାନେ ନିଜକୁ ଏଭଳି ଭାବେ ଗଠନ କରନ୍ତୁ ଯେପରି ନିଶ୍ଚିତ ଭାବେ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିବେ। ଜୁଡିସିଆଲ ଏକାଡେମୀର ନିର୍ଦ୍ଦେଶକ ବିଦ୍ୟୁତ୍ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ। ହାଇକୋର୍ଟର ବିଚାରପତିଗଣ, ହାଇକୋର୍ଟ ରେଜିଷ୍ଟ୍ରିର ଅଧିକାରୀଗଣଙ୍କ ସମେତ ଅତିଥି ଓ ନୂତନ ସିଭିଲ୍ ଜଜ୍ମାନଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ। ଅତିରିକ୍ତ ନିର୍ଦ୍ଦେଶକ ବଦ୍ରିନାରାୟଣ ନନ୍ଦ, ଉପନିର୍ଦ୍ଦେଶକ ସ୍ବପ୍ନା ସାଗରିକା ମିଶ୍ର, ସହକାରୀ ନିର୍ଦ୍ଦେଶକ ମାନସ ରଞ୍ଜନ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
The post ଶପଥ ନେଲେ ୫୫ ନୂଆ ସିଭିଲ ଜଜ୍ appeared first on Dharitri Odia News.