ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନେକ ବିଶିଷ୍ଠ ବ୍ୟକ୍ତି ଭଗବାନ ରାମଲାଲାଙ୍କ ପୂଜାରେ ଉପସ୍ଥିତ ଅଛନ୍ତି। ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ପିଏମ ମୋଦି କ୍ରିମ ରଙ୍ଗର କୁର୍ତ୍ତା ଏବଂ ଧୋତି ପିନ୍ଧିଛନ୍ତି। କେବଳ ଏତିକି ନୁହେଁ, ପ୍ରଧାନମନ୍ତ୍ରୀ ମୋଦି ରାମଲାଲାଙ୍କ ପାଇଁ ଏକ ରୂପା ମୁକୁଟ ନେଇ ଆସିଥିଲେ। ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀ ରାମଲାଲାଙ୍କୁ ପ୍ରଥମ ଆଳତି କରିବା ସହ ସାଷ୍ଟାଙ୍ଗ […] The post ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.
ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନେକ ବିଶିଷ୍ଠ ବ୍ୟକ୍ତି ଭଗବାନ ରାମଲାଲାଙ୍କ ପୂଜାରେ ଉପସ୍ଥିତ ଅଛନ୍ତି। ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ପିଏମ ମୋଦି କ୍ରିମ ରଙ୍ଗର କୁର୍ତ୍ତା ଏବଂ ଧୋତି ପିନ୍ଧିଛନ୍ତି। କେବଳ ଏତିକି ନୁହେଁ, ପ୍ରଧାନମନ୍ତ୍ରୀ ମୋଦି ରାମଲାଲାଙ୍କ ପାଇଁ ଏକ ରୂପା ମୁକୁଟ ନେଇ ଆସିଥିଲେ। ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀ ରାମଲାଲାଙ୍କୁ ପ୍ରଥମ ଆଳତି କରିବା ସହ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦି ଗର୍ଭଗୃହରୁ ବାହାରିଛନ୍ତି। ଗର୍ଭଗୃହର ଛାଡିବାବେଳେ ଶଙ୍କରାଚାର୍ଯ୍ୟ ବାସୁଦେବନନ୍ଦ ମହାରାଜ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ସୁନା ମୁଦି ଉପହାର ଦେଇଥିଲେ ଏବଂ ଅନ୍ୟ ଜଣେ ସାଧୁ ତାଙ୍କୁ ତୁଲସୀ ମାଲ୍ୟାର୍ପଣ କରିଥିଲେ। ଅନ୍ୟ ଜଣେ ସାଧୁ ପିଏମ ମୋଦିଙ୍କୁ ଏକ ସୁନା ମୁଦି ଦେଇଛନ୍ତି।
ଆରଏସଏସ ମୁଖ୍ୟ ମୋହନ ଭଗବତ, ୟୁପି ରାଜ୍ୟପାଳ ଆନନ୍ଦିବେନ୍ ପଟେଲ, ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ଲୋକ ରାମଲାଲାଙ୍କ ପୂଜାରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପାଖରେ ମୋହନ ଭାଗବତ ବସିଛନ୍ତି। ପିଏମ ମୋଦି ପୂଜା କରିଛନ୍ତି।
The post ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.