ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇବେ ନାହିଁ ପୁଟିନ୍‌

ଓ୍ବାଶିଂଟନ/ମସ୍କୋ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ବିଜେତା ହୋଇଛନ୍ତି। ରିପବ୍ଲିକାନ୍‌ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ବିଜେତା ହୋଇଛନ୍ତି। ରିପବ୍ଲିକାନ ପ୍ରାର୍ଥୀ ଟ୍ରମ୍ପଙ୍କୁ ୨୭୭ ଇଲେକ୍ଟୋରାଲ ଭୋଟ୍‌ ମିଳିଥିବା ବେଳେ ଡେମୋକ୍ରେଟିକ୍‌ ପ୍ରାର୍ଥୀ କମଲା ହାରିସ ବହୁମତରୁ ପଛରେ ରହିଯାଇଛନ୍ତି। ତେବେ ଏହି ବିଜୟ ପରେ ଟ୍ରମ୍ପଙ୍କ ନିକଟକୁ ବିଶ୍ୱନେତାଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି। ଏସବୁ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଏବେ ଅଭିନନ୍ଦନ ଜଣାଇବେ ନାହିଁ ବୋଲି କହିଛନ୍ତି। ପ୍ରଥମେ ସେ ଟ୍ରମ୍ପଙ୍କ ନୀତି […] The post ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇବେ ନାହିଁ ପୁଟିନ୍‌ appeared first on Dharitri Odia News.

ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇବେ ନାହିଁ ପୁଟିନ୍‌

ଓ୍ବାଶିଂଟନ/ମସ୍କୋ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ବିଜେତା ହୋଇଛନ୍ତି। ରିପବ୍ଲିକାନ୍‌ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ବିଜେତା ହୋଇଛନ୍ତି। ରିପବ୍ଲିକାନ ପ୍ରାର୍ଥୀ ଟ୍ରମ୍ପଙ୍କୁ ୨୭୭ ଇଲେକ୍ଟୋରାଲ ଭୋଟ୍‌ ମିଳିଥିବା ବେଳେ ଡେମୋକ୍ରେଟିକ୍‌ ପ୍ରାର୍ଥୀ କମଲା ହାରିସ ବହୁମତରୁ ପଛରେ ରହିଯାଇଛନ୍ତି। ତେବେ ଏହି ବିଜୟ ପରେ ଟ୍ରମ୍ପଙ୍କ ନିକଟକୁ ବିଶ୍ୱନେତାଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି। ଏସବୁ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଏବେ ଅଭିନନ୍ଦନ ଜଣାଇବେ ନାହିଁ ବୋଲି କହିଛନ୍ତି। ପ୍ରଥମେ ସେ ଟ୍ରମ୍ପଙ୍କ ନୀତି ଏବଂ ତାଙ୍କ କାମକୁ ଦେଖିବେ ବୋଲି ଜଣାଇଛନ୍ତି।

ଅପରପକ୍ଷେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଟ୍ରମ୍ପଙ୍କ ବିଜୟକୁ ନେଇ ଖୁସିବ୍ୟକ୍ତ କରିଛନ୍ତି। ଏହି ବିଜୟ ପ୍ରଭାବଶାଳୀ ହୋଇଥିବା ବେଳେ ଟ୍ରମ୍ପଙ୍କ କାର୍ଯ୍ୟକାଳ ସମୟରେ ୟୁକ୍ରେନରେ ନ୍ୟାୟପୂର୍ଣ୍ଣ ଶାନ୍ତି ସ୍ଥାପନର ରାସ୍ତା ପାଖେଇ ଆସିବ ବୋଲି ସେ କହିଛନ୍ତି।

ତାଜା ଅପ୍‌ଡେଟ୍‌ ମୁତାବକ ଡୋନାଲ୍ଡ ଟ୍ରମ୍ପଙ୍କ ଦଳ ଏବେ ୨୭୯ ଇଲେକ୍ଟୋରାଲ ଭୋଟ୍‌ ସହ ବହୁମତ ହାସଲ କରିଛି। ଅପରପକ୍ଷେ କମଲା ହାରିସ ମାତ୍ର ୨୨୩ ଭୋଟ୍‌ ପାଇଛନ୍ତି।

ସୂଚନାଯୋଗ୍ୟ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପୋଷ୍ଟ କରି କହିଛନ୍ତି, ଐତିହାସିକ ବିଜୟ ପାଇଁ ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା। ମୁଁ ଭାରତ-ଆମେରିକାର ବିସ୍ତୃତ ଗ୍ଲୋବାଲ ଏବଂ ଷ୍ଟ୍ରାଟେଜିକ ଭାଗିଦାରୀକୁ ଆହୁରି ମଜବୁତ କରିବାକୁ ଆମର ସହଯୋଗକୁ ନବୀକରଣ କରିବାକୁ ଅପେକ୍ଷା କରିଛି । ଆସନ୍ତୁ ମିଶି ଆମ ଲୋକଙ୍କ କଲ୍ୟାଣ ପାଇଁ ଏବଂ ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧତା ପାଇଁ ଏକତ୍ର କାର୍ଯ୍ୟ କରିବା।

The post ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇବେ ନାହିଁ ପୁଟିନ୍‌ appeared first on Dharitri Odia News.