‘ରାମମନ୍ଦିର ଗର୍ଭଗୃହରେ ଟୋପାଏ ବି ପଡ଼ିନି ପାଣି’
ଅଯୋଧ୍ୟା,୨୬ା୬: ଅଯୋଧ୍ୟା ରାମମନ୍ଦିରରେ ପାଣି ଲିକ୍ ଖବର ପରେ ବୁଧବାର ଟ୍ରଷ୍ଟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୋସିଆଲ ମିଡିଆ ‘ଏକ୍ସ’ରେ ସ୍ପଷ୍ଟୀକରଣ ଦିଆଯାଇଛି। ରାମ ମନ୍ଦିର ଗର୍ଭଗୃହରେ ଟୋପାଏ ବି ପାଣି ପଡ଼ିନି ବୋଲି ଟ୍ରଷ୍ଟ କହିଛି। ରାମଲାଲାଙ୍କ ବିରାଜସ୍ଥଳରେ ପାଣି ପଡ଼ିନି କି ପାଣି ଭିତରକୁ ମଧ୍ୟ ଆସିନାହିଁ। ମନ୍ଦିର ପରିସରରେ ବର୍ଷାଜଳ ନିଷ୍କାସନ ପାଇଁ ଉତ୍ତମ ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ, ନୂତନ ଭାବରେ ନିର୍ମିତ ରାମ ମନ୍ଦିରର […] The post ‘ରାମମନ୍ଦିର ଗର୍ଭଗୃହରେ ଟୋପାଏ ବି ପଡ଼ିନି ପାଣି’ appeared first on Dharitri Odia News.
ଅଯୋଧ୍ୟା,୨୬ା୬: ଅଯୋଧ୍ୟା ରାମମନ୍ଦିରରେ ପାଣି ଲିକ୍ ଖବର ପରେ ବୁଧବାର ଟ୍ରଷ୍ଟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୋସିଆଲ ମିଡିଆ ‘ଏକ୍ସ’ରେ ସ୍ପଷ୍ଟୀକରଣ ଦିଆଯାଇଛି। ରାମ ମନ୍ଦିର ଗର୍ଭଗୃହରେ ଟୋପାଏ ବି ପାଣି ପଡ଼ିନି ବୋଲି ଟ୍ରଷ୍ଟ କହିଛି। ରାମଲାଲାଙ୍କ ବିରାଜସ୍ଥଳରେ ପାଣି ପଡ଼ିନି କି ପାଣି ଭିତରକୁ ମଧ୍ୟ ଆସିନାହିଁ। ମନ୍ଦିର ପରିସରରେ ବର୍ଷାଜଳ ନିଷ୍କାସନ ପାଇଁ ଉତ୍ତମ ବ୍ୟବସ୍ଥା କରାଯାଇଛି।
ସୂଚନାଯୋଗ୍ୟ, ନୂତନ ଭାବରେ ନିର୍ମିତ ରାମ ମନ୍ଦିରର ଗର୍ଭଗୃହରେ ବସିଥିବା ରାମଲାଲାଙ୍କ ଉପରେ ବର୍ଷା ପାଣି ପଡୁଥିବାର ଅଭିଯୋଗ ହୋଇଥିଲା। ଏଭଳି ପରିସ୍ଥିତିରେ ରାମ ଭକ୍ତଙ୍କ ପାଇଁ ଏହା ଅତ୍ୟନ୍ତ ଚିନ୍ତାଜନକ ଥିଲା। ଏହି ଅଭିଯୋଗ ଉପରେ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟ ତଥା ମନ୍ଦିର ନିର୍ମାଣ କମିଟିର ସଭାପତି ନୃପେନ୍ଦ୍ର ମିଶ୍ର ପ୍ରଥମେ ଗର୍ଭଗୃହ ଛାତ ଲିକ୍ ସମସ୍ୟା ସମ୍ପର୍କରେ ନିଜର ମତ ପ୍ରକାଶ କରିଥିଲେ। ସେ ସ୍ପଷ୍ଟ କରିଥିଲେ ଯେ, ଜଳ ନିଷ୍କାସନ ବିଷୟରେ ଅଭିଯୋଗ ଭିତ୍ତିହୀନ। ଏବେ ଟ୍ରଷ୍ଟ ପକ୍ଷରୁ ସୋସିଆଲ ମିଡିଆ ‘ଏକ୍ସ’ରେ ଏହାର ସ୍ପଷ୍ଟୀକରଣ ଦିଆଯାଇଛି।
The post ‘ରାମମନ୍ଦିର ଗର୍ଭଗୃହରେ ଟୋପାଏ ବି ପଡ଼ିନି ପାଣି’ appeared first on Dharitri Odia News.