ହାଇଦ୍ରାବାଦରେ ଗଞ୍ଜା ଚକୋଲେଟ୍ ବିକୁଥିବା ଓଡ଼ିଆ ଯୁବକ ଗିରଫ
ହାଇଦ୍ରାବାଦ,୨୫।୨:ହାଇଦ୍ରାବାଦରେ ଗଞ୍ଜା ଚକୋଲେଟ୍ ବିକ୍ରି କରୁଥିବା ଓଡ଼ିଶାର ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଅନନ୍ତ କୁମାର ବାରାକ ନାମକ ଏହି ଯୁବକ ହାଇଦ୍ରାବାଦ ଉପକଣ୍ଠ ବାଲାନଗର ଅଞ୍ଚଳରେ ଗଞ୍ଜେଇରୁ ତିଆରି ଚକୋଲେଟ୍ ବିକୁଥିବାବେଳେ ଧରାପଡ଼ିଥିଲେ। ପୋଲିସ ତାଙ୍କ ଦୋକାନରୁ ୧୪୦ଟି ଗଞ୍ଜା ଚକୋଲେଟ୍ ଜବତ କରିଛି। ସେ ଶ୍ରମିକ ଏବଂ ଛାତ୍ରମାନଙ୍କୁ ଏହି ଚକୋଲେଟ୍ ବିକୁଥିଲେ ବୋଲି ସ୍ବୀକାର କରିଛନ୍ତି। ୧୪% ଗଞ୍ଜେଇ ପତ୍ର ଅର୍କ ରହିଥିବା ୫ ଗ୍ରାମର ଏହି ଚକୋଲେଟ୍ ୨୦ ଟଙ୍କା […] The post ହାଇଦ୍ରାବାଦରେ ଗଞ୍ଜା ଚକୋଲେଟ୍ ବିକୁଥିବା ଓଡ଼ିଆ ଯୁବକ ଗିରଫ appeared first on Dharitri Odia News.
ହାଇଦ୍ରାବାଦ,୨୫।୨:ହାଇଦ୍ରାବାଦରେ ଗଞ୍ଜା ଚକୋଲେଟ୍ ବିକ୍ରି କରୁଥିବା ଓଡ଼ିଶାର ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଅନନ୍ତ କୁମାର ବାରାକ ନାମକ ଏହି ଯୁବକ ହାଇଦ୍ରାବାଦ ଉପକଣ୍ଠ ବାଲାନଗର ଅଞ୍ଚଳରେ ଗଞ୍ଜେଇରୁ ତିଆରି ଚକୋଲେଟ୍ ବିକୁଥିବାବେଳେ ଧରାପଡ଼ିଥିଲେ। ପୋଲିସ ତାଙ୍କ ଦୋକାନରୁ ୧୪୦ଟି ଗଞ୍ଜା ଚକୋଲେଟ୍ ଜବତ କରିଛି। ସେ ଶ୍ରମିକ ଏବଂ ଛାତ୍ରମାନଙ୍କୁ ଏହି ଚକୋଲେଟ୍ ବିକୁଥିଲେ ବୋଲି ସ୍ବୀକାର କରିଛନ୍ତି। ୧୪% ଗଞ୍ଜେଇ ପତ୍ର ଅର୍କ ରହିଥିବା ୫ ଗ୍ରାମର ଏହି ଚକୋଲେଟ୍ ୨୦ ଟଙ୍କା ଦରରେ ବିକ୍ରି ହେଉଥିଲା। ପୂର୍ବରୁ ବାଲେଶ୍ୱରର ଜଣେ ଶ୍ରମିକ କୋକାପେଟ୍ରେ ଗଞ୍ଜା ଚକୋଲେଟ୍ ବିକ୍ରି କରି ଧରିପଡ଼ିଥିଲେ।
The post ହାଇଦ୍ରାବାଦରେ ଗଞ୍ଜା ଚକୋଲେଟ୍ ବିକୁଥିବା ଓଡ଼ିଆ ଯୁବକ ଗିରଫ appeared first on Dharitri Odia News.