ଘନ କୁହୁଡ଼ି ସହ ଶୀତ ପ୍ରକୋପ ବଢ଼ିବ
ଭୁବନେଶ୍ୱର,୧୨ା୧(ଅନୁରାଧା ମହାରଣା):ରାଜ୍ୟରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଘନ କୁହୁଡି ଅସ୍ତବ୍ୟସ୍ତ କରୁଛି। ଶନିବାର ସକାଳେ କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସହରରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା। ଦ୍ୱୈତନଗରରୀରେ ଦୃଶ୍ୟମାନ ଦୂରତା ପ୍ରାୟ ୧୦ ମିଟର ରହିଥିଲା। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଅନ୍ୟପଟେ ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବାବେଳେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୬.୫ ଡିଗ୍ରୀ ସେଲସିୟସ୍ ରହିଥିଲା। ତେବେ ଆଗକୁ ଶୀତ […] The post ଘନ କୁହୁଡ଼ି ସହ ଶୀତ ପ୍ରକୋପ ବଢ଼ିବ appeared first on Dharitri Odia News.
ଭୁବନେଶ୍ୱର,୧୨ା୧(ଅନୁରାଧା ମହାରଣା):ରାଜ୍ୟରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଘନ କୁହୁଡି ଅସ୍ତବ୍ୟସ୍ତ କରୁଛି। ଶନିବାର ସକାଳେ କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସହରରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା। ଦ୍ୱୈତନଗରରୀରେ ଦୃଶ୍ୟମାନ ଦୂରତା ପ୍ରାୟ ୧୦ ମିଟର ରହିଥିଲା। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଅନ୍ୟପଟେ ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବାବେଳେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୬.୫ ଡିଗ୍ରୀ ସେଲସିୟସ୍ ରହିଥିଲା। ତେବେ ଆଗକୁ ଶୀତ ପ୍ରକୋପ ଆହୁରି ବଢ଼ିବ। ଏହା ସାଙ୍ଗକୁ ଘନ କୁହୁଡି ଜନଜୀବନକୁ ପ୍ରଭାବିତ କରିବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୩ ଦିନ ପରେ ରାଜ୍ୟର ଅନେକ ଜିଲାରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ। ଫଳରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ବଢିପାରେ। ସେହିପରି ଅଧିକାଂଶ ଅଞ୍ଚଳକୁ ଘନ କୁହୁଡି ମାଡ଼ି ଆସିବ। ତେଣୁ ଆସନ୍ତା ୩ ଦିନ ଅର୍ଥାତ୍ ୧୪ ତାରିଖ ଯାଏ କୁହୁଡି ପାଇଁ ସୁନ୍ଦରଗଡ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ, ନୟାଗଡ, ଖୋର୍ଦ୍ଧା, କନ୍ଧମାଳ, କୋରାପୁଟ ଆଦି ୧୦ ଜିଲାକୁ ସତର୍କ ସୂଚନା ଦିଆଯାଇଛି।
The post ଘନ କୁହୁଡ଼ି ସହ ଶୀତ ପ୍ରକୋପ ବଢ଼ିବ appeared first on Dharitri Odia News.