କୋରାପୁଟ ଜିଲାପାଳଙ୍କ ଅଚାନକ କୋଟିଆ ଗସ୍ତ: ବିଭିନ୍ନ କାର୍ଯ୍ୟର ତଦାରଖ ସହ…

ପଟ୍ଟାଙ୍ଗି,୧୭।୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ମଙ୍ଗଳବାର ଜିଲାପାଳ ଭି ର୍କିତ୍ତୀ ୱାସନ ଅଚାନକ ଗସ୍ତ କରି ପଞ୍ଚାୟତରେ ଚାଲିଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ତଦାରଖ କରିଛନ୍ତି। ଏଥିସହ ବାକି ଥିବା ଅବଶିଷ୍ଟ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଉପସ୍ଥିତ ବ୍ଲକ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ମୁତାବକ, ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତ ପାଇଁ ସ୍ବତନ୍ତ୍ର ପ୍ରକଳ୍ପ ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି […] The post କୋରାପୁଟ ଜିଲାପାଳଙ୍କ ଅଚାନକ କୋଟିଆ ଗସ୍ତ: ବିଭିନ୍ନ କାର୍ଯ୍ୟର ତଦାରଖ ସହ… appeared first on Dharitri Odia News.

କୋରାପୁଟ ଜିଲାପାଳଙ୍କ ଅଚାନକ କୋଟିଆ ଗସ୍ତ: ବିଭିନ୍ନ କାର୍ଯ୍ୟର ତଦାରଖ ସହ…

ପଟ୍ଟାଙ୍ଗି,୧୭।୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ମଙ୍ଗଳବାର ଜିଲାପାଳ ଭି ର୍କିତ୍ତୀ ୱାସନ ଅଚାନକ ଗସ୍ତ କରି ପଞ୍ଚାୟତରେ ଚାଲିଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ତଦାରଖ କରିଛନ୍ତି। ଏଥିସହ ବାକି ଥିବା ଅବଶିଷ୍ଟ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଉପସ୍ଥିତ ବ୍ଲକ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁତାବକ, ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତ ପାଇଁ ସ୍ବତନ୍ତ୍ର ପ୍ରକଳ୍ପ ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହା ପୁର୍ବରୁ ଜିଲାପାଳ ୱାସନ ବ୍ଲକ ସଦର ମହକୁମାରେ ପହଞ୍ଚି ବ୍ରିଟିଶ ରାସ୍ତା ହୋଇ ପ୍ରଥମେ ଉକ୍ତ ପଞ୍ଚାୟତର ତାଡିବାଲସା ଗ୍ରାମରେ ପହଞ୍ଚି ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଉକ୍ତ ବିଦ୍ୟାଳୟ ରେ ରହିଥିବା ସୁବିଧା ଏବଂ ଅସୁବିଧା ସମ୍ପର୍କରେ ସେଠାକାର ଗ୍ରାମବାସୀ ଙ୍କ ସହ ଆଲୋଚନା କରି ଅବଗତ ହୋଇଥିଲେ। ପରେ ଉକ୍ତ ସ୍ଥାନରୁ ବାହାରି ନେରିବାଲସା ଗ୍ରାମ ହୋଇ ଉପରସେମ୍ବି ଗ୍ରାମରେ ପହଞ୍ଚି ଗ୍ରାମରେ ରହିଥିବା ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ଉକ୍ତ କେନ୍ଦ୍ର ପାରିପାଶର୍‌ବିକ ସ୍ଥିତି ଅନୁଧ୍ୟାନ କରି ସମ୍ପୃକ୍ତ ବିଭାଗର ଅଧିକାରୀଙ୍କ ସହ କାର୍ଯ୍ୟକ୍ରମ ସମ୍ପର୍କରେ ପଚାରି ବୁଝିଥିଲେ। ପଞ୍ଚାୟତ ସଦର ମହକୁମାରେ ପହଞ୍ଚି ଉପସ୍ଥିତ କିଛି ମହିଳାଙ୍କ ସହ ଆଲୋଚନା କରି ସରକାରଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ପଚାରି ବୁଝିବା ସହ ସୁଭଦ୍ରା ଟଙ୍କା ପାଇବାରେ କୌଣସି ଅସୁବିଧା ସମୁଖିନ ହୋଇଥିଲ କି ପଚାରି ମାଁ ଗୃହ ପରିଦର୍ଶନ କରିଥିଲେ । ଏହି ସମୟରେ ପଞ୍ଚାୟତ ସଦର ମହକୁମାରେ ରହିଥିବା ପୁରାତନ ଜଗନ୍ନାଥ ମନ୍ଦିରର କିପରି ପାରିପାଶର୍‌ବିକ ଉନ୍ନତି ହୋଇ ପାରିବ ସେନେଇ ପଞ୍ଚାୟତର ଯନ୍ତ୍ରୀ ଅଜୟ ରାମ ତରାଇଙ୍କୁ ପ୍ରକଳ୍ପ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ। ପରେ ଜିଲ୍ଲାପାଳ ୱାସନ ଉକ୍ତ ସ୍ଥାନରୁ ବାହାରି ପଞ୍ଚାୟତର ଅନ୍ୟତମ ଗ୍ରାମ ମାଡକାର୍‌, ଢୋଲିଆମ୍ବ ପ୍ରମୁଖ ଗ୍ରାମରେ ପହଞ୍ଚି ସେଠାରେ ମହିଳା ମାନଙ୍କ ସହ ଆଲୋଚନା କରିବା ସମୟରେ ଦେଖା ଦେଇଥିବା ପାଣି ସମସ୍ୟା ସମ୍ପର୍କରେ ଅବଗତ ହୋଇ ଅସୁବିଧା ରହିଥିବା ପାନୀୟ ଜଳର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ମହିଳାମାନଙ୍କୁ ସରକାରଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇ ବୁଝାଇଥିଲେ । ଏହା ପରେ ଜିଲାପାଳ ୱାସନ ଉକ୍ତ ସ୍ଥାନରୁ ବାହାରି ଦେଓମାଳି ପର୍ଯ୍ୟଟନସ୍ଥଳୀରେ ପହଞ୍ଚି ଶେମିଳିଗୁଡା ବ୍ଲକକୁ ସଂଯୋଗ କରିଥିବା ନୂତନ ରାସ୍ତାରେ ଯାଇ ଉପରକାଣ୍ଟି ଗ୍ରାମରେ ପହଞ୍ଚି ସେଠାରେ ଚାଲିଥିବା କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ।

ଜିଲାପାଳ ୱାସନଙ୍କ ଏପରି ଅଚାନକ ଗସ୍ତ ବ୍ଲକ ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ବିଡ଼ିଓ ରାମକୃଷ୍ଣା ନାୟକ , ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ, ସିଡିପିଓ ବି ଅର୍ଣ୍ଣ ପୁର୍ଣ୍ଣା ,ପିଇଓ କଣ୍ଡା ଗଲୋରି , ଏପିଓ ସୈମେନ୍ଦ୍ର ନାୟକ , ପାନୀୟ ଜଳ ବିଭାଗ ଯନ୍ତ୍ରୀ ବାସୁଦେବ ଦାସ ପ୍ରମୁଖ ଙ୍କ ସମେତ ଅନ୍ୟ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ ।

The post କୋରାପୁଟ ଜିଲାପାଳଙ୍କ ଅଚାନକ କୋଟିଆ ଗସ୍ତ: ବିଭିନ୍ନ କାର୍ଯ୍ୟର ତଦାରଖ ସହ… appeared first on Dharitri Odia News.