ନିୟମିତ ଆସୁଛନ୍ତି, ନୀରବ ରହୁଛନ୍ତି: ବିଧାନସଭାରେ କାହିଁକି ଖୋଲୁନି ନବୀନଙ୍କ ପାଟି?

କନକ ବ୍ୟୁରୋ: ସରକାରକୁ ଘେରିବାକୁ ପ୍ରସଙ୍ଗ ଅନେକ, କିନ୍ତୁ ମୁହଁ ଖୋଲୁ ନାହାନ୍ତି ବିରୋଧୀ ଦଳ ମୁଖିଆ । ନୂଆ ସରକାର ଆସିବା ପରେ ବିଧାନସଭାର ଦୁଇଟି ଅଧିବେଶନ ଗଲାଣି । କିନ୍ତୁ ଶୋକ ପ୍ରସ୍ତାବ ଛାଡିଦେଲେ ଅନ୍ୟ ପ୍ରସଙ୍ଗରେ ନବୀନ ପୂରା ନୀରବ । ବିରୋଧୀ ଦଳ ନେତା ଭାବେ ଗୃହରେ ନବୀନଙ୍କର ଏଭଳି ଆଭିମୁଖ୍ୟକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା।  ମୁଖ୍ୟମନ୍ତ୍ରୀ ଥିବା ସମୟରେ ଅନେକ ପ୍ରସଙ୍ଗରେ ନବୀନ ଚୁପ୍ ରହୁଥିଲେ। ସେତେବେଳେ ଗୃହକୁ ଆସୁନଥିବାରୁ ତତ୍କାଳୀନ ବିରୋଧୀ ବିଜେପି, ନବୀନଙ୍କୁ ଲଣ୍ଠନ ଧରି ଖୋଜୁଥିଲେ । ଏବେ କିନ୍ତୁ ନବୀନ ବିରୋଧୀ ଦଳ ନେତା ଦାୟିତ୍ୱରେ । ତଥାପି ବିଧାନସଭାରେ ନବୀନଙ୍କ ନୀରବ ଅବତାର ସମସ୍ତଙ୍କୁ ଚକିତ କରିଛି । ପୂର୍ବଭଳି ଗୃହରେ ନବୀନଙ୍କ ଅନୁପସ୍ଥିତି କମ ରହୁଛି ସତ କିନ୍ତୁ ବିରୋଧୀ ଦଳ ନେତା ଭାବେ ସରକାରଙ୍କୁ ଶାଣିତ ସ୍ୱରରେ ଯେଉଁଭଳି ଘେରିବା କଥା ସେମିତି କିଛି ଦେଖିବାକୁ ମିଳୁନାହିଁ । ପ୍ରଶ୍ନ ଉଠୁଛି, ସାଢେ ୪ କୋଟି ଓଡ଼ିଆଙ୍କୁ ପରିବାର କହୁଥିବା ନବୀନ ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗରେ କାହିଁକି ଚୁପ୍? ନବୀନଙ୍କୁ ସୁରକ୍ଷା ଦେବାକୁ ଯାଇ ବିଜେଡି କହିଛି, କଥା କମ କହି କାମ କରିବା ନବୀନଙ୍କ ଷ୍ଟାଇଲ । କାଉଣ୍ଟର କରି ବିଜେପି କହିଛି, ନବୀନଙ୍କ ନୀରବ ଆଭିମୁଖ୍ୟ ଗୃହ ପ୍ରତି ଅସମ୍ମାନ।  ଚଳିତ ଶୀତ ଅଧିବେଶନରେ କେବଳ ଶୋକ ପ୍ରସ୍ତାବକୁ ଛାଡିଦେଲେ ଅନ୍ୟ ସବୁ ଦିନ ଗୁଡିକରେ ନୀରବ ରହିଛନ୍ତି ନବୀନ। ଗୃହର

ନିୟମିତ ଆସୁଛନ୍ତି, ନୀରବ ରହୁଛନ୍ତି: ବିଧାନସଭାରେ କାହିଁକି ଖୋଲୁନି ନବୀନଙ୍କ ପାଟି?

କନକ ବ୍ୟୁରୋ: ସରକାରକୁ ଘେରିବାକୁ ପ୍ରସଙ୍ଗ ଅନେକ, କିନ୍ତୁ ମୁହଁ ଖୋଲୁ ନାହାନ୍ତି ବିରୋଧୀ ଦଳ ମୁଖିଆ । ନୂଆ ସରକାର ଆସିବା ପରେ ବିଧାନସଭାର ଦୁଇଟି ଅଧିବେଶନ ଗଲାଣି । କିନ୍ତୁ ଶୋକ ପ୍ରସ୍ତାବ ଛାଡିଦେଲେ ଅନ୍ୟ ପ୍ରସଙ୍ଗରେ ନବୀନ ପୂରା ନୀରବ । ବିରୋଧୀ ଦଳ ନେତା ଭାବେ ଗୃହରେ ନବୀନଙ୍କର ଏଭଳି ଆଭିମୁଖ୍ୟକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। 

ମୁଖ୍ୟମନ୍ତ୍ରୀ ଥିବା ସମୟରେ ଅନେକ ପ୍ରସଙ୍ଗରେ ନବୀନ ଚୁପ୍ ରହୁଥିଲେ। ସେତେବେଳେ ଗୃହକୁ ଆସୁନଥିବାରୁ ତତ୍କାଳୀନ ବିରୋଧୀ ବିଜେପି, ନବୀନଙ୍କୁ ଲଣ୍ଠନ ଧରି ଖୋଜୁଥିଲେ । ଏବେ କିନ୍ତୁ ନବୀନ ବିରୋଧୀ ଦଳ ନେତା ଦାୟିତ୍ୱରେ । ତଥାପି ବିଧାନସଭାରେ ନବୀନଙ୍କ ନୀରବ ଅବତାର ସମସ୍ତଙ୍କୁ ଚକିତ କରିଛି । ପୂର୍ବଭଳି ଗୃହରେ ନବୀନଙ୍କ ଅନୁପସ୍ଥିତି କମ ରହୁଛି ସତ କିନ୍ତୁ ବିରୋଧୀ ଦଳ ନେତା ଭାବେ ସରକାରଙ୍କୁ ଶାଣିତ ସ୍ୱରରେ ଯେଉଁଭଳି ଘେରିବା କଥା ସେମିତି କିଛି ଦେଖିବାକୁ ମିଳୁନାହିଁ । ପ୍ରଶ୍ନ ଉଠୁଛି, ସାଢେ ୪ କୋଟି ଓଡ଼ିଆଙ୍କୁ ପରିବାର କହୁଥିବା ନବୀନ ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗରେ କାହିଁକି ଚୁପ୍?

ନବୀନଙ୍କୁ ସୁରକ୍ଷା ଦେବାକୁ ଯାଇ ବିଜେଡି କହିଛି, କଥା କମ କହି କାମ କରିବା ନବୀନଙ୍କ ଷ୍ଟାଇଲ । କାଉଣ୍ଟର କରି ବିଜେପି କହିଛି, ନବୀନଙ୍କ ନୀରବ ଆଭିମୁଖ୍ୟ ଗୃହ ପ୍ରତି ଅସମ୍ମାନ। 

ଚଳିତ ଶୀତ ଅଧିବେଶନରେ କେବଳ ଶୋକ ପ୍ରସ୍ତାବକୁ ଛାଡିଦେଲେ ଅନ୍ୟ ସବୁ ଦିନ ଗୁଡିକରେ ନୀରବ ରହିଛନ୍ତି ନବୀନ। ଗୃହରେ ଦଳର ଅନ୍ୟ ବିଧାୟକ ପ୍ରଶ୍ନ କରୁଛନ୍ତି, କିନ୍ତୁ ନବୀନ କେବଳ ଶ୍ରୋତା ସାଜି ବସୁଛନ୍ତି। ବିରୋଧୀ ଦଳ ନେତା ଭାବେ ବିଧାନସଭା ଅଧିବେଶନରେ ନବୀନଙ୍କର ଅଖଣ୍ଡ କ୍ଷମତା ରହିଛି। ଶୂନ୍ୟକାଳରେ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିବାର ସୁଯୋଗ ରହିଛି। କିନ୍ତୁ ସରକାରକୁ ନାକେଦମ କରିବା ବଦଳରେ ନୀରବ ଅସ୍ତ୍ର ଧାରଣ କରିଛନ୍ତି ନବୀନ। ବିରୋଧୀ ଦଳ ନେତାଙ୍କ ଏଭଳି ଆଭିମୁଖ୍ୟକୁ ନେଇ ବରିଷ୍ଠ ସାମ୍ବାଦିକ ବି ତାଜୁବ। ପ୍ରଶ୍ନ ଉଠୁଛି, ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ତୁଲାଇବାକୁ ଚାହୁଁନାହାନ୍ତି କି ନବୀନ? ନାଁ ରହିଛି କୌଣସି ରାଜନୈତିକ ଚାପ? 

ମୁଖ୍ୟମନ୍ତ୍ରୀ ବେଳେ ନବୀନଙ୍କ ନୀରବତାକୁ ନେଇ ଅନେକଥର ପ୍ରଶ୍ନ ଚିହ୍ନ ଛିଡା ହୋଇଛି। କିନ୍ତୁ ବିରୋଧୀ ଦଳ ନେତା ଭାବେ ଗୃହରେ ନବୀନଙ୍କ ନୀରବତା ଆଗକୁ ବିଜେଡିକୁ ବଳ ଦେବ ନା ଦୁର୍ବଳ କରିବ ତାହା ଏବେ ସବୁଠୁ ବଡ ପ୍ରଶ୍ନ।