୪୦୦ ପାର୍‌ରେ ହିମାଚଳର ୪ଟି ସିଟ୍‌ ବି ସାମିଲ ହେବ: କଙ୍ଗନା

ଅଭିନେତ୍ରୀ କଙ୍ଗନା ରାନାୱତ ମଣ୍ଡିର ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି।

୪୦୦ ପାର୍‌ରେ ହିମାଚଳର ୪ଟି ସିଟ୍‌ ବି ସାମିଲ ହେବ: କଙ୍ଗନା

ଦେଶର ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ମତଦାନ ଜାରି ରହିଛି। ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ତଥା ଅଭିନେତ୍ରୀ କଙ୍ଗନା ରାନାୱତ ମଣ୍ଡିର ସରକାଘାଟ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି। କଂଗ୍ରେସ ଏହି ଲୋକସଭା ଆସନରୁ ବିକ୍ରମାଦିତ୍ୟ ସିଂଙ୍କୁ ପ୍ରାର୍ଥୀ କରିଛି।

ଭୋଟ୍ ଦେବା ପରେ କଙ୍ଗନା ରାନାୱତ କହିଛନ୍ତି ଯେ ମୁଁ ଗଣତନ୍ତ୍ରର ପର୍ବରେ ଭାଗ ନେବାକୁ ଏବଂ ସେମାନଙ୍କର ଭୋଟ୍ ଦେବାର ଅଧିକାରକୁ ସାବ୍ୟସ୍ତ କରିବାକୁ ଲୋକଙ୍କୁ ନିବେଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଲହର ଦେଶରେ ଜାରି ରହିବା। ସେ ଚଳିତ ଥର ପ୍ରାୟ ୨୦୦ ରାଲି କରିଛନ୍ତି। ଏଥିର ୪୦୦ ପାର୍‌ରେ ହିମାଚଳର ୪ଟି ସିଟ୍‌ ମଧ୍ୟ ସାମିଲ ଅଛି। ମୋତେ ନିଶ୍ଚିତ ରୂପେ ଏଠାରୁ ଲୋକଙ୍କ ଆଶୀର୍ବାଦ ମିଳିବ।

କହିରଖୁ ଯେ, ଅଭିନେତ୍ରୀରୁ କଙ୍ଗନା ରଣାଓ୍ୱତ ରାଜନୀତୀରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତାଙ୍କୁ ଏଥିର ବିଜେପି ହିମାଚଳର ମଣ୍ଡି ଆସନରୁ ପ୍ରାର୍ଥୀ କରିଛି। ସେପଟେ ତାଙ୍କୁ ଟକ୍କର ଦେବା ପାଇଁ ଏହି ଲୋକସଭା ଆସନରୁ କଂଗ୍ରେସ ବିକ୍ରମାଦିତ୍ୟ ସିଂହଙ୍କୁ ପ୍ରାର୍ଥୀ କରିଛି।