ଦିଲ୍ଲୀରେ କୁହୁଡ଼ି: ୪୭୦ ବିମାନ ବିଳମ୍ବିତ

ନୂଆଦିଲ୍ଲୀ,୪।୧: ଉତ୍ତର ଭାରତ ସମେତ ଜାତୀୟ ରାଜଧାନୀରେ ପ୍ରବଳ ଶୀତ ଲହର ଜାରି ରହିଛି। ଏହା ସାଙ୍ଗକୁ ଘନ କୁହୁଡ଼ି ଯୋଗୁ ଶୁକ୍ରବାର ସକାଳେ ଦିଲ୍ଲୀ ବିମାନବନ୍ଦରରେ ୪୭୦ ବିମାନ ବିଳମ୍ବିତ ହୋଇଛି। ପ୍ରବଳ କୁହୁଡ଼ି ଯୋଗୁ ଦୂର ସ୍ଥାନ ଦୃଶ୍ୟ ହୋଇ ନ ଥିଲା। ଦିଲ୍ଲୀ ଏୟାରପୋର୍ଟରେ ସ୍ପାଇସ୍‌ଜେଟ, ଇଣ୍ଡିଗୋ ଏବଂ ଏୟାରଇଣ୍ଡିଆର ବିମାନଗୁଡ଼ିକ ପ୍ରଭାବିତ ହୋଇଛି। ଉତ୍ତର ଭାରତର ବିଭିନ୍ନ ସହରକୁ ଟ୍ରେନ୍‌ ଚଳାଚଳ ମଧ୍ୟ ବ୍ୟାହତ ହୋଇଛି। ଦୃଶ୍ୟମାନ ସ୍ଥିତି ଶୂନକୁ ଖସିଯିବାରୁ […] The post ଦିଲ୍ଲୀରେ କୁହୁଡ଼ି: ୪୭୦ ବିମାନ ବିଳମ୍ବିତ appeared first on Dharitri Odia News.

ଦିଲ୍ଲୀରେ କୁହୁଡ଼ି: ୪୭୦ ବିମାନ ବିଳମ୍ବିତ

ନୂଆଦିଲ୍ଲୀ,୪।୧: ଉତ୍ତର ଭାରତ ସମେତ ଜାତୀୟ ରାଜଧାନୀରେ ପ୍ରବଳ ଶୀତ ଲହର ଜାରି ରହିଛି। ଏହା ସାଙ୍ଗକୁ ଘନ କୁହୁଡ଼ି ଯୋଗୁ ଶୁକ୍ରବାର ସକାଳେ ଦିଲ୍ଲୀ ବିମାନବନ୍ଦରରେ ୪୭୦ ବିମାନ ବିଳମ୍ବିତ ହୋଇଛି। ପ୍ରବଳ କୁହୁଡ଼ି ଯୋଗୁ ଦୂର ସ୍ଥାନ ଦୃଶ୍ୟ ହୋଇ ନ ଥିଲା। ଦିଲ୍ଲୀ ଏୟାରପୋର୍ଟରେ ସ୍ପାଇସ୍‌ଜେଟ, ଇଣ୍ଡିଗୋ ଏବଂ ଏୟାରଇଣ୍ଡିଆର ବିମାନଗୁଡ଼ିକ ପ୍ରଭାବିତ ହୋଇଛି। ଉତ୍ତର ଭାରତର ବିଭିନ୍ନ ସହରକୁ ଟ୍ରେନ୍‌ ଚଳାଚଳ ମଧ୍ୟ ବ୍ୟାହତ ହୋଇଛି। ଦୃଶ୍ୟମାନ ସ୍ଥିତି ଶୂନକୁ ଖସିଯିବାରୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଉଡ଼ାଣ ଓ ଅବତରଣରେ ବିଳମ୍ବ ହୋଇଥିଲା। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରା ୧୬ ଡିଗ୍ରୀ ଏବଂ ସର୍ବନିମ୍ନ ୭.୬ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି। ୮ ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗିରହିବ ବୋଲି ପୂର୍ବାନୁମାନ କରାଯାଇଛି। ତେଣୁ ଯାତ୍ରୀମାନେ ସଂଶୋଧିତ ବିମାନ ଉଡ଼ାଣ ତଥ୍ୟ ପାଇବା ପାଇଁ ଏୟାରଲାଇନ୍ସ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଯାତ୍ରୀମାନଙ୍କ ଅସୁବିଧା ପାଇଁ ଦିଲ୍ଲୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ଲିଃ ଗଭୀର ଦୁଃଖପ୍ରକାଶ କରିଛି।

The post ଦିଲ୍ଲୀରେ କୁହୁଡ଼ି: ୪୭୦ ବିମାନ ବିଳମ୍ବିତ appeared first on Dharitri Odia News.