ତୃତୀୟ ବିଶ୍ୱଯୁଦ୍ଧ ନେଇ ପୂର୍ବାନୁମାନ, ସୋସିଆଲ ମିଡିଆରେ ଟ୍ରେଣ୍ଡ କଲା world war-3

ନୂଆଦିଲ୍ଲୀ ୦୨/୧୦: ମଧ୍ୟପ୍ରାଚ୍ୟରେ ଘନେଇଛି ଯୁଦ୍ଧ ପରିସ୍ଥିତି । ଇସ୍ରାଏଲରେ ହମଲା ପରେ ବିଶ୍ୱରେ ଆତଙ୍କ ।  ଘନ ଘନ ମିସାଇଲ୍ ମାଡ଼ । ଜାଫା ସୀମାରେ ଥିବା ଜନବସତି ଓ ସେନା ବେସ୍ ନିକଟରେ ଆକ୍ରମଣ । ଇସ୍ରାଏଲ୍ ଆକାଶରେ ମୃତ୍ୟୁର ତାଣ୍ଡବ ରଚିଛି ଇରାନ। ଏକାଥରେ 200ରୁ ଅଧିକ ଆଟାକ୍ । ବର୍ତ୍ତିନାହାଁନ୍ତି ସାଧାରଣ ଲୋକ । କାରଣ ଘର ସହ ଏକାଧିକ ଏୟାର୍ ଷ୍ଟ୍ରିପ୍ ଉପରେ ହମଲା । ଅନେକ ମୃତାହତ ସହ ବ୍ୟାପକ କ୍ଷୟକ୍ଷତି । ଏପରିକି ତେଲ ଅଭିବ୍‌ରେ ଆତତାୟୀଙ୍କ ଆଖିବୁଜା ଗୁଳିମାଡରେ ଯାଇଛି ଜୀବନ । ସେପଟେ ମୁହଁ ତୋଡ ଜବାବ ଦେବାକୁ ତୟାର ନେତାନ୍ୟାହୁ । ନିଜ ସେନାଙ୍କୁ ଆଲର୍ଟ ରହିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ । ଆଉ ଏପଟେ ସଜାଗ ହେଲେଣି ବାଇଡେନ୍ । ଆକାଶରେ ମିସାଇଲ୍ ଦେଖିଲେ ତୁରନ୍ତ ଖସାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ଏସବୁ ଭିତରେ ବିଶ୍ୱରେ ଦାନା ବାନ୍ଧିଛି WORLD_WAR-3 ଟ୍ରେଣ୍ଡ । ଇରାନ ରକେଟ୍ରୁ ବର୍ତ୍ତିବାକୁ ଇସ୍ରାଏଲରେ ଆଲର୍ଟ । ସାଧାରଣ ନାଗରିଙ୍କ ପାଇଁ ଜାରି ହୋଇଛି ସତର୍କ ଘଣ୍ଟି । ଇରାନ ବଡ଼ ଭୁଲ କରିଛି ବୋଲି ଚେତାଇଛନ୍ତି ନେତାନ୍ୟାହୁ । ଏହାର ପରିଣାମ ସାଂଘାତିକ ହେବା ନେଇ ଓପନ ଫୋରମରେ ଚ୍ୟାଲେଞ୍ଜ ଦେଇଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ । ନେତାନ୍ୟାହୁ କହିଛନ୍ତି ଯେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ବିଫଳ ହୋଇଛି।ଇସ୍ରାଏଲର ମିସାଇଲ୍‌ ଏୟାର ଡିଫେନ୍ସ ପ୍ରଣାଳୀ ହେଉଛି ବିଶ୍ୱ

ତୃତୀୟ ବିଶ୍ୱଯୁଦ୍ଧ ନେଇ ପୂର୍ବାନୁମାନ, ସୋସିଆଲ ମିଡିଆରେ ଟ୍ରେଣ୍ଡ କଲା world war-3

ନୂଆଦିଲ୍ଲୀ ୦୨/୧୦: ମଧ୍ୟପ୍ରାଚ୍ୟରେ ଘନେଇଛି ଯୁଦ୍ଧ ପରିସ୍ଥିତି । ଇସ୍ରାଏଲରେ ହମଲା ପରେ ବିଶ୍ୱରେ ଆତଙ୍କ ।  ଘନ ଘନ ମିସାଇଲ୍ ମାଡ଼ । ଜାଫା ସୀମାରେ ଥିବା ଜନବସତି ଓ ସେନା ବେସ୍ ନିକଟରେ ଆକ୍ରମଣ । ଇସ୍ରାଏଲ୍ ଆକାଶରେ ମୃତ୍ୟୁର ତାଣ୍ଡବ ରଚିଛି ଇରାନ। ଏକାଥରେ 200ରୁ ଅଧିକ ଆଟାକ୍ । ବର୍ତ୍ତିନାହାଁନ୍ତି ସାଧାରଣ ଲୋକ । କାରଣ ଘର ସହ ଏକାଧିକ ଏୟାର୍ ଷ୍ଟ୍ରିପ୍ ଉପରେ ହମଲା । 

ଅନେକ ମୃତାହତ ସହ ବ୍ୟାପକ କ୍ଷୟକ୍ଷତି । ଏପରିକି ତେଲ ଅଭିବ୍ରେ ଆତତାୟୀଙ୍କ ଆଖିବୁଜା ଗୁଳିମାଡରେ ଯାଇଛି ଜୀବନ । ସେପଟେ ମୁହଁ ତୋଡ ଜବାବ ଦେବାକୁ ତୟାର ନେତାନ୍ୟାହୁ । ନିଜ ସେନାଙ୍କୁ ଆଲର୍ଟ ରହିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ । ଆଉ ଏପଟେ ସଜାଗ ହେଲେଣି ବାଇଡେନ୍ । ଆକାଶରେ ମିସାଇଲ୍ ଦେଖିଲେ ତୁରନ୍ତ ଖସାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ଏସବୁ ଭିତରେ ବିଶ୍ୱରେ ଦାନା ବାନ୍ଧିଛି WORLD_WAR-3 ଟ୍ରେଣ୍ଡ । 

ଇରାନ ରକେଟ୍ରୁ ବର୍ତ୍ତିବାକୁ ଇସ୍ରାଏଲରେ ଆଲର୍ଟ । ସାଧାରଣ ନାଗରିଙ୍କ ପାଇଁ ଜାରି ହୋଇଛି ସତର୍କ ଘଣ୍ଟି । ଇରାନ ବଡ଼ ଭୁଲ କରିଛି ବୋଲି ଚେତାଇଛନ୍ତି ନେତାନ୍ୟାହୁ । ଏହାର ପରିଣାମ ସାଂଘାତିକ ହେବା ନେଇ ଓପନ ଫୋରମରେ ଚ୍ୟାଲେଞ୍ଜ ଦେଇଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ । ନେତାନ୍ୟାହୁ କହିଛନ୍ତି ଯେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ବିଫଳ ହୋଇଛି।


ଇସ୍ରାଏଲର ମିସାଇଲ୍‌ ଏୟାର ଡିଫେନ୍ସ ପ୍ରଣାଳୀ ହେଉଛି ବିଶ୍ୱର ସବୁଠାରୁ ଉନ୍ନତଏହା ଦ୍ୱାରା ହିଁ ଇରାନର ଆକ୍ରମଣକୁ ବିଫଳ କରାଯାଇଛି। ଏହାସହ ଇସ୍ରାଏଲରେ ଅବସ୍ଥାପିତ ଭାରତୀୟଙ୍କୁ ସତର୍କ ଓ ସୁରକ୍ଷିତ ରହିବାକୁ ଦିଆଯାଇଛି ପରାମର୍ଶ । ଦରକାର ନଥିଲେ ଘରୁ ନବହାରିବାକୁ ଜାରି ହୋଇଛି ଆଡଭାଇଜରୀ । କୌଣସି ପ୍ରକାର ସମସ୍ୟା ହେଲେ ହେଲପଲାଇନ୍ ଜରିଆରେ ସୂଚନା ଦେବାକୁ ଭାରତୀୟ ଦୂତାବାସ ସ୍ପଷ୍ଟ କରିଛି । 

ସେପଟେ ପ୍ରତିକ୍ରିୟା ରଖିଛି ଇରାନ୍‌ । ଜଣେ ଅଧିକାରୀ କହିଛନ୍ତିଯଦି ଇସ୍ରାଏଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେତେବେ ଏହାର କଡ଼ା ଜବାବ ଦିଆଯିବ। ମିଳିତ ଜାତିସଂଘରେ ଇରାନ କହିଛି ଯେ ଯଦି ଇସ୍ରାଏଲ ଏହାର ଜବାବ ଦିଅନ୍ତିତେବେ ଆମେ ବିନାଶକାରୀ ଢ଼ଙ୍ଗରେ ଜବାବ ଦେବୁ। ସେହିଭଳି ଇସ୍ରାଏଲକୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ ଜଣାଇଛି ଆମେରିକା। 

ସାମରିକଆର୍ଥିକ ଏବଂ ଅନ୍ୟ ସବୁ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇବା ନେଇ ଆଶ୍ବସ୍ତ କରିଛନ୍ତି ରାଷ୍ଟ୍ରପତି ବାଇଡେନ୍ । ବାଇଡେନ୍ କହିଛନ୍ତି ଇସ୍ରାଏଲ୍ ଆକାଶରେ ଇରାନ ମିଶାଇଲ ଦେଖିଲେ ତୁରନ୍ତ ଖସାଅ। ଆମେରିକା ସେନାକୁ କିଛି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍। ଆମେରିକା ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ୱାର୍ ରୁମରେ ଘନ ଘନ ମିଟିଂ । 

ସ୍ଥିତି ଏମତି ହୋଇଛି ବିଶ୍ୱରେ ଦାନା ବାନ୍ଧିଛି WORLD_WAR-3 ଟ୍ରେଣ୍ଡ  ଲୋକେ କହୁଛନ୍ତି ବୋଧେ ତୃତୀୟ ବିଶ୍ୱ ଯୁଦ୍ଧ ମୁହାଁ ବିଶ୍ୱ  ଆଉ ଯଦି ବିଶ୍ୱଯୁଦ୍ଧ ହୁଏ ତେବେ କଣ ହେବ ପରିସ୍ଥିତି  କିଭଳି ଅବସ୍ଥା ଭୋଗିବେ ଲୋକେ  କାରଣ ଏବେଠୁ ତୈଳ ଦରରେ ପଡିଲାଣି ପ୍ରଭାବ  ଆଗକୁ କଣ ହେବ ତାକୁ ନେଇ ବିଶେଷଜ୍ଞ ଚିନ୍ତା ବ୍ୟକ୍ତ କଲେଣି