ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ପର୍ଯ୍ୟଟକଙ୍କ ଜମୁଛି ଭିଡ଼, ସୁଧୁରୁନି ସମସ୍ୟା
ପଞ୍ଚଲିଙ୍ଗେଶ୍ୱର,୩୦ା୧୨(ଲେଲିନ କୁମାର ଦେ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡର ପଞ୍ଚଲିଙ୍ଗେଶ୍ୱର ଶୈବପୀଠକୁ ଓଡ଼ିଶାର ବିଭିନ୍ନ ଜିଲା ତଥା ଓଡ଼ିଶା ବାହାରୁ ନୂତନ ବର୍ଷ ଏବଂ ଶୀତକାଳୀନ ପର୍ଯ୍ୟଟକଙ୍କ ଭିଡ଼ ଜମିବା ଦେଖାଦେଇଥିବାବେଳେ ପୀଠସ୍ଥଳରୁ ଆରମ୍ଭ କରି ପଞ୍ଚଲିଙ୍ଗେଶ୍ୱର ଛକ ପର୍ଯ୍ୟନ୍ତ ଛୋଟ ସମସ୍ୟା ମାନ ରହିଛି। ଯାହାକୁ ନେଇ ପର୍ଯ୍ୟଟକ ଏବଂ ଦୋକାନୀ ଭାଇଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଛକ ଉପରେ ଥିବା ଆଦର୍ଶ ପୋଖରୀ ହୁଡ଼ାରେ ଥିବା ଶୌଚାଳୟ ଖୋଲା ନ ଯିବା ଏବଂ ନୂଆ […] The post ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ପର୍ଯ୍ୟଟକଙ୍କ ଜମୁଛି ଭିଡ଼, ସୁଧୁରୁନି ସମସ୍ୟା appeared first on Dharitri Odia News.
ପଞ୍ଚଲିଙ୍ଗେଶ୍ୱର,୩୦ା୧୨(ଲେଲିନ କୁମାର ଦେ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡର ପଞ୍ଚଲିଙ୍ଗେଶ୍ୱର ଶୈବପୀଠକୁ ଓଡ଼ିଶାର ବିଭିନ୍ନ ଜିଲା ତଥା ଓଡ଼ିଶା ବାହାରୁ ନୂତନ ବର୍ଷ ଏବଂ ଶୀତକାଳୀନ ପର୍ଯ୍ୟଟକଙ୍କ ଭିଡ଼ ଜମିବା ଦେଖାଦେଇଥିବାବେଳେ ପୀଠସ୍ଥଳରୁ ଆରମ୍ଭ କରି ପଞ୍ଚଲିଙ୍ଗେଶ୍ୱର ଛକ ପର୍ଯ୍ୟନ୍ତ ଛୋଟ ସମସ୍ୟା ମାନ ରହିଛି। ଯାହାକୁ ନେଇ ପର୍ଯ୍ୟଟକ ଏବଂ ଦୋକାନୀ ଭାଇଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଛକ ଉପରେ ଥିବା ଆଦର୍ଶ ପୋଖରୀ ହୁଡ଼ାରେ ଥିବା ଶୌଚାଳୟ ଖୋଲା ନ ଯିବା ଏବଂ ନୂଆ ବସ୍ଷ୍ଟାଣ୍ଡରେ ଥିବା ଶୌଚାଳୟକୁ ଲିଜ୍ ନ ଡାକିବା ଫଳରେ ପୀଠକୁ ଆସୁଥିବା ସାଧାରଣ ଲୋକ ତଥା ପର୍ଯ୍ୟଟକ ନିତ୍ୟକର୍ମ ପାଇଁ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଅଳ୍ପଦିନ ତଳେ ମରାମତି ହୋଇଥିବା ଷ୍ଟ୍ରିଟ୍ ଲାଇଟ୍ ସ୍ଥାନେ ସ୍ଥାନେ ବିଗିଡ଼ି ଯାଇଥିବା ସୂଚନା ମିଳିଛି। ବହୁ ବର୍ଷ ଧରି ବିଭିନ୍ନ ସୂଚନାଫଳକ ଯଥା ବସ୍ଷ୍ଟାଣ୍ଡ, ଜୋତା ଷ୍ଟାଣ୍ଡ, ମୁଣ୍ଡନ ଷ୍ଟାଣ୍ଡରେ ଫଳକ ଲାଗିବା କାରଣରୁ ପର୍ଯ୍ୟଟକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଦେଇଛି। ଏ ନେଇ ଉପଜିଲାପାଳ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମତ ପ୍ରକାଶ କରିଛନ୍ତି।
The post ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ପର୍ଯ୍ୟଟକଙ୍କ ଜମୁଛି ଭିଡ଼, ସୁଧୁରୁନି ସମସ୍ୟା appeared first on Dharitri Odia News.