ମୁସଲମାନ୍ ବୋଲି ଲୋକେ ଆତଙ୍କବାଦୀ ଭାବନ୍ତି, ଲକି ଅଲିଙ୍କ ପୋଷ୍ଟକୁ ନେଇ ବଢୁଛି ଚର୍ଚ୍ଚା…
ବମ୍ବେ: ବଲିଉଡ୍ ଗାୟକ ଲକି ଅଲିଙ୍କୁ କିଏ ବା ନଜାଣେ। ସେ ନିଜର ସ୍ବରର ଯାଦୁଗରୀରେ ଶ୍ରୋତାଙ୍କୁ ବାନ୍ଧି ରଖନ୍ତି। ଆଜି ବି ତାଙ୍କ ଗୀତ ସତେଜ ରହିଛି, ଆଖି ଓଦା କରୁଛି। ହେଲେ ଏବେ ସୋସିଆଲ ମିଡିଆରେ ସେ ନିଜର ଦୁଃଖ ପ୍ରକାଶ କରି ଚର୍ଚ୍ଚାରେ। ଗାୟକଜଣଙ୍କ ଟୁଇଟରରେ ପୋଷ୍ଟ କରି ଲେଖିଛନ୍ତି, ଆଜିକାଲି ଦୁନିଆରେ ମୁସଲମାନ ହେବା ଏକ ଏକୁଟିଆପଣ ଅଟେ। ଆପଣଙ୍କ ବନ୍ଧୁ ହାତ ଛାଡ଼ିଦେବେ। ଦୁନିଆ ଆପଣଙ୍କୁ ଆତଙ୍କବାଦୀ କହିବ। ଏଭଳି […] The post ମୁସଲମାନ୍ ବୋଲି ଲୋକେ ଆତଙ୍କବାଦୀ ଭାବନ୍ତି, ଲକି ଅଲିଙ୍କ ପୋଷ୍ଟକୁ ନେଇ ବଢୁଛି ଚର୍ଚ୍ଚା… appeared first on Dharitri Odia News.
ବମ୍ବେ: ବଲିଉଡ୍ ଗାୟକ ଲକି ଅଲିଙ୍କୁ କିଏ ବା ନଜାଣେ। ସେ ନିଜର ସ୍ବରର ଯାଦୁଗରୀରେ ଶ୍ରୋତାଙ୍କୁ ବାନ୍ଧି ରଖନ୍ତି। ଆଜି ବି ତାଙ୍କ ଗୀତ ସତେଜ ରହିଛି, ଆଖି ଓଦା କରୁଛି। ହେଲେ ଏବେ ସୋସିଆଲ ମିଡିଆରେ ସେ ନିଜର ଦୁଃଖ ପ୍ରକାଶ କରି ଚର୍ଚ୍ଚାରେ।
ଗାୟକଜଣଙ୍କ ଟୁଇଟରରେ ପୋଷ୍ଟ କରି ଲେଖିଛନ୍ତି, ଆଜିକାଲି ଦୁନିଆରେ ମୁସଲମାନ ହେବା ଏକ ଏକୁଟିଆପଣ ଅଟେ। ଆପଣଙ୍କ ବନ୍ଧୁ ହାତ ଛାଡ଼ିଦେବେ। ଦୁନିଆ ଆପଣଙ୍କୁ ଆତଙ୍କବାଦୀ କହିବ।
ଏଭଳି ପୋଷ୍ଟକୁ ନେଇ ଲକିଙ୍କ ପ୍ରଶଂସକ ଦୁଃଖପ୍ରକାଶ କରୁଛନ୍ତି। ଏପରିକି ସେମାନେ ତାଙ୍କ ସହ ରହିଛନ୍ତି ବୋଲି କହିବା ସହ ପୋଷ୍ଟଟିର ପ୍ରାସଙ୍ଗିକ କ’ଣ ସେନେଇ ପ୍ରଶ୍ନ ପଚାରୁଥିବା ଦେଖାଯାଇଛି।
କହିରଖୁଛୁ, ଲକି ଅଲି ଭେଟେରାନ ଅଭିନେତା ମହମୁଦଙ୍କ ପୁଅ। ସେ ନବେ ଏବଂ ୨୦୦୦ ଦଶକରେ ଅନେକ ହିଟ୍ ଗୀତ ଭେଟି ଦେଇଛନ୍ତି। ୨୦୦୦ରେ ଫିଲ୍ମ ‘କାଣ୍ଟେ’ ପାଇଁ ପ୍ରଶଂସା କରାଯାଇଥିଲା।
The post ମୁସଲମାନ୍ ବୋଲି ଲୋକେ ଆତଙ୍କବାଦୀ ଭାବନ୍ତି, ଲକି ଅଲିଙ୍କ ପୋଷ୍ଟକୁ ନେଇ ବଢୁଛି ଚର୍ଚ୍ଚା… appeared first on Dharitri Odia News.