ତିରୁପତି ଗସ୍ତ ବାତିଲକୁ ନେଇ ଚନ୍ଦ୍ରବାବୁ-ଜଗନ ମୁହଁାମୁହିଁ
ଅମରାବତୀ,୨୮ା୯(ପି.ଟି.): ଓ୍ବାଇଏସ୍ଆର୍ସିପି ମୁଖ୍ୟ ଓ୍ବାଇ.ଏସ୍. ଜଗନମୋହନ ରେଡ୍ଡୀଙ୍କୁ ନିଜ ଧର୍ମ ଷୋଷଣା କରିବାକୁ କୁହାଯିବାରୁ ସେ ତାଙ୍କର ତିରୁପତି ଭେଙ୍କଟେଶ୍ୱର ମନ୍ଦିର ଗସ୍ତ କାର୍ଯ୍ୟକ୍ରମକୁ ଶୁକ୍ରବାର ବାତିଲ କରିଥିଲେ। ସେ ଟିଡିପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମନ୍ଦିର ଦର୍ଶନରେ ରାଜନୈତିକ ଦଳ ପ୍ରତିବନ୍ଧକ ସୃଷ୍ଟି କରିବା ସେ କେବେ ଦେଖି ନ ଥିବା କହିଥିଲେ। ଅନ୍ୟପକ୍ଷରେ ବିରୋଧୀ ନେତାଙ୍କ ମନ୍ଦିର ଦର୍ଶନରେ ସରକାର ପ୍ରତିବନ୍ଧକ ସୃଷ୍ଟି କରିବା ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଖଣ୍ଡନ […] The post ତିରୁପତି ଗସ୍ତ ବାତିଲକୁ ନେଇ ଚନ୍ଦ୍ରବାବୁ-ଜଗନ ମୁହଁାମୁହିଁ appeared first on Dharitri Odia News.
ଅମରାବତୀ,୨୮ା୯(ପି.ଟି.): ଓ୍ବାଇଏସ୍ଆର୍ସିପି ମୁଖ୍ୟ ଓ୍ବାଇ.ଏସ୍. ଜଗନମୋହନ ରେଡ୍ଡୀଙ୍କୁ ନିଜ ଧର୍ମ ଷୋଷଣା କରିବାକୁ କୁହାଯିବାରୁ ସେ ତାଙ୍କର ତିରୁପତି ଭେଙ୍କଟେଶ୍ୱର ମନ୍ଦିର ଗସ୍ତ କାର୍ଯ୍ୟକ୍ରମକୁ ଶୁକ୍ରବାର ବାତିଲ କରିଥିଲେ। ସେ ଟିଡିପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମନ୍ଦିର ଦର୍ଶନରେ ରାଜନୈତିକ ଦଳ ପ୍ରତିବନ୍ଧକ ସୃଷ୍ଟି କରିବା ସେ କେବେ ଦେଖି ନ ଥିବା କହିଥିଲେ। ଅନ୍ୟପକ୍ଷରେ ବିରୋଧୀ ନେତାଙ୍କ ମନ୍ଦିର ଦର୍ଶନରେ ସରକାର ପ୍ରତିବନ୍ଧକ ସୃଷ୍ଟି କରିବା ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଖଣ୍ଡନ କରିଛନ୍ତି। ମନ୍ଦିର ଗସ୍ତ ବନ୍ଦ ପାଇଁ ସରକାର ଯଦି ନୋଟିସ୍ ପଠାଇଥିଲେ, ତେବେ ଜଗନ ତାହା ଗଣମାଧ୍ୟମକୁ ଦେଖାନ୍ତୁ ବୋଲି ଚନ୍ଦ୍ରବାବୁ କହିଛନ୍ତି।
ଧର୍ମ ଘୋଷଣା ଦାବି ଜୋର୍ ଧରିବାରୁ ଜଗନ ଶୁକ୍ରବାର ତିରୁପତି ମନ୍ଦିର ଗସ୍ତ ବାତିଲ କରିଥିଲେ। ଚନ୍ଦ୍ରବାବୁ ନିଜ ସରକାରର ୧୦୦ ଦିନ ଶାସନର ବିଫଳତାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ତିରୁପତି ଲଡ଼ୁ ପ୍ରସଙ୍ଗ ସୃଷ୍ଟି କରିଛନ୍ତି। ଲଡୁ ପ୍ରସାଦମ୍ ସମ୍ପର୍କରେ ସେ ଡାହା ମିଛ କହିଥିବା ଜଗନ ଅଭିଯୋଗ କରିଛନ୍ତି।
The post ତିରୁପତି ଗସ୍ତ ବାତିଲକୁ ନେଇ ଚନ୍ଦ୍ରବାବୁ-ଜଗନ ମୁହଁାମୁହିଁ appeared first on Dharitri Odia News.