ବସ୍ତିରେ ନିଆଁ: ଜଳିଗଲା ୩୦ ଝୁମ୍ପୁଡ଼ି

କୋଲକାତା,୯।୨: କୋଲକାତା ମହାନଗର ଅଧୀନ ନାରକେଲଡାଙ୍ଗା ଅଞ୍ଚଳରେ ଥିବା ଝୁମ୍ପୁଡ଼ି ବସ୍ତିରେ ନିଆଁ ଲାଗିଯାଇଛି। ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନୂ୍ୟନ ୩୦ଝୁମ୍ପୁଡ଼ି ଜଳିଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ୧୭ଟି ଦମକଳକୁ ନିୟୋଜିତ କରାଯାଇଥିଲା। ଅଗ୍ନିକାଣ୍ଡ ଯୋଗୁ ପ୍ରାୟ ୨୦୦ ଲୋକ ବାସହରା ହୋଇଥିବା ବେଳେ ସେମାନଙ୍କୁ ଅସ୍ଥାୟୀ ଆଶ୍ରୟ ଯୋଗାଇ ଦିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ମୃତକ ଜଣକ ହବିବୁଲ୍ଲା ମୋଲ୍ଲା(୬୫) ବୋଲି ଜଣାପଡ଼ିଛି। ପଶ୍ଚିମବଙ୍ଗ ପୌରାଞ୍ଚଳ ବ୍ୟାପାର ମନ୍ତ୍ରୀ ଓ କୋଲକାତା ମେୟର […] The post ବସ୍ତିରେ ନିଆଁ: ଜଳିଗଲା ୩୦ ଝୁମ୍ପୁଡ଼ି appeared first on Dharitri Odia News.

ବସ୍ତିରେ ନିଆଁ: ଜଳିଗଲା ୩୦ ଝୁମ୍ପୁଡ଼ି

କୋଲକାତା,୯।୨: କୋଲକାତା ମହାନଗର ଅଧୀନ ନାରକେଲଡାଙ୍ଗା ଅଞ୍ଚଳରେ ଥିବା ଝୁମ୍ପୁଡ଼ି ବସ୍ତିରେ ନିଆଁ ଲାଗିଯାଇଛି। ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନୂ୍ୟନ ୩୦ଝୁମ୍ପୁଡ଼ି ଜଳିଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ୧୭ଟି ଦମକଳକୁ ନିୟୋଜିତ କରାଯାଇଥିଲା। ଅଗ୍ନିକାଣ୍ଡ ଯୋଗୁ ପ୍ରାୟ ୨୦୦ ଲୋକ ବାସହରା ହୋଇଥିବା ବେଳେ ସେମାନଙ୍କୁ ଅସ୍ଥାୟୀ ଆଶ୍ରୟ ଯୋଗାଇ ଦିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ମୃତକ ଜଣକ ହବିବୁଲ୍ଲା ମୋଲ୍ଲା(୬୫) ବୋଲି ଜଣାପଡ଼ିଛି। ପଶ୍ଚିମବଙ୍ଗ ପୌରାଞ୍ଚଳ ବ୍ୟାପାର ମନ୍ତ୍ରୀ ଓ କୋଲକାତା ମେୟର ଫିର୍‌ହାଦ ହାକିମ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

The post ବସ୍ତିରେ ନିଆଁ: ଜଳିଗଲା ୩୦ ଝୁମ୍ପୁଡ଼ି appeared first on Dharitri Odia News.