କିଛି ଦିନ ବ୍ୟବଧାନରେ ଆରମ୍ଭ ହୋଇଛି ଚୋରି।।

ହାଟଡିହି ଗତକାଲି ବିଳମ୍ବିତ ରାତିରେ ହାଟଡିହି ବ୍ଲକ ଛେନାପଦି ଛକ ସ୍ଥିତ ବିପିନ ବିହାରୀ ସା ଙ୍କ ବାସ ଭବନ ରୁ ଶୁକ୍ରବାର ରାତି କିଛି ଦୂର୍ବୁକ୍ତ ମାନେ ପଶି ସୁନା ଗହଣା ଓ ଟଙ୍କା ନେଇ ଯାଇଥିବା ଦେଖିବାକୁ ମିଳିଛି। ଯାହାକି ସୂଚନା ଅନୁଯାୟୀ ଗତକାଲି ପ୍ରବଳ ଖରା ଯୋଗୁଁ ଦୁହେଁ ସ୍ବାମୀ ସ୍ତ୍ରୀ ଛାତ ଉପରେ ବସିଥିବା ବେଳେ ରାତି ୧୧ ଟା ରୁ ଗୋଟା ଏ ମଧ୍ୟରେ ଚୋର ମାନେ ଘରେ  ପଶି ଚୋରୀ […] The post କିଛି ଦିନ ବ୍ୟବଧାନରେ ଆରମ୍ଭ ହୋଇଛି ଚୋରି।। appeared first on Odisha.News.

କିଛି ଦିନ ବ୍ୟବଧାନରେ ଆରମ୍ଭ ହୋଇଛି ଚୋରି।।

ହାଟଡିହି ଗତକାଲି ବିଳମ୍ବିତ ରାତିରେ ହାଟଡିହି ବ୍ଲକ ଛେନାପଦି ଛକ ସ୍ଥିତ ବିପିନ ବିହାରୀ ସା ଙ୍କ ବାସ ଭବନ ରୁ ଶୁକ୍ରବାର ରାତି କିଛି ଦୂର୍ବୁକ୍ତ ମାନେ ପଶି ସୁନା ଗହଣା ଓ ଟଙ୍କା ନେଇ ଯାଇଥିବା ଦେଖିବାକୁ ମିଳିଛି। ଯାହାକି ସୂଚନା ଅନୁଯାୟୀ ଗତକାଲି ପ୍ରବଳ ଖରା ଯୋଗୁଁ ଦୁହେଁ ସ୍ବାମୀ ସ୍ତ୍ରୀ ଛାତ ଉପରେ ବସିଥିବା ବେଳେ ରାତି ୧୧ ଟା ରୁ ଗୋଟା ଏ ମଧ୍ୟରେ ଚୋର ମାନେ ଘରେ  ପଶି ଚୋରୀ ଆରମ୍ଭ କରିଥିଲେ, ଚୋରି ବେଳେ ଚୋର ପ୍ରଥମେ ଘର ର ଭିତରୁ ପଟୁ କବାଟ ଦେଇ ଚୋରି କରାଯାଇଛି । ଚୋର  ପୂର୍ବରୁ ଯେତେକ ଚୋରି କରିଥିଲେ ଯେପରି ଝରକା କବାଟ ଭାଙ୍ଗି ଲୁହା ଗ୍ରିଲ ତାଡି, ଚୋରି କରନ୍ତି ଠିକ୍ ସେହି ଢଙ୍ଗ ରେ ଝରକା ଭାଙ୍ଗି ଆଲ ମାରି ରୁ ନଗଦ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ସହ ସୁନାହାର ୨ ଟି, ନାକ ଫୁଲ ୫ ଟି, କାନଫୁଲ ୪ ହଳ, ରୂପା ପାଉଁଯ ଦୁଇ ହଳ ପାଖାପାଖି ଦଶ ଭରି ରୁ ଉର୍ଦ୍ଧ୍ବ ହେବ ସୁନା  ଓ ରୂପା ନେଇଥିବା ବେଳେ ବିପିନି ସା ଙ୍କ ପତ୍ନୀ ରଶ୍ମିତା ସା ସୂଚନା ଦେଇଥିଲେ।  ଏନେଇ ନନ୍ଦିପଦା ଥାନା ପୁଲିସ ଏକ ମାମଲା ରୁଜୁ କରିଛନ୍ତି। ଏହା  ପରେ  ନନ୍ଦିପଦା ପୁଲିସ ତତ୍ପରତା ଆରମ୍ଭ କରିଛି ପ୍ରଥମେ ପଡୋଶୀ ଲୋକ ଙ୍କ ଘରେ  ଲାଗିଥିବା ସିସି ଟିଭି ଗୁଡ଼ିକ ଯାଞ୍ଚ ଜାରି ରଖିଛି। ତାହା ସହ ଦିନ କୁ ଦିନ ଅଞ୍ଚଳ ରେ ଚୋରି ବଢ଼ୁ ଥିବାରୁ ପୋଲିସ ର ନିଷ୍କ୍ରିୟତା ଲୋକଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି ହେଉଛି। ଏବେ ଅପେକ୍ଷା ଏପରି ଅନେକ ଚୋରି  ଏହି ଅଞ୍ଚଳ ରେ କିଛି ଦିନ ବ୍ୟବଧାନ ଭିତରେ ହୋଇଥିବାରୁ  ପୁଲିସ କାହାରିକୁ  ଧରି ପାରୁନାହିଁ ଫଳରେ ପୁଲିସ ର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଛି।  ପୁଲିସ ଚୋର ଙ୍କୁ ଧରୁଛି ନା କେବଳ ମାମଲା ରେ କଥା ସୀମିତ ରଖୁଛି ତାଙ୍କୁ ହିଁ ଅପେକ୍ଷା।

The post କିଛି ଦିନ ବ୍ୟବଧାନରେ ଆରମ୍ଭ ହୋଇଛି ଚୋରି।। appeared first on Odisha.News.