ଗାଡ଼ି ଧକ୍କାରେ ଚାଲିଗଲା ଶିଶୁଙ୍କ ଜୀବନ, ବାପା ଗୁରୁତର
କୋକସରା,୧୫।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ହଗାଁ ହାଇସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ ବାଇକରେ ଯାଉଥିବା ବାପ ଓ ପୁଅଙ୍କ ମଧ୍ୟରୁ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି। ବାପା ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେବା ପରେ ଆମ୍ବୁଲାନ୍ସରେ ଗୁରୁତରଙ୍କୁ କୋକସରା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମତେ ଶାଗ ବାହିଲି […] The post ଗାଡ଼ି ଧକ୍କାରେ ଚାଲିଗଲା ଶିଶୁଙ୍କ ଜୀବନ, ବାପା ଗୁରୁତର appeared first on Dharitri Odia News.
କୋକସରା,୧୫।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ହଗାଁ ହାଇସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ ବାଇକରେ ଯାଉଥିବା ବାପ ଓ ପୁଅଙ୍କ ମଧ୍ୟରୁ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି। ବାପା ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେବା ପରେ ଆମ୍ବୁଲାନ୍ସରେ ଗୁରୁତରଙ୍କୁ କୋକସରା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ମତେ ଶାଗ ବାହିଲି ଗ୍ରାମରୁ ନିଜ ଶ୍ୱଶୁର ଘର ଡୋଙ୍ଗରିଗୁଡା ଗ୍ରାମକୁ ବାପ ପୁଅ ଏକ ବାଇକ୍ରେ ଆସୁଥିବା ବେଳେ ଡ଼ହଗାଁ ହାଇସ୍କୁଲ ଛକ ନିକଟରେ ଏକ ଗାଡି ବାଇକକୁ ପଛ ପଟରୁ ଧକ୍କା ଦେଇ ଫେରାର ହୋଇଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଛି।
ଡ଼ହଗାଁ ହାଇସ୍କୁଲ ନିକଟରେ ପରିବାର ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିବାବେଳେ କୋକସରା ପୋଲିସ ପହଞ୍ଚି ବୁଝାସୁଝା ଜାରି ରଖିଛନ୍ତି। ମୃତ ଶିଶୁ ହେଲେ କ୍ଷୀରୋଧ ନାଏକ(୬) ଓ ତାଙ୍କ ବାପା ହୃଷିକେଶ ନାଏକ(୩୬) ବୋଲି ଜଣାପଡିଛି। ରାତି ପର୍ଯ୍ୟନ୍ତ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ ଜାରି ରହିଛି।
The post ଗାଡ଼ି ଧକ୍କାରେ ଚାଲିଗଲା ଶିଶୁଙ୍କ ଜୀବନ, ବାପା ଗୁରୁତର appeared first on Dharitri Odia News.