୫ ବର୍ଷ ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା
ନୂଆଦିଲ୍ଲୀ,୨୩।୭: ମଙ୍ଗଳବାର ଲୋକ ସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ବର୍ଷ ବଢାଇ ଦିଆଯାଇଛି। ବଜେଟରେ ଗରିବଙ୍କ ପାଇଁ ସ୍ବତନ୍ତ୍ର ବିବେଚନା କରାଯାଉଛି। କାରଣ ଗରିବଙ୍କ ପାଇଁ ଅନେକ ଯୋଜନା ଏଥିରେ ଅନ୍ତର୍ଭୁକ୍ତ ହୋଇଛି। ବଜେଟରେ ଗରିବ ଲୋକଙ୍କୁ ଥଇଥାନ ପାଇଁ ସରକାର ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ […] The post ୫ ବର୍ଷ ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା appeared first on Dharitri Odia News.
ନୂଆଦିଲ୍ଲୀ,୨୩।୭: ମଙ୍ଗଳବାର ଲୋକ ସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ବର୍ଷ ବଢାଇ ଦିଆଯାଇଛି।
ବଜେଟରେ ଗରିବଙ୍କ ପାଇଁ ସ୍ବତନ୍ତ୍ର ବିବେଚନା କରାଯାଉଛି। କାରଣ ଗରିବଙ୍କ ପାଇଁ ଅନେକ ଯୋଜନା ଏଥିରେ ଅନ୍ତର୍ଭୁକ୍ତ ହୋଇଛି। ବଜେଟରେ ଗରିବ ଲୋକଙ୍କୁ ଥଇଥାନ ପାଇଁ ସରକାର ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ୮୦କୋଟି ଲୋକ ଉପକୃତ ହେବେ।
ପିଏମ୍ ଆବାସ ଯୋଜନା ଅଧୀନରେ ୩ କୋଟି ଅତିରିକ୍ତ ଗୃହ ନିର୍ମାଣ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ୩ କୋଟି ଆବାସ ନିର୍ମାଣ ନେଇ ବଡ଼ ଘୋଷଣ କରିଛନ୍ତି ଅର୍ଥମନ୍ତ୍ରୀ ।
ଏପରି କି ଗରିବ, ମହିଳା, ଯୁବବର୍ଗ ଏବଂ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଅନ୍ୟପକ୍ଷେ ପ୍ରତି ପରିବାରକୁ ବାସଗୃହ ଯୋଗାଇବେ ସରକାର । ପିଏମ୍ ଆବାସ ଯୋଜନା ଅଧୀନରେ ୩ କୋଟି ଅତିରିକ୍ତ ଗୃହ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ସରକାର। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ୩ କୋଟି ଆବାସ ନିର୍ମାଣ ନେଇ ବଡ଼ ଘୋଷଣ କରିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନାକୁ ୫ ବର୍ଷ ବଢାଯାଇଛି। ୫ ବର୍ଷରେ ୪ କୋଟି ଯୁବବର୍ଗଙ୍କୁ ନିଯୁକ୍ତି, ସୁଦକ୍ଷ ଲକ୍ଷ୍ୟ ରଖାଯାଇଛି।
The post ୫ ବର୍ଷ ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା appeared first on Dharitri Odia News.